ମୟୂରଭଞ୍ଜରେ ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ I

ମୟୂରଭଞ୍ଜରେ ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ I

ମୟୂରଭଞ୍ଜରେ ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ;


ବାରିପଦା 
୨୯.୦୭.୨୦୨୫
ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗର ମିଳିତ ଉଦ୍ୟମରେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକଙ୍କ  ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଶିଶୁ  ଓ କିଶୋର ଶ୍ରମିକ (ନିରାକରଣ ଓ ନିୟନ୍ତ୍ରଣ) ସମ୍ଭନ୍ଧୀୟ ) ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ନରେନ୍ଦ୍ର ଗାଇପାଇ, ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ)ଶ୍ରୀ ନିରଞ୍ଜନ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ଆଚାର୍ଯ୍ୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ସବିତା ମାଝୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ  ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଶ୍ରମ ଅଧିକାରୀ ଶ୍ରୀ ନାୟକ ସ୍ବାଗତ ସମ୍ଭାଷଣ ପ୍ରଦାନ କରିବା ସହ ଲେବର ଆକ୍ଟ ସମ୍ଭନ୍ଧ ରେ ବିସ୍ତୃତ ଭାବେ ଅବଗତ କରାଇବା ସହ ଅତୀତ ରେ ଜିଲ୍ଲାରେ ଉଦ୍ଧରିତ ଅନେକ ଶିଶୁ ଶ୍ରମିକ ବର୍ତମାନ ଉଚ୍ଚ ଶିକ୍ଷିତ ଓ ଉତ୍ତମ କର୍ମ ନିଯୁକ୍ତ ବୋଲି ସୂଚାଇ ଥିଲେ.ଏହି ଶିଶୁ ଓ କିଶୋର ଶ୍ରମିକ ନିରାକରଣ ଅଭିଯାନରେ ପ୍ରଶାସନ ତରଫରୁ ବିଭିନ୍ନ ସମୟ ରେ ଢ଼ାବା, ହୋଟେଲ ଓ ଅନ୍ୟାନ୍ୟ ଅନୁଷ୍ଠାନ ରେ ଅଚାନକ ଚଢ଼ାଉ କରାଯାଇ କମଳମତି ଶିଶୁ ଶ୍ରମିକ ଙ୍କୁ ଉଦ୍ଧାର କରି ସେମାନଙ୍କୁ ଉପଯୁକ୍ତ ସ୍ଥାନ ରେ ଥଇଥାନ ବ୍ୟବସ୍ତା କରାଯାଉଛି. ଏହି ପ୍ରକ୍ରିୟା ନିରନ୍ତର ଚାଲୁ ରହିବ ଏବଂ ଏହି ସାମାଜିକ ବ୍ୟାଧିର ମୁଳୋତ୍ପାଟନ କରାଯିବ ବୋଲି କହିଥିଲେ।   ମୁଖ୍ୟ ଅତିଥି ଅତିରିକ୍ତ
ଜିଲ୍ଲାପାଳ ଶ୍ରୀ ନାଏକ କହିଥିଲେ ଯେ ଦେଶର ପ୍ରଗତିରେ ଶିଶୁ ଓ କିଶୋର ଶ୍ରମିକ ଏକ ବିରାଟ ବଡ ପ୍ରତିବନ୍ଧକ। ଶିଶୁ ଓ କିଶୋର ଶ୍ରମିକ ହେବାର ମୁଖ୍ୟ କେତୋଟି କାରଣ ମଧ୍ୟରୁ ପିତାମାତଙ୍କ ଲାଳନ ପାଳନ ରେ ଦାୟିତ୍ୱହୀନତା, ପରିବାରର ଆର୍ଥିକ ଅଭାବ ଏବଂ ଶିଶୁଟିର ଉପଯୁକ୍ତ ଶିକ୍ଷାର  ଅଭାବରୁ ଅନ୍ୟ ମାନଙ୍କ ଭୁଲ ପ୍ରୋରଚନା ଅନ୍ୟତମ। ତେଣୁ "ଶ୍ରମ ନୁହେଁ - ଶିକ୍ଷା ଚାହୁଁ" ଉକ୍ତିକୁ  ଯଥାର୍ଥ ଭାବେ ଫଳପ୍ରସୂ କରିବା ପାଇଁ  ଶିଶୁ ଓ କିଶୋର ଶ୍ରମିକ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତଙ୍କ ମିଳିତ ଉଦ୍ୟମ ରେ ଜିଲ୍ଲାକୁ ଶିଶୁ ଓ କିଶୋର ଶ୍ରମିକ ନିଯୁକ୍ତିରୁ ମୁକ୍ତ କରାଇବା ପାଇଁ ପଡିବ ବୋଲି କହିଥିଲେ। 

ଏହି ପରିପ୍ରେକ୍ଷୀରେ ସମସ୍ତ ଦୋକାନ ଏବଂ ସ୍ଥାନୀୟ ଆଉଟଲେଟ ମାନଙ୍କରେ "We Don't Employ Child Labour" ( ଆମେ ଶିଶୁ ଶ୍ରମିକ ନିଯୁକ୍ତ କରୁନାହୁଁ)  ର ବୋର୍ଡ ଲଗାଇବାକୁ  ମତ ପ୍ରକାଶ ପାଇଥିଲା।

ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଓରମାସ ର ଡେପୁଟି ସି ଇ ଓ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ଓ ଅନ୍ୟାନ୍ନ 
ଅଧିକାରୀଗଣ ଉପସ୍ଥିତ ଥିଲେ ।
ବାରିପଦାରୁ -ଗୌର ଦାସଗିରି