ପଞ୍ଚ ବୃକ୍ଷ ଓ ଶକ୍ତି ପୀଠର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ। .

ପଞ୍ଚ ବୃକ୍ଷ ଓ ଶକ୍ତି ପୀଠର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ। .

ପଞ୍ଚ ବୃକ୍ଷ ଓ ଶକ୍ତି ପୀଠର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ।

ମାଥିଲି, ୨୩,୦୬  ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମା ରେ ଥିବା ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିର ପରିସରରେ ଆଜି ପଞ୍ଚ ବୃକ୍ଷ ଓ ଶକ୍ତି ପୀଠର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ସୀମାଞ୍ଚଳ ପାତ୍ରଙ୍କ ଉଦ୍ୟମରେ ଦୀର୍ଘ ଦିନର ସ୍ୱପ୍ନ ଆଜି ପୂରଣ କରିବା ସହିତ ପଞ୍ଚ ବୃକ୍ଷ ଓ ଶକ୍ତି ପୀଠର ପ୍ରତିଷ୍ଠା ଉତ୍ସବ ହୋଇ ଯାଇଛି। ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ସୀମାଞ୍ଚଳ ପାତ୍ର , କନିଷ୍ଠ ପୂଜକ ପ୍ରଶାନ୍ତ କୁମାର ପାତ୍ର ଓ ବିକାଶ ପରିଛା ଉପସ୍ଥିତ ରହି ପଞ୍ଚ ବୃକ୍ଷ ଓ ଶକ୍ତି ପୀଠର ପ୍ରତିଷ୍ଠା ଉତ୍ସବ କୁ ବୈଦିକ ରୀତିରେ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ସମାପନ କରିଥିଲେ। ପଞ୍ଚ ବୃକ୍ଷ ଓ ଶକ୍ତି ପୀଠର ପ୍ରତିଷ୍ଠା ଉତ୍ସବରେ କର୍ତ୍ତା ଭାବରେ ବସନ୍ତ କୁମାର ପଣ୍ଡା ଓ ତାଙ୍କର ଧର୍ମପତ୍ନୀ ପ୍ରମିଳା ପଣ୍ଡା ସମସ୍ତ ନିଷ୍ଠାର ସହିତ ପୂଜାର୍ଚ୍ଚନାର ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ସହ ସାଧାରଣ ଭକ୍ତଙ୍କ ପାଇଁ ଉତ୍ସାର୍ଗ କରାଯାଇଛି ବୋଲି ପୂଜାର କର୍ତ୍ତା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ପଞ୍ଚ ବୃକ୍ଷ ଓ ଶକ୍ତି ପୀଠର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ।ଏହି ଶୁଭ କାର୍ଯ୍ୟରେ ମାଥିଲି ଗାଁ ମୁଖିଆ ନରସିଂହ ନାୟକ, ବ୍ରାହ୍ମଣ ସମାଜ ସଭାପତି ଶିଵ ପ୍ରସାଦ ପରିଛା, ଯୁବକ ସଂଘର ସଭାପତି ମନୀ କୁମାର ,ବିକ୍ରମ ଚୌଧୁରୀ ଓ ଜିତୁ ଚୌଧୁରୀ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ। ପଞ୍ଚ ବୃକ୍ଷ ଓ ଶକ୍ତି ପୀଠର ପ୍ରତିଷ୍ଠା ଉତ୍ସବ ରେ ଅଞ୍ଚର ଅନେକ ଭକ୍ତ ଯୋଗ ଦେଇଥିବା ବେଳେ ମନ୍ଦିର ପକ୍ଷରୁ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର .