ରାଜନଗର ଥାନା କୁ ମିଳିଲା ସଫଳତା ବହୁ ପରିମାଣ ରେ ଚୋରା ମଦ ଜବତ ସହିତ ଜଣେ ଗିରଫ ।

ରାଜନଗର ଥାନା କୁ ମିଳିଲା ସଫଳତା ବହୁ ପରିମାଣ ରେ ଚୋରା ମଦ ଜବତ ସହିତ ଜଣେ ଗିରଫ ।

କିଛି ଦିନ ତଳେ ରାଜନଗର ନୂତନ ଆଇଆଇସି ରତି ରଞ୍ଜନ ନାୟକ ଙ୍କ ଦ୍ଵାରା ଜୁଆ ଆଡା ଉପରେ ଚଢ଼ାଉ କରି ଯୁଆଡି ଙ୍କୁ ଗିରଫ କରିବାରେ ସଫଳ ହୋଇ ଥିବା ବେଳେ ଆଜି ରାଜନଗର ପୋଲିସ ତରଫରୁ ଚୋରା ମଦ ଜବତ କରାଯାଉଛି।ରାଜନଗର ପୋଲିସ।ବିପୁଳ ପରିମାଣ ରେ ମଦ ଜବତ ହେବା ପରେ ଚୋରା ମଦ ବେପାରୀ ଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

ରାଜନଗର ଥାନା ଦ୍ୱାରା ରାଜନଗର ଥାନା ଅନ୍ତର୍ଗତ ମଲିକ ସାହି ନିକଟ ରାସ୍ତାରୁ ଗୋଟିଏ ଅବକାରୀ ମାମଲା ଚିହ୍ନଟ କରି ଅଭିଯୁକ୍ତ ଅମିୟ ଜେନା,ପିତା- ବୈକୁଣ୍ଠ ଜେନା, ଗ୍ରାମ- ମହିଁସାସୁର, ଥାନା- ରାଜନଗର, ଜିଲ୍ଲା- କେନ୍ଦ୍ରାପଡା ନିକଟରୁ ୨୨.୫୬ ଲିଟର ବିଦେଶୀ ମଦ ଜବତ କରା ଯାଇଥିବା ସୂଚନା ମିଳିଛି ।ଆଗକୁ ଆହୁରି ଚୋରା ମଦ ଜବତ ହେବ ବୋଲି ସୂଚନା ଦେଇଛନ୍ତି ରାଜନଗର ଆଇଆଇସି ରତି ରଞ୍ଜନ ନାୟକ ।

ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର, ଜିଲ୍ଲା ପ୍ରତିନିଧି , କେନ୍ଦ୍ରାପଡ଼ା।