ମହାମାରୀ ହଇଜା ସଂକ୍ରମଣକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଚଢ଼ାଉ .

ମହାମାରୀ ହଇଜା ସଂକ୍ରମଣକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଚଢ଼ାଉ .

ମହାମାରୀ ହଇଜା ସଂକ୍ରମଣକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଚଢ଼ାଉ

 ମାଲକାନଗିରି, ୨୧/୦୬ : ମାଲକାନଗିରି ସମ୍ପ୍ରତି ଯାଜପୁରରୁ ଆରମ୍ଭ ହୋଇଥିବା ହଇଜା ମହାମାରୀ ଯୋଗୁଁ ସାରା ମହାମାରୀ ସଂକ୍ରମଣକୁ ଦୃଷ୍ଟି ରେ ରଖ୍ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥୂବା ବିଭିନ୍ନ ଫାଷ୍ଟଫୁଡ ହୋଟେଲ  ଜଳଖୂଆ ଦୋକାନ ଉପରେ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ  ଚଢାଉ କରାଯାଇଛି। ସାରା ଓଡ଼ିଶାରେ ପୌରପାଳିକାର ମିଳିତ ଚଢ଼ାଉ । ବାସୀ ଖାଦ୍ୟ ସହ ବିଭିନ୍ନ ଦୋକାନରେ ହେଉଥୁବା ପାଣି ର ନମୁନା ସଂଗ୍ରହ କରାଯାଇଥିଲା ବେଳେ ପାଣିର ନମୁନା ମଧ୍ଯ ଯାଞ୍ଚ କରାଯାଇଛି। ଏବାବଦରେ ପାନୀୟଜଳ ପରୀକ୍ଷା କରାଯିବା ସହ  ବିନା ଅନୁମତିରେ ଦୋକାନ ବିକ୍ରି କରୁଥିବା ଦୋକାନୀ ବେନିୟମ କାର୍ଯ୍ୟ କରୁଥିବା ଦୋକାନୀ ଙ୍କୁ ଆଗୁଆ ସତର୍କ କରାଯାଇଥିଲା । ସେମାନଙ୍କ ଠାରୁ ପାଖାପାଖୂ ୧୫ ହଜାର ଟଙ୍କା ଜରିମାନା କରାଯାଇଛି । ବିଶୁଦ୍ଧ  ପାନୀୟ ଜଳ ପରିବେଷଣ ସହ ପରିଷ୍କାର ଖାଦ୍ୟ ପରିବେଷଣ ପାଇଁ ବିଭାଗ ପକ୍ଷରୁ ସମସ୍ତ ହୋଟେଲ ଓ ଦୋକାନୀ ମାନଙ୍କୁ ତାଗିଦ୍ କରାଯାଇଛି I ଆଗାମୀ ଦିନରେ ସଦର ମହକୁମା ସହ ବିଭିନ୍ନ ବ୍ଲକରେ ମଧ୍ଯ ଏହିଭଳି ଚଢ଼ାଉ କାର୍ଯ୍ୟ ଜାରିରଖୁବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର