ମୁନିଗୁଡ଼ା ବ୍ଲକରେ ଶତାଧିକ ବିଜେଡି ଵିଜେପି କର୍ମୀ କଂଗ୍ରେସରେ ସାମିଲି ହେଲେ।

ମୁନିଗୁଡ଼ା ବ୍ଲକରେ ଶତାଧିକ ବିଜେଡି ଵିଜେପି କର୍ମୀ କଂଗ୍ରେସରେ ସାମିଲି ହେଲେ।
ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ ଶତାଧିକ ବିଜେଡି ଓ ବିଜେପି ,ବିଏସପି,ସିପିଏମର କର୍ମୀ ନିଜ ଦଳ ପରିତ୍ୟାଗ କରି କଙ୍ଗ୍ରେସର ନେତା ତଥା ବିଧାୟକ ନୀଳମାଧଵ ହିକକାଙ୍କ ନୀତି ଆଦର୍ଶ କୁ ପାଥେୟ କରି ବ୍ଲକ ସଭାପତି ନିଳାମ୍ବର ଵିଭାରଙ୍କ ନେତୃତ୍ବରେ କଙ୍ଗ୍ରେସରେ ଯୋଗ ଦେଇଛନ୍ତି।ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ ବିଧାୟକ ଶ୍ରୀଯୁକ୍ତ ହିକକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଳରେ ମିଶୁଥିବା ଆଗନ୍ତୁକ କର୍ମୀମାନଙ୍କୁ କଙ୍ଗ୍ରେସ ମନ୍ତ୍ର ଶୁଙ୍ଘାଇବା ସହ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ।ଆଗୁଳ ଓ ପାତ୍ରଗୁଡା ପଞ୍ଚାୟତର ବିଭିନ୍ନ ଦଳରୁ ଆସି ମିଶିଥିବା ଵ୍ୟକ୍ତି ହେଲେ ଗନ୍ଧର୍ବ ଖୁରା, ପବିତ୍ର କନ୍ଧ ପାଣି,ବିରଞ୍ଚି କନ୍ଧପାଣି,ପ୍ରଦୀପ କନ୍ଧପାଣି,ଆଦି ଦିବାକା,ପାର୍ଥ କୁସୁଲିଆ, ଶ୍ୟାମସୁନ୍ଦର ଦେଓ,ମୁକେଶ ସିକକା,ଲକ୍ଷ୍ମୀନାରାୟଣ ପିଡିକାକା,ଅର୍ଜୁନ ନାୟକ, ପିତାମ୍ବର ବାବୁ,ଗାମ୍ଵଡା ନାୟକ ପ୍ରମୁଖ ବହୁ କର୍ମୀ ଦଳ ପରିତ୍ୟାଗ କରି କଙ୍ଗ୍ରେସରେ ମିଶିଛନ୍ତି। ସେମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ୨୪ ବର୍ଷ ବିଜେଡ଼ି ଶାସନ ଭିତରେ ଆମ ସାଧାରଣ କର୍ମୀ ଓ ଜନସାଧାରଣ କିଛି ସୁଵିଧା ପାଇଁ ନାହୁଁ।କେବଳ କେତେଜଣ ହାତଗଣତି ଠିକାଦାର ସେଇମାନେ କୋଟିପତି ହେଲେ।ବିଜେପି ପରିତ୍ୟାଗ କରିଥିବା କର୍ମୀ କହିଛନ୍ତି ବହୁଦିନ ବିରୋଧୀ ଦଳରେ ଥାଇ ଆଜି ସରକାର ଆସିବା ପରେ ମଧ୍ୟ ଖୁସି ନାହୁଁ,ଏ ଦଳରେ ବାପପୁଅଙ୍କ ଠିକା ଶାସନ ଚାଲିଛି ।ତେଣୁ ବିଜେଡି ଯାହାକରୁଥିଲା ମୁନିଗୁଡା ରେ ବିଜେପିରେ ମଧ୍ୟ ସମାନ ଲୁଟିଵା କାର୍ଯ୍ୟ ଚଲିଛି ନିଜ ସ୍ବାର୍ଥ ଛାଡି ଦେଲେ ଜନତାଙ୍କ କାର୍ଯ୍ୟ ନାହିଁ।ଏହିପରି କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଆମେ କଙ୍ଗ୍ରେସରେ ମିଶି ସଙ୍ଗଠନକୁ ମଜବୁତ୍ କରିବାକୁ ଚେଷ୍ଟିତ ହେଵୁ ବୋଲି ଆଗନ୍ତୁକ ମତ ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ କଙ୍ଗ୍ରେସର ବରିଷ୍ଟ ନେତା ବଳରାମ କୁସୁଲିଆ, ପର୍ଶୁରାମ ୱଡକା,ଅନଙ୍ଗ ନାଗ,ମାନସ ରଞ୍ଜନ ବେହେରା, ଅଜିତ୍ ସାରକା,ଦିନେଶ ନାୟକ,ଦକ୍ଷ କରିଆ,ରାଧାମୋହନ ଟାକିରୀ,ସୁବାଷ ପ୍ରାସ୍କା,ଗୈରାଙ୍ଗ ପିଡିକାକା ପ୍ରମୁଖ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ।