ମାଥିଲି ବ୍ଲକ୍ ଗୌଡ଼ ସମାଜର ନୂତନ କର୍ମକର୍ତ୍ତା ମନୋନୀତ ସଭାପତି ଭାବେ ସନୁ ଗୌଡ଼, ଉପସଭାପତି ଜୟରାମ ଗୌଡ଼

ମାଥିଲି ବ୍ଲକ୍ ଗୌଡ଼ ସମାଜର ନୂତନ କର୍ମକର୍ତ୍ତା ମନୋନୀତ ସଭାପତି ଭାବେ ସନୁ ଗୌଡ଼, ଉପସଭାପତି ଜୟରାମ ଗୌଡ଼

ମାଥିଲି ବ୍ଲକ୍ ଗୌଡ଼ ସମାଜର ନୂତନ କର୍ମକର୍ତ୍ତା ମ

ମାଥିଲି, ମାଲକାନଗିରି ଜିଲ୍ଲା ଗୌଡ଼ ସମାଜର ସଭାପତି ମଙ୍ଗରାଜ ଗୌଡ଼ଙ୍କ ନେତୃତ୍ୱରେ ମାଥିଲି ବ୍ଲକ୍‌ର ୨୦ଟି ଗ୍ରାମ ପଞ୍ଚାୟତକୁ ନେଇ ଗୌଡ଼ ସମାଜର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଛି। ସମାଜର ସାଂଗଠନିକ ଏକତା, ସୁଦୃଢ଼ତା ଓ ସାମୂହିକ ବିକାଶକୁ ଗୁରୁତ୍ୱ ଦେଇ ସନୁ ଗୌଡ଼ଙ୍କୁ ସଭାପତି ଏବଂ ଜୟରାମ ଗୌଡ଼ଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଛି।

ସେହିପରି ସନିଆ ଗୌଡ଼ଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ନୂତନ କର୍ମକର୍ତ୍ତାମାନେ ସମାଜର ବିଭିନ୍ନ କାର୍ଯ୍ୟକଳାପକୁ ସୁଚାରୁରୂପେ ପରିଚାଳନା କରିବା ସହ ସାମାଜିକ ଏକତା, ଭାଇଚାରା ଓ ସହଯୋଗର ଭାବନାକୁ ଆହୁରି ସୁଦୃଢ଼ କରିବେ ବୋଲି ଉପସ୍ଥିତ ସଦସ୍ୟମାନେ ଆଶା ପ୍ରକାଶ କରିଛନ୍ତି।

ଏହି ମନୋନୟନ କାର୍ଯ୍ୟକ୍ରମରେ ଗୌଡ଼ ସମାଜର ବରିଷ୍ଠ ସଦସ୍ୟ ମଙ୍ଗଳା ଗୌଡ଼, ଘନ ଗୌଡ଼, ତ୍ରିନାଥ ଗୌଡ଼, ସୁବାଷ ଗୌଡ଼ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। ସେମାନେ ନୂତନ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମାଜର ଉନ୍ନତି ଓ ଏକତା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ନୂତନ ନେତୃତ୍ୱ ମାଧ୍ୟମରେ ମାଥିଲି ବ୍ଲକ୍‌ର ୨୦ଟି ଗ୍ରାମ ପଞ୍ଚାୟତରେ ଗୌଡ଼ ସମାଜର ସାଂଗଠନିକ ଭିତ୍ତି ଆହୁରି ମଜବୁତ ହେବା ସହ ସାମାଜିକ ବିକାଶ ଓ ଜନକଲ୍ୟାଣମୂଳକ କାର୍ଯ୍ୟକୁ ନୂତନ ଦିଗ ମିଳିବ ବୋଲି ସଦସ୍ୟମାନେ ଆଶାବ୍ୟକ୍ତ କରିଛନ୍ତି।

(ମାଥିଲି ରୁ ପ୍ପେଶାଲ ରିପଟର୍ ଶିବପ୍ରସାଦ ପରିଛା ବିଶେଷ ଖବର)