ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ରକ୍ଷା କରିଲେ ଜିଲ୍ଲା ପରିଷଦ ସଭ୍ୟା-ଲଷ୍ମୀପ୍ରିୟା ।

ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ରକ୍ଷା କରିଲେ ଜିଲ୍ଲା ପରିଷଦ ସଭ୍ୟା-ଲଷ୍ମୀପ୍ରିୟା ।
ମାଲକାନଗିରି ମାଥିଲି, ୨୪ ,୦୫ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଜିଲ୍ଲା ପରିଷଦ ଜୋନ-୧ର ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ ନିଜ ଜୋନ ର ସମସ୍ତ ଗ୍ରାମ ପରିଦର୍ଶନ କରି ଗ୍ରାମରେ ଥିବା ବିଭନ୍ନ ସମସ୍ୟା ଉପରେ ଲୋକ ମାନଙ୍କ ସହ ଆଲୋଚନା କରି ଗାଁରେ ଥିବା ସମସ୍ୟା ଗୁଡିକ ନେଇ ପ୍ରଶାସନିକ ସ୍ତରରେ ବିଭାଗୀୟ ଅଧିକାରୀ ମାନଙ୍କୁ ଉପସ୍ଥାପନ କରି ଅନେକ ଗୁଡିଏ ସମସ୍ୟା ଦୂର କରିବାରେ ସଫଳ କରିବାରେ ସକ୍ଷମ ହୋଇଛି। ସେହିପରି ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ପାଇଁ ଅନେକ ଗ୍ରାମରେ ଜଳ ସଙ୍କଟ ଲାଗି ଥିବାରୁ କିଛି ଗାଁରେ ନୂତନ ନଳକୂପ ଖନନ କରାଇବା ପାଇଁ ପ୍ରଶଂସନୀୟ ହୋଇଛନ୍ତି ଲକ୍ଷ୍ମୀପ୍ରିୟା। ସେହିପରି ଦିନେ ଧୂଙ୍ଗିଆ ପୁଟ ପଞ୍ଚାୟତର ପାତ୍ର ପୁଟ ଗ୍ରାମରେ ପହଞ୍ଚି ଗାଁର ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।ଏବଂ ଗ୍ରାମବାସୀ ମାନେ ଦୀର୍ଘଦିନ ହେବ ଗୋଟିଏ ନଳକୂପ ଅଛି କିନ୍ତୁ ସେହି ନଳକୁପ ଅନେକ ବର୍ଷ ହେବାରୁ ସେଥିରୁ ଲୁହାପଥର ଗୁଣ୍ଡ ସହ ଗୋଳିଆ ପାଣି ବାହାରୁଛି ବିଶେଷ କରି ଖରାଦିନରେ ଦୁଇରୁ ତିନି ହାଣ୍ଡି ପାଣି ବାହାରିବା ପରେ ଆଉ ପାଣି ବାହାରୁ ନାହିଁ ପୁଣି କିଛି ସମୟ ଅପେକ୍ଷା କରିବା ପରେ ନଳକୂପରୁ ପାଣି ବାହାରୁଛି। ଯେଉଁ ପାଣି ବ୍ୟବହାର ଯୋଗ୍ୟ ନୁହେଁ। ଲୋକେ ଉପାୟ ନପାଇ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ। କେତେ ସେହି ପାଣି କୁ ବ୍ୟବହାର କରିବା ଦ୍ୱାରା ଅନେକ ସମୟରେ ଲୋକଙ୍କ ଦେହ ଖରାପ ହେବା ସହ ରୋଗରେ ପୀଡିତ ହେଉଛନ୍ତି ବୋଲି ଗ୍ରାମର ଲୋକମାନେ ଅଭିଯୋଗ କରିଥିଲେ। ଗାଁ ଲୋକଙ୍କ ଅଭିଯୋଗ ଶୁଣିବା ପରେ ସ୍ଥାନୀୟ ସରପଞ୍ଚ ମଧୁସୂଦନ ନାୟକ ଓ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଅଳ୍ପ ଦିନ ଭିତରେ ମୁଁ ନିଶ୍ଚୟ ଆପଣ ମାନଙ୍କୁ ନୂତନ ନଳ କୂପର ବ୍ୟବସ୍ତା କରାଇବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଲକ୍ଷ୍ମୀପ୍ରିୟା ସେହି ପ୍ରତିଶୃତି ରକ୍ଷାକରି ଖୁବ ଅଳ୍ପ ଦିନ ମଧ୍ୟରେ ଗ୍ରାମରେ ନୂତନ ନଳକୂପ ଖନନ କରିବାରେ ସକ୍ଷମ ହୋଇଛନ୍ତି ଲକ୍ଷ୍ମୀପ୍ରିୟା। ଗ୍ରାମବାସୀ ଅଭିଯୋଗ ରକ୍ଷା କରି ନଳକୂପ ଯୋଗାଇ ଦେଇ ଥିବାରୁ ପାତ୍ରପୁଟ ଗ୍ରାମବାସି ଲକ୍ଷ୍ମୀପ୍ରିୟା ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ବିଶେଷ ଖବର