ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ କଲେ ସାଂସଦ ବଳଭଦ୍ର ମାଝୀ କ୍ଷତିଗ୍ରସ୍ତ ଚାଷୀଙ୍କୁ ନ୍ୟାଯ୍ୟ କ୍ଷତିପୂରଣ ଓ ରାସ୍ତା ମରାମତି ଉପରେ ଗୁରୁତ୍ୱ.
ମାଥିଲି, ୧/୧୦: ବନ୍ୟା ପ୍ରଭାବିତ ମାଥିଲି ବ୍ଲକ୍ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ। ଗୁରୁବାର ସାଂସଦ ମାଝୀ କମାରପାଲି ପଞ୍ଚାୟତ ସମେତ ସାଲିମି, ମହୁପଦର, କିଆଙ୍ଗ, କର୍ତ୍ତନପାଲି ଓ ଟେମୁରୁପାଲି ଅଞ୍ଚଳ ଗସ୍ତ କରିଥିଲେ।
ବନ୍ୟା ଯୋଗୁଁ ଚାଷଜମି ଓ ଫସଲରେ ହୋଇଥିବା କ୍ଷତି ସହ ବିଭିନ୍ନ ସ୍ଥାନରେ ରାସ୍ତାଘାଟର ଅବସ୍ଥା ସାଂସଦ ନିଜେ ଦେଖିଥିଲେ। ପ୍ରଭାବିତ ଚାଷୀ ଓ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିଥିଲେ।
ବନ୍ୟା କ୍ଷୟକ୍ଷତିର ସଠିକ୍ ଆକଳନ କରି ରିପୋର୍ଟ ପ୍ରସ୍ତୁତ କରିବା ସହ କ୍ଷତିଗ୍ରସ୍ତ ଚାଷୀମାନେ ସରକାରୀ ନିୟମ ଅନୁଯାୟୀ ନ୍ୟାଯ୍ୟ କ୍ଷତିପୂରଣ ପାଇବା ନିଶ୍ଚିତ କରିବାକୁ ସାଂସଦ ଅଧିକାରୀମାନଙ୍କୁ କହିଥିଲେ। ଏଥିସହ ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଘାଟର ଶୀଘ୍ର ମରାମତି ଓ ପୁନରୁଦ୍ଧାର ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ।
ଏହି ଗସ୍ତ ସମୟରେ ମାଥିଲି ବିଡିଓ ପ୍ରମୋଦ କୁମାର ବେହେରା, ତହସିଲଦାର ମାନସୀ ଭୋଇ, ବିଜେପି ଜିଲ୍ଲା ସଭାପତି ଅସକ ପରିଡା ମହୁପଦର ସରପଞ୍ଚ ବୃନ୍ଦାବତୀ ଧାରୁଆ, କମାରପାଲି ସରପଞ୍ଚ ଜଗି ମାଢ଼ୀ, ବ୍ଲକ୍ ଅଧ୍ୟକ୍ଷ ମହେଶ ବାକା, ସାଂସଦ ପ୍ରତିନିଧି ବନମାଳୀ ବରଜା, ଜଳନ୍ଧର କୁନାଲ ମିଶ୍ର ନାୟକ, ଶ୍ରୀକାନ୍ତ ଚୌଧୁରୀଙ୍କ ସମେତ ମଣ୍ଡଳ ସଭାପତି କୁସ ତାତି ଲଖଣ ବାଙ୍କିଆ ଆର ସତ୍ୟନାରାୟଣ ବୁନୁ ଦାସ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
(ମାଥିଲି ରୁ ପ୍ସେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର )


admin 
