ମିଳୁନି ଶବ ,ରାଜନଗର ପୋଲିସ ର ତଦନ୍ତ ଜାରି ,ଥାନା ରେ ଦୁଇ ଅଟକ।

ମିଳୁନି ଶବ ,ରାଜନଗର ପୋଲିସ ର ତଦନ୍ତ ଜାରି ,ଥାନା ରେ ଦୁଇ ଅଟକ।

ଶବ ମିଳୁନି। ସସ୍ପେନ୍ସ ବଢ଼ାଉଛି ଶୁଭଶ୍ରୀଙ୍କ ମୃତ୍ୟୁକୁ ନେଇ। ଚାରିଦିନ ହେଲା ନିଖୋଜ ଜଣେ ମହିଳାଙ୍କ ମୃତଦେହ ହଂସୁଆ ନଦୀରୁ ମିଳୁନି । ଘର ଠାରୁ ପ୍ରାୟ ୧୫ କିମି ଦୂରରୁ ତାଙ୍କ ଶବ ଉଦ୍ଧାର କରାଯାଇଛି । ମୃତଦେହ ମିଳିବା ପରେ ପୋଲିସକୁ ନଜଣାଇ ପରିବାର ଲୋକେ ମାମୁଁଘର ଲୋକଙ୍କ ସହାୟତାରେ ଶୁଭଶ୍ରୀଙ୍କ ମୃତଦେହରେ ବଡ଼ ପଥର ବାନ୍ଧି ନଦୀ ମଝିରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଶୁଭଶ୍ରୀ ଯଦି ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ ତେବେ ବ୍ୟବଛେଦ ନ‌କରି ନଦୀରେ ପିଙ୍ଗି ଦିଆଯିବା ଘଟଣା ସନ୍ଦେହ ସୃଷ୍ଟି କରିଛି। ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ସୂଚନା ଅନୁସାରେ, ରାଜନଗର ଥାନା ଅନ୍ତର୍ଗତ ରାଜପୁର ଗାଁ ର ରଙ୍କନିଧି ଦାସ ଙ୍କ ଝିଅ ଶୁଭଶ୍ରୀ ଦାସ (୧୯) ଶୁକ୍ରବାରଠାରୁ ଘରୁ ନିଖୋଜ ଥିଲେ। ପରିବାର ଲୋକେ ପୋଲିସକୁ ନଜଣାଇ ଘର ନିକଟରେ ବ୍ରାହ୍ମଣୀ ନ‌ଦୀ ଯାଇଥିବାରୁ ଦୁଇଦିନ ହେଲା ପରିବାର ଲୋକେ ବୋଟ ସାହାଯ୍ୟରେ ନ‌ଦୀରେ ଶୁଭଶ୍ରୀଙ୍କୁ ଖୋଜାଖୋଜି କରୁଥିଲେ। ସୋମବାର ରାଜନଗର ନିକଟ

ଗର୍ଜନପୁର ନିକଟରେ ଶୁଭଶ୍ରୀଙ୍କ ମୃତଦେହ ଲାଗିଥିଲା। ପୋଲିସ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି । ୨ ଜଣ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଚଳାଇଛି । ଏହି ଘଟଣାରେ ପୋଲିସ ରାଜପୁର ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ଧରିବା ଲାଗି ଚଢ଼ଉ ଜାରି ରଖିଛି ।

ସଂଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର, ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା।