*ରାଷ୍ଟ୍ରୀୟ ଏକତା ଦିବସ ପାଇଁ କେଭାଡିଆ ଅଭିମୁଖେ ଯାତ୍ରା କଲେ ନୟାଗଡ଼ର ୫୦ ଜଣିଆ ଏକ ଟିମ୍*

*ରାଷ୍ଟ୍ରୀୟ ଏକତା ଦିବସ ପାଇଁ କେଭାଡିଆ ଅଭିମୁଖେ ଯାତ୍ରା କଲେ ନୟାଗଡ଼ର ୫୦ ଜଣିଆ ଏକ ଟିମ୍*

ନୟାଗଡ଼, .୨୬/୧୦ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆସନ୍ତା ଅକ୍ଟୋବର ୩୦-୩୧ ତାରିଖରେ ଗୁଜରାଟର କେଭାଡିଆଠାରେ ପାଳିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ରେ ଯୋଗଦେବା ପାଇଁ ନୟାଗଡ଼ ଜିଲ୍ଲାରୁ ୫୦ ଜଣିଆ ଏକ ଟିମ୍ କେଭାଡିଆ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି ।

ଏହି ଅବସରରେ ନୟାଗଡ଼ ନୂଆ ବସ୍‌ଷ୍ଟାଣ୍ଡଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ କନ୍ଧମାଳ, ସୁକାନ୍ତ କୁମାର ପାଣିଗ୍ରହୀ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଆରକ୍ଷୀ ଅଧୀକ୍ଷକ ଶ୍ଶଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଡେପୁଟି କଲେକ୍ଟର ପ୍ରିୟଙ୍କା ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଏବଂ ପୋଲିସ ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ l 

ଏହି ଟିମ୍ ସୋମବାର ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ଟ୍ରେନ

 ମାଧ୍ୟମରେ ଗୁଜୁରାଟ ଅଭିମୁଖେ ଯାତ୍ରା କରିବେ l ଏହି ୫୦ ଜଣିଆ ଟିମ୍ ସହ ୦୨ ଜଣ ନୋଡାଲ ଅଫିସର ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ନିୟୋଜିତ କରାଯାଇଛି l 

ଆଶୋକ କୁମାର ସାଥୁଆ,ଜିଲ୍ଲା ପ୍ରତିନିଧି ନୟାଗଡ଼