ମାଥିଲିରେ ବ୍ଲକ୍ ସ୍ତରୀୟ ସେବା ସଂକଳ୍ପ ଅଭିଯାନ-୨୦୨୬ ଆୟୋଜିତ

ମାଥିଲିରେ ବ୍ଲକ୍ ସ୍ତରୀୟ ସେବା ସଂକଳ୍ପ ଅଭିଯାନ-୨୦୨୬ ଆୟୋଜିତ

ମାଥିଲି, ୧/୧୦: ମାଥିଲି ବ୍ଲକ୍ ଅନ୍ତର୍ଗତ ଉଦୁଲିବେଡ଼ାସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ସେବା ସଂକଳ୍ପ ଅଭିଯାନ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ମାଥିଲି ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ରମେଶ ବାରୋଇଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ୍‌ର ୨୦ଟି ଗ୍ରାମ ପଞ୍ଚାୟତରୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବର୍ଗର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ‘ବିକଶିତ ଭାରତ -୨୦୪୭’ ଓ ‘୨୫ ବର୍ଷର ସେବା’ ବିଷୟବସ୍ତୁକୁ ଆଧାର କରି ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ମାଥିଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ମହେଶ ବାକା ଓ ସାଂସଦ ପ୍ରତିନିଧି ବନମାଳି ବରଜା ପ୍ରତିଯୋଗିତା ସମୟରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

   ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଛତିଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପଞ୍ଚାୟତ ସମିତି ସଦସ୍ୟ ରାମ ପ୍ରସାଦ ରାଓ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଜିବ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ, ମାନବିକ ମୂଲ୍ୟବୋଧ, ସମାଜ ଓ ପରିବେଶ ପ୍ରତି ଦାୟିତ୍ୱବୋଧ, ନେତୃତ୍ୱ, ଶୃଙ୍ଖଳା ଓ ନୈତିକ ମୂଲ୍ୟବୋଧର ବିକାଶ ଉପରେ ମାର୍ଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଆର୍. ଭେଙ୍କଟ ରମଣ, ସନ୍ତୋଷ କୁମାର ଗଣ୍ଡ ଓ ଏମ୍.ଏସ୍. ନାଗେଶ ଆୟାର ମଞ୍ଚାସୀନ ଥିଲେ।

  ସମଗ୍ର କାର୍ଯ୍ୟକ୍ରମକୁ ଚାଉଳମେନ୍ଦି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ପୂଜାରୀ ସଂଯୋଜନା କରିଥିବାବେଳେ ଉଦୁଲିବେଡ଼ା ସିଆରସିସି ମନୋଜ କୁମାର ବେହେରା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସିନ୍ଧାବେଡ଼ା ସିଆରସିସି ଦେବପ୍ରସାଦ ବିଶ୍ୱାଳ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ମାଥିଲି ବ୍ଲକ୍‌ର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ଶେଷ ହୋଇଥିଲା।

(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)