ରାଜନଗର ଥାନା ର ଦ୍ୱାରସ୍ଥ ହେଲେ ଯୁବତୀ।ନ୍ୟାୟ ନ ମିଳିଲେ ଜୀବନ ହାରିବେ।
ପ୍ରେମ ବିବାହରେ ଜାତି ବାଧକ। ୭ ବର୍ଷ ଧରି ଲିଭ୍ ଇନ୍ ସଂପର୍କରେ ରହିବା ପରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କୁ ନିଜ ଘରକୁ ନେଇ ଆସିଥିଲେ ପ୍ରେମିକ। ୭ ବର୍ଷ ଏକାଠି ରହିବା ପରେ ଛାଡ଼ିଦେଲା ପ୍ରେମିକ। ଥାନାର ଦ୍ବାରସ୍ଥ ହେଲେ ଯୁବତୀ। ତେବେ ବିବାହରେ ଜାତି ସାଜିଲା ବାଧକ। ପ୍ରେମିକାଙ୍କୁ ଛାଡ଼ି ଦେଇ ପ୍ରେମିକ ଫେରାର ହୋଇଯାଇଛନ୍ତି। ଅନ୍ୟ ଉପାୟ ନପାଇ ପ୍ରେମିକା ଶେଷରେ ରାଜନଗର ଥାନାରେ ପହଞ୍ଚି ପ୍ରେମିକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
ନ୍ୟାୟ ନମିଳିଲେ ଜୀବନ ହାରିଦେବେ ବୋଲି ଚେତାବନୀ ଦେଇଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ମହିଷାସୁର ପଞ୍ଚାୟତ ଚଣ୍ଡିଆପଲ୍ଲୀ ଗ୍ରାମର ନଳିନୀକାନ୍ତ ଦାଶଙ୍କ ପୁଅ ଅମରେନ୍ଦ୍ର ଭୁବନେଶ୍ଵରରେ ରହୁଥିଲେ। ତାଙ୍କର ରାଜକନିକା ବ୍ଲକ୍ କାଟଣା ପଞ୍ଚାୟତର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଅମରେନ୍ଦ୍ର ଯୁବତୀଙ୍କୁ
ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏହା ପରେ ଉଭୟ ଲିଭ୍ ଇନ୍ ସଂପର୍କରେ ରହିଥିଲେ। ଅମରେନ୍ଦ୍ର ଦୁଇଦିନ ତଳେ ସଂପୃକ୍ତ ଯୁବତୀଙ୍କୁ ଧରି ନିଜ ଘରକୁ ଚାଲି ଆସିଥିଲେ । ସେ ଉଚ୍ଚ ଜାତିର ହୋଇଥିବା ବେଳେ ଯୁବତୀ ଜଣକ ଅନ୍ୟ ଜାତିର ହୋଇଥିବାରୁ ତାଙ୍କ ବାପା-ମା’ ବିବାହକୁ ବିରୋଧ କରିଥିଲେ । ଏହା ପରେ ଅମରେନ୍ଦ୍ର ସଂପୃକ୍ତ ଯୁବତୀଙ୍କୁ ଛାଡ଼ି ଫେରାର ହୋଇଯାଇଛନ୍ତି। ଅନ୍ୟ ଉପାୟ ନପାଇ ଯୁବତୀ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି । ସେ ଭୁବନେଶ୍ଵରରେ ଏକ କମ୍ପାନୀରେ କାମ କରନ୍ତି । ଅମରେନ୍ଦ୍ର ନିଜ ଭଉଣୀଙ୍କ ବିବାହ ପାଇଁ ତାଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ନେଇଥିବା ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ରାଜନଗର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
