ମହାବିଦ୍ୟାଳୟରେ ଇନୋଭେସନ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ଅନୁଷ୍ଠିତ

ମହାବିଦ୍ୟାଳୟରେ ଇନୋଭେସନ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼ ୦୨।୦୮ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଭାରତ ସରକାରଙ୍କ ଯୋଜନାର ସଫଳ ରୂପାୟନ ନିମନ୍ତେ ଇନୋଭେସନ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଅନେକ ଗୁଡିଏ ପ୍ରସ୍ତାବପତ୍ର ଛାତ୍ରଛାତ୍ରୀମାନେ ଉପସ୍ଥାପନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ କୁମାର ରାଉତ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମରେ ପ୍ରତିଯୋଗିତା କରିଥିବା ଛାତ୍ରଛାତ୍ରୀଙ୍କ ପ୍ରୋଜେକ୍ଟ କୁ ନୟାଗଡ଼ ମଡେଲ ଡ଼ିଗ୍ରୀ କଲେଜର ସହ ପ୍ରାଧ୍ୟାପକ ଡ଼ଃ ସନ୍ତୋଷ କୁମାର ବେହେରା, ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡ଼ଃ ଶିଶିର ବାରିକ, ଅଶୋକ କୁମାର ସାହୁ ଓ ଶ୍ରୀମତୀ ଦୀପାନୀତା କର ବିଚାର କରି କୃତି ପ୍ରତିଯୋଗୀ ଚୟନ କରିଥିଲେ l ପିପିଟି ମାଧ୍ୟମରେ ଇନୋଭେସନ ଓ ଷ୍ଟାର୍ଟଅପର ବିଭିନ୍ନ ଦିଗ ଉପରେ ଡ଼ଃ ସନ୍ତୋଷ କୁମାର ବେହେରା ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ l ଅଧ୍ୟାପକ ଦିଲୀପ କୁମାର କହଁର ସଭାରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ପରି ଶେଷରେ ଅଧ୍ୟାପକ ଲଷ୍ମୀକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। 

ନୟାଗଡ଼ରୁ ଜିଲ୍ଲା ପ୍ରତିନିଧି ଆଶୋକ କୁମାର ସ।ଥୁଆ