ନୟାଗଡ଼ରେ ଆନ୍ତର୍ଜାତିକ ଯୋଗ ଦିବସ .

ନୟାଗଡ଼ରେ ଆନ୍ତର୍ଜାତିକ ଯୋଗ ଦିବସ .

ନୟାଗଡ଼ରେ ଆନ୍ତର୍ଜାତିକ ଯୋଗ ଦିବସ

ନୟାଗଡ଼: ନୟାଗଡ଼ ଜିଲ୍ଲା ସ୍ତରୀୟ ୧୧ ତମ ଆନ୍ତର୍ଜାତିକ ଯୋଗ ଦିବସ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ  ଡ଼ାଇମଣ୍ଡ ଜୁବୁଲି ଅଡିଟୋରିୟମଠାରେ ବହୁ ଆଡମ୍ବର ଭାବେ ପାଳିତ ହୋଇଅଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ। ଉକ୍ତ କାର୍ୟ୍ଯ୍ଯକ୍ରମରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସିଧାପ୍ରସାରଣ ସହିତ ଜୁବୁଲି ଅଡିଟୋରିୟମ ଓ କଲେଜ ଖେଳ ପଡ଼ିଆରେ ଯୋଗ ଶିକ୍ଷକ ପରମାନନ୍ଦ ପରିଡା, ସୁଶାନ୍ତ କୁମାର ଚାନ୍ଦ, ପ୍ରତାପ ରାଣସିଂଙ୍କ ଦ୍ବାରା ଯୋଗ ଅଭ୍ୟାସ ସହ ଏବଂ ଶପଥ ପାଠ କରାଯାଇଥିଲା।ଏହି କାର୍ୟ୍ଯ୍ଯକ୍ରମରେ ଏକ ହଜାରରୁ ଉର୍ଦ୍ଧ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଭିଭାବକ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ବିଭିନ୍ନ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧୂଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଜନତା ଏହି ଯୋଗାଭ୍ୟାସରେ ସାମିଲ ହୋଇଥିଲେ । ଏଥିସହିତ ଅବକାରୀ ଅଧିକ୍ଷକ ଜ୍ଞାନରଞ୍ଜନ ପଣ୍ଡା ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଯୋଗ କାର୍ଯ୍ୟକ୍ରମରେ ଯୋଗାଭ୍ୟାସ କରିଥିଲେ।

ନୟାଗଡ଼ରୁ ଅଶୋକ କୁମାର ସାଥୁଆ