ରଥଯାତ୍ରା ପାଇଁ ବରଗଡ ଜିଲ୍ଲା ବୁଡ଼ାମାଲ ଗ୍ରାମରେ ଚିହ୍ନଟ ହୋଇଥିଲା ରଥ କାଠ ।

ରଥଯାତ୍ରା ପାଇଁ ବରଗଡ ଜିଲ୍ଲା ବୁଡ଼ାମାଲ ଗ୍ରାମରେ ଚିହ୍ନଟ ହୋଇଥିଲା ରଥ କାଠ ।

 ରଥଯାତ୍ରା ପାଇଁ ବରଗଡ ଜିଲ୍ଲା ବୁଡ଼ାମାଲ ଗ୍ରାମରେ ଚିହ୍ନଟ ହୋଇଥିଲା ରଥ କାଠ ।ଏଥି ପାଇଁ ବରଗଡ଼ରେ ପୁରୀ ଶ୍ରୀମନ୍ଦିରର ପାଞ୍ଚ ଜଣିଆ ଟିମ ପହଞ୍ଚି ଗଛ ଚିହ୍ନଟ କରିଥିଲେ ଏହି ଟିମ ପଦ୍ମପୁର ରେଞ୍ଜ ଅନ୍ତର୍ଗତ କୁଲିଆରୀ ବିଟ ବୁଡ଼ାମାଲ ଗ୍ରାମରେ ସର୍ଭେ କରିବା ସହ ରଥ କାଠ ପାଇଁ ଗଛ ଚିହ୍ନଟ କରିଥିଲେ l ଏହା ପୂର୍ବରୁ ପୁରୀ ମନ୍ଦିର ପ୍ରଶାସନ ପକ୍ଷରୁ ବରଗଡ଼ ଡିଏଫଓଙ୍କୁ ଚିଠି କରାଯାଇଥିଲା ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଛି l ହେଲେ ରଥର ଚକ ତିଆରି ପାଇଁ ୭୨ ଖଣ୍ଡ ଫାସୀ ଗଛର ଆବଶ୍ୟକ l ସେଥି ପାଇଁ ପଦ୍ମପୁର ଜଙ୍ଗଲରୁ ଏହି କାଠ ଆସିବ । ତେବେ ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀ ଠାରେ ରଥ ଯାତ୍ରା ପାଇଁ ରଥ ନିର୍ମାଣ ଅକ୍ଷୟ ତୃତୀୟରୁ ଅନୁକୂଳ ହେବାକୁ ଥିବା ବେଳେ ରଥ ଚକ ନିର୍ମାଣ ପାଇଁ ଫାସି ଗଛ ଅନୁସନ୍ଧାନରେ ଉକ୍ତ ଟିମ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମରେ ପହଞ୍ଚି ଥିଲେ । ବରିଷ୍ଠ କେୟାର ଟେକର ସୁଦର୍ଶନ ମେକଫ,ଶ୍ରୀ ମନ୍ଦିର ପ୍ରଶାସନର କର୍ମଚାରୀ ଅନାଦି ସ୍ୱାଇଁ, ରଥ ଅମିନ, ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦାର ଓ ରବି ଭୋଇ ଏହି କମିଟି ରେ ସାମିଲ ଥିବା ବେଳେ ବରଗଡ଼ ଡି. ଏଫ. ଓ ଏବଂ ପଦ୍ମପୁର ରେଞ୍ଜରଙ୍କ ସହ ଯାଇ ପଦ୍ମପୁର ଗାଇସିଲେଟ ରାସ୍ତା ବୁଡ଼ାମାଳ ଛକ ନିକଟରେ ୧୫ଟି ଫାସି ଗଛ ଚୟନ କରିଥିଲେ । ପବିତ୍ର ଶ୍ରୀରାମ ନବମୀ ଦିନ ଉକ୍ତ ଗଛ କଟାଯାଇଥିଲା । ପ୍ରଥମ ଥର ମହାପ୍ରଭୁଙ୍କ ରଥ ପାଇଁ ଏହି ଅଞ୍ଚଳରୁ କାଠ ଯିବା କଥା ଶୁଣି ଲୋକଙ୍କ ଭିତରେ ଖୁବ ଉତ୍ସାହ ଦେଖିବାକୁ ମିଳିଥିଲା । ଆଜି ଗଛ ସବୁ ୨ ଟି ଟ୍ରକରେ ପୁରୀ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲା । ତେବେ ରାସ୍ତାରେ ତାଲପାଲି ଗ୍ରାମରେ ଗ୍ରାମ୍ୟ କମିଟି ତରଫରୁ ଭବ୍ୟ ସ୍ବାଗତ କରିଥିବା ବେଳେ ଗାଇସିଲେଟ ଠାରେ ନାଗରିକ କମିଟି ସଭାପତି ତଥା ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ,ସରପଞ୍ଚ ଶରତ କାଲୋ ,ୟୁଥ୍ କ୍ଲବ ସଭାପତି ରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ସହିଦ ଛକ ଠାରେ ବିଡିଓ ଲକ୍ଷ୍ମଣ ମାଝି,ଥାନାଧିକାରୀ ହରିଶଙ୍କର ଭୋଇ ଏବଂ ବରିଷ୍ଠ ନାଗରିକ ସଂଘ,ବଣିକ ସଂଘ ଓ ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ରହି ରଥ କାଠକୁ ପୂଜା ପାଠ କରିବା ସହ ଭବ୍ୟ ସ୍ବାଗତ କରିଥିଲେ । ବରଗଡ଼ ବନଖଣ୍ଡ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକ ଏବଂ ପଦ୍ମପୁର ବନାଞ୍ଚଲ ଅଧିକାରୀ ସୁଦାମ ଜଗଦଲାଙ୍କ ପ୍ରୟାସ ପାଇଁ ଏହା ସମ୍ଭବ ହୋଇଥିବାରୁ ଅଞ୍ଚଳ ବାସି ତାଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ ।