ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ

କଳା ଓ ବିଜ୍ଞାନରେ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀ ଆଗରେ

ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ

ଖଣ୍ଡପଡ଼ା,୨୦|୫l୨୦୨୬:():ରାଜ୍ଯ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ବିଜ୍ଞାନ,କଳା ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ପ୍ରକାଶିତ ପରୀକ୍ଷା ଫଳାଫଳ ଅନୁଯାୟୀ ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟର ବିଜ୍ଞାନ ଶ୍ରେଣୀରେ ସର୍ବମୋଟ ୧୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୫୫ ଜଣ,

୨ ୟ ଶ୍ରେଣୀରେ ୨୮ ଜଣ, 

୩ ୟ ଶ୍ରେଣୀରେ ୫ ଜଣ ଓ କମ୍ପାଟମେଣ୍ଟାଲରେ 

୬ ଜଣ ପାସ କରିଥିବା ବେଳେ ୧୩ ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିବା ଜଣାଯାଇଛି। ବିଜ୍ଞାନରେ ଛାତ୍ରୀ ତୁଳସୀ ନାୟକ ସର୍ବାଧିକ ୫୨୩ ନଂ ରଖି ମହାବିଦ୍ୟାଳୟ ଟପ୍ପର ହୋଇଥିବା ଜଣାପଡିଛି। ସେହିପରି କଳା ପରୀକ୍ଷାରେ ସର୍ବମୋଟ ୪୨୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 

ପ୍ରଥମ ଶ୍ରେଣୀରେ ୧୧୮ ଜଣ,

୨ ୟ ଶ୍ରେଣୀରେ ୭୮ ଜଣ,

୩ ୟ ଶ୍ରେଣୀରେ ୧୮୧ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ 

୩ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିବା ବେଳେ ୪୪ ଜଣ ଫେଲ ହୋଇଥିବା ଜଣାପଡିଛି। କଳାରେ ଛାତ୍ରୀ ସୌମ୍ୟା ଶେଫାଳିକା ମହାପାତ୍ର ସର୍ବାଧିକ ୫୬୪ ନଂ ରଖି ମହାବିଦ୍ୟାଳୟ ଟପ୍ପର ହୋଇଥିବା ଜଣାପଡିଛି। ସେହିପରି ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟର କଳା ଶ୍ରେଣୀରେ ସର୍ବମୋଟ ୧୯୭ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୧୮୧ ଜଣ ପାସ କରିଥିବା ବେଳେ ପରୀକ୍ଷାରେ ୩ ଜଣ ଛାତ୍ରୀ ଅନୁପସ୍ଥିତ ଥିବା ଜଣାପଡିଛି। ପ୍ରଥମ ଶ୍ରେଣୀରେ ୬୪ ଜଣ,୨ୟ ଶ୍ରେଣୀରେ ୩୨ ଜଣ ଓ ୩ ୟ ଶ୍ରେଣୀରେ ୮୫ ଜଣ ଛାତ୍ରୀ ପାସ କରିଥିବା ବେଳେ ୧୩ ଜଣ ଫେଲ ହୋଇଥିବା ଜଣାପଡିଛି।ଛାତ୍ରୀ ଶ୍ରାବଣୀ ପ୍ରଧାନ ସର୍ବମୋଟ ୫୨୩ ନଂ ରଖି ମହାବିଦ୍ୟାଳୟରେ ଟପ୍ପର ହୋଇଥିବା ବେଳେ ପାସ ହାର ୯୩ ପ୍ରତିଶତ ଥିବା ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରକାଶ।ପ୍ରକାଶିତ ପରୀକ୍ଷା ଫଳାଫଳ ଓ ଛାତ୍ରୀମାନଙ୍କ ସଫଳତାକୁ ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଆନନ୍ଦ ପ୍ରକାଶ କରିଛନ୍ତି।

ବିଶେଷ ଖବରନୟାଗଡ଼ ଜିଲ୍ଲା ସ୍ୱତ୍ର ନ୍ତ୍ର ପ୍ରତିନିଧି ସୁପ୍ରିୟାଦାଶ