ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ନବୀନ ଓ ରାହୁଲ ଗାନ୍ଧୀ ଙ୍କ କୁଶପୁଳିକା ଦାହ I

ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ନବୀନ ଓ ରାହୁଲ ଗାନ୍ଧୀ ଙ୍କ କୁଶପୁଳିକା ଦାହ I
ବୌଦ୍ଧ :୨୯/୭(ନିପ୍ର) ରାଜ୍ୟ ବିଜେପିର ନିଷ୍ପତ୍ତି କ୍ରମେ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ବୌଦ୍ଧ ଏନ ଏ ସି ବାଘଗୁଡା ଛକରେ ଜିଲ୍ଲା ସଭାପତି ଶ୍ରୀ ପ୍ରେମାନନ୍ଦ ମିଶ୍ରଙ୍କ ନେତୃତ୍ୱରେ , ନାରୀ ଧର୍ଷଣକାରୀ ବିଜେଡି ଓ କଂଗ୍ରେସ ଦଳର ବିଗତ ଦିନର ଇତିହାସ ଯାହା ଅଞ୍ଜନା ମିଶ୍ର ଠାରୁ ଆରମ୍ଭ ହୋଇ ଛବିରାଣୀ ହତ୍ୟାକାଣ୍ଡ, ମାଧବୀଲତା ହତ୍ୟାକାଣ୍ଡ, ନୈନା ସାହାଣୀ ହତ୍ୟାକାଣ୍ଡ , ବର୍ତ୍ତମାନର୍ ଉଦିତ ପ୍ରଧାନ ଓ ଅମରେସ ଜେନାଙ୍କ ନାରୀ ଜାତି ପ୍ରତି ଅବମାନନାକୁ ନେଇ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଆଜି ନଗର ମଣ୍ଡଳ ବୌଦ୍ଧ ବାବୁ ସହି ଠାରୁ ଏକ ଶୋଭାଯାତ୍ରା ବାହାରି ବାଘଗୁଡା ଛକରେ ଏକ ପ୍ରତିବାଦ ସୋଭା ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରର ବିରୋଧୀ ଦଳ ନେତା ରହୁଲ୍ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲ…
[20:08, 7/29/2025] +91 99379 32819: ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ଠାରେ ସହାୟକ ଉପକରଣ ବିତରଣ ଓ ଭିନ୍ନକ୍ଷମତା ଆକଳନ ଶିବିର ଅନୁଷ୍ଠିତ
ବୌଦ୍ଧ:୨୯/୭(ନିପ୍ର) ବୌଦ୍ଧ ସଦର ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ସର୍ବ ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପକ୍ଷରୁ ଭିନ୍ନକ୍ଷମ ଶିଶୁଙ୍କୁ ସହାୟକ ଉପକରଣ ବିତରଣ ଓ ଭିନ୍ନକ୍ଷମତା ଆକଳନ ଶିବିର ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | ସମ୍ମାନୀତ ଅତିଥି ଭାବରେ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଗାୟତ୍ରୀ ସାହୁ, ସମଗ୍ର ଶିକ୍ଷାର ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ହରିଶଂକର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଚଳନ ବାଧିତ, ଶ୍ରବଣ ବାଧିତ, ମାନସିକ ନ୍ୟୂନତା ଓ ସ୍ବଳ୍ପ ଦୃଷ୍ଟି ଶକ୍ତି ସମ୍ପନ୍ନ ଆଦି ଚାରୋଟି ବର୍ଗରେ ମୋଟ୍ ୧୮୬ ଜଣ ଭିନ୍ନକ୍ଷମ ଶିଶୁଙ୍କୁ ସ୍ବାସ୍ଥ୍ୟ ପରୀକ୍ଷl ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ବାରା କରାଯାଇଥିଲା l