*ମେ ୨୦ ରେ AIOCD ର ବନ୍ଦ ଡାକରା କୁ ବୌଦ୍ଧ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ ର ସମର୍ଥନ*

*ମେ ୨୦ ରେ AIOCD ର ବନ୍ଦ ଡାକରା କୁ ବୌଦ୍ଧ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ ର ସମର୍ଥନ*

ବୌଦ୍ଧ:୧୯/୫(ରବିନ୍ଦ୍ର ପଟ୍ଟନାୟକ) ସର୍ବଭାରତୀୟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘ ର ଡାକରାରେ ବୌଦ୍ଧ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ଆସନ୍ତା ୨୦ ତାରିଖ ରେ ବୌଦ୍ଧ ଜିଲ୍ଲା ର ସମସ୍ତ ଔଷଧ ଦୋକାନ ବନ୍ଦ ରହିବା ନେଇ ଜିଲ୍ଲା କେମିଷ୍ଟ୍ ସଂଘ ର ସଭାପତି ଗିରିଧାରୀ ଲାଲ ଅଗ୍ରୱାଲ ସୂଚନା ଦେଇଛନ୍ତି । ଔଷଧ ର ଅନଲାଇନ୍ ବିକ୍ରି ବନ୍ଦ , କର୍ପୋରେଟ ସଂସ୍ଥା ଦ୍ୱାରା ଅଧିକ ରିହାତି ବନ୍ଦ କରିବା ଓ ବଜାରରୁ ନକଲି ଔଷଧ ଏଡ଼ାଇବା ପ୍ରଭୁତି ଅନ୍ୟାନ୍ୟ ଦାବି ନେଇ ସର୍ବ ଭାରତୀୟ ସ୍ତରରେ ଗୋଟିଏ ଦିନ ବନ୍ଦ ଡାକରା କୁ ସମର୍ଥନ କରି ବୌଦ୍ଧ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ଆସନ୍ତା ୨୦ ତାରିଖ ସମସ୍ତ ଔଷଧ ଦୋକାନ ବନ୍ଦ ରହିବ ଏହା ସଂଘ ପକ୍ଷରୁ ନିଷ୍ପତି ନିଆଯାଇଅଛି । ଏ ନେଇ ସଂଘ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ସିଡିଏମଓ , ଜିଲ୍ଲା ଭେଷଜ ନିରୀକ୍ଷକ କ୍ନୁ ମଧ୍ୟ ସ୍ମାରକୀ ପତ୍ର ପ୍ରଦାନ କରାଯାଇଅଛି।