କୋରାପୁଟ ଜିଲ୍ଲାର ଅପପୁଷ୍ଟିର ସୁପରିଚାଳନା ପାଇଁ ରାଉଣ୍ଡ୍ ଟେବୁଲ୍ ବୈଠକ

Darbarkhabar

କୋରାପୁଟ ଜିଲ୍ଲାର ଅପପୁଷ୍ଟିର ସୁପରିଚାଳନା ପାଇଁ ରାଉଣ୍ଡ୍ ଟେବୁଲ୍ ବୈଠକ

କୋରାପୁଟ ଜିଲ୍ଲାର ଅପପୁଷ୍ଟିର ସୁପରିଚାଳନା ପାଇଁ ରାଉଣ୍ଡ୍ ଟେବୁଲ୍ ବୈଠକ

ପ୍ରଭାବଶାଳୀ ସାମ୍(ଏସ୍ଏଏମ୍) ପରିଚାଳନା କେବଳ ଜୀବନ ରକ୍ଷା କରେ ନାହିଁ ବର" ପିଲାମାନଙ୍କ ସାମଗ୍ରିକ ସୁସୁତା ଏବଂ ଜ୍ଞାନର ବିକାଶରେ ମଧ୍ୟ ସହାୟକ ହୋଇଥାଏ

କୋରାପୁଟ, ଓଡିଶା- ୨୭ ସେପ୍ଟେମ୍ବର, ୨୦୨୪: ୟୁନିସେଫ ଦ୍ୱାରା ଜାତୀୟ ସ୍ୱାସ୍ଥ୍ୟ ମିଶନ୍ (ଏନ୍ ଏଚ୍ଏମ୍) ଏବଂ ଓଡିଶା ସରକାରଙ୍କ ସହ‌ଯୋଗରେ କୋରାପୁଟରେ ଅପ‌ପୃଷ୍ଟିର ମୁକାବିଲା ପାଇଁ ଏକ ଉଚ୍ଚ-ପ୍ରଭାବଶାଳୀ ରାତଣ୍ଟ୍ ଟେବୁଲ୍ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ଅ•ଳର ଅତିଶୟ ପୃଷ୍ଟିହୀନ (ସମ୍ଏସ୍ଏମ୍)ର ସମାଧାନ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ବିଭାଗର ସହଯୋଗ ଓ ଗଣମାଧ୍ୟମର ଯୋଗଦାନ ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା।

କୋରାପୁଟର କିପିଏମ୍ ଏନ୍‌ଓପି ମମତା ମହାବିଜ୍ଞ ଦ୍ବାରା ସ୍ବାଗତ ଭାଷଣ ଏବଂ ବୈଠକର ଉପକ୍ରମ ଦର୍ଶାଲ ରାଉଣ୍ଡ୍ ଟେବୁଲ୍ ବୈଠକ ଆରମ୍ଭ କରିଥିଲେ, ଯେଉଁଥିରେ ଓଡିଶାର ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା କୋରାପୁଟରେ ଅପପୁଷ୍ଟିର ସମଧାନ ପାଇଁ ନିତ୍ୟାନ୍ତ ଆବଶ୍ୟକ‌ତା ଉପରେ ଗୁରୁତ୍ବାରୋପ କରିଥିଲେ । ତିପିଏମ୍ ଜିଲ୍ଲାର ସାମ୍(ଏଏଏମ୍) ପରିଚାଳନା ପାଇଁ କାର୍ଯ୍ୟକଳାପର

ବିସ୍ତ୍ରୁତ ରୂପରେଖ ଉପସ୍ଥାପନ କରିବା ସହିତ ସରକାରୀ ସ୍ତରରେ ଚାଲିଥିବା ପ୍ରୟାସ ଏବଂ ଭବିଷ୍ୟତର ଯୋଜନାଗୁଡିକ ଉପରେ

ଆଲୋକପାତ କରିଥିଲେ । "କୋରାପୁଟ ଜିଲ୍ଲାର ଲୋକମାନଙ୍କ ପାଖରେ ଅପ‌ପୃଷ୍ଟିର ପ୍ରଭାବଶାଳୀ ସମାଧାନ ପର୍ବ ଇବା ପାଇଁ

ତୃଣମୂଳ ସ୍ତରରେ ଅଙ୍ଗନବାଡି କେନ୍ଦ୍ର ଏବଂ ସ୍ଥାନୀୟ ସଂଗଠନର ଭୂମିକା ଗୁରୁତ୍ଵପୂର୍ଣ । ଆମର ଏହି ନେଟୱାର୍କକୁ ମଜବୁତ କରିବା

ଏବଂ ପୁଷ୍ଟିକର ହସ୍ତକ୍ଷେପ ଜିଲ୍ଲାର ପ୍ରତ୍ୟେକ କୋଣରେ ପହଁଞ୍ଚାଇବା ପାଇଁ ଲକ୍ଷ୍ୟ ରଖୁଛୁ”, ସେ ମତ ଦେଇଥିଲେ ।

ୟୁନିସେଫ ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ ଏହି ଅଧିବେଶନକୁ ଆଗେଇ ନେଇ ଅପପୃଷ୍ଟି ତଥା ସାମ(ଏସ୍.ଏମ୍) ପରିଚାଳନାର ବିବରଣୀ ପ୍ରଦାନକରି କରିଥିଲେ, "କୋଲାପୁଟରେ ୪୩% ରୁ ଅଧିକ ପିଲା ଷ୍ଟଣ୍ଟେର୍ (ବୟସ ଅନୁଯାୟୀ ଉଚ୍ଚତା କମ୍) ହୋଇଥିବା ବେଳେ ୧୬% ପିଲା ସୃଷ୍ଟିଙ୍ଗ (ଉଚ୍ଚତା ଅନୁଯାୟୀ ଓଜନ କମ୍)ର ଶିକାର ହେଉଛନ୍ତି । ଜୀବନ ଚଇନା ଏବଂ ପିଲାମାନଙ୍କ ସୁସ୍ଥ ଭବିଷ୍ୟତକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଅତିଶୟ ପୃଷ୍ଟିହୀନ(ସାମ ଏସ୍ଏଏମ୍) ପରିଚାଳନାକୁ ପ୍ରାଥମିକତା ଦେବା ଆବଶ୍ୟକ । ସାମ୍(ଏଏଏମ୍) ପରିଚାଳନା କେବଳ ଖାଦ୍ୟ ବିଷୟରେ ନୁହେଁ, ଏହା ସ୍ବାସ୍ଥ୍ୟ, ପରିମଳ ଏବଂ ଶିକ୍ଷା ସହିତ ସମନ୍ବିତ ଆଭିମୁଖ୍ୟ ବିଷୟକୁ ମଧ୍ୟ ଗୁରୁତ୍ବ ଦିଏ । ପ୍ରଭାବଶାଳୀ ସାମ(ଏସ୍ଏଏମ୍) ପରିଚାଳନା କେବଳ ଜୀବନ ରକ୍ଷା କରେ ନାହିଁ ବରଂ ପିଲାମାନଙ୍କ ସାମଗ୍ରିକ ସୁସୁତା ଏବଂ ଜ୍ଞାନର ବିକାଶରେ ମଧ୍ୟ ସହାୟକ ହୋଇଥାଏ ।

ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଆଲୋଚନା ଏବଂ ପ୍ରଶ୍ନ-ରର ଅଧୁବେଶନ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଠାରେ

ଅଂଶଗ୍ରହଣକାରୀମାନେ ଏ ବିଷୟରେ ନିଜ ମତାମତ ରଖିବା ସହିତ ଏହି ଅଳରେ ଅପପୁଷ୍ଟିର ଆହ୍ୱାନ ଓ ସମାଧାନ ବିଷୟରେ ପ୍ରଶ୍ନ ଉଠାଇଥିଲେ । ପଲିସି ମେକର, ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ସାମିଲ ହେବାରେ ଏହି ଅଧିବେଶନ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା।

ଏହା ଉଲ୍ଲେଖଯୋଗ୍ୟ ଯେ, ୟୁନିସେଫ ଏବଂ ଓଡିଶା ସରକାରଙ୍କ ସହଯୋଗରେ ଆୟୋଜିତ ଜାତୀୟ ପୋଷଣ କାର୍ଯ୍ୟକ୍ରମ ଅପ‌ପୃଷ୍ଟିରେ ଓଡିଶାର ସବୁଠୁ ଅଧ‌ିକ ଅସୁରକ୍ଷିତ କୋରାପୁଟ ଜିଲ୍ଲାରେ ପୋଷଣର ମୁକାବିଲା ଉପରେ ଧ୍ୟାନ ଦେଉଛି । ସମ୍ପ୍ରଦାୟର ଯୋଗଦାନ ଏବଂ ବିଭିନ୍ନ ବିଭାଗର ସହଯୋଗ ମାଧ୍ୟମରେ, ପୁଷ୍ଟିହୀନତା ହାର ହ୍ରାସ କରିବା ଏବଂ ଶିଶୁ ଓ ମହିଳାଙ୍କ ପାଇଁ କାସ୍ଥ୍ୟ ଫଳାଫଳକୁ ଉନ୍ନତ କରିବାକୁ ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ ରଖୁଛି ।

ପରିଶେଷରେ ଜୋଲାପୁଟ ଡିପିଏମ୍-ଏକ୍ଵପି ମମତା ମହାନ୍ତି ସମସ୍ତ ଅଶଂଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇ କହିଥିଲେ "ଏହି ରାଉଣ୍ଡ ଟେବୁଲ୍ ଦୂକ ସହଭାଗୀତ ଏବଂ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ସମାଧାନ ପାଇଁ ମୂଳଦୂଆ ସାଜିଛି । ମିଳିତ ଭାବେ, ଆମେ କୋରାପୁଟର ଶିଶୁ ଏବଂ ମା'ମାନଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ ଗଠନ କରିବୁ ” ।