ଆଇଆଇସି ରତିରଞ୍ଜନ ନାୟକ ଙ୍କ ନିର୍ଦ୍ଦେଶ ରେ ରାଜନଗର ରେ ଗାଡ଼ିମଟର ଯାଞ୍ଚ ଅଭିଯାନ ଜୋରଦାର।

ଆଇଆଇସି ରତିରଞ୍ଜନ ନାୟକ ଙ୍କ ନିର୍ଦ୍ଦେଶ ରେ ରାଜନଗର ରେ ଗାଡ଼ିମଟର ଯାଞ୍ଚ ଅଭିଯାନ ଜୋରଦାର।

ପାର୍ବଣକୁ ଦୃଷ୍ଟିରେ ରଖ୍ ରାଜନଗର ବ୍ଳକରେ ମଦ୍ୟପ ଚାଳକଙ୍କୁ ସାବାଡ଼ କରିବା ପାଇଁ ପୁଲିସ ପକ୍ଷରୁ ଯାଞ୍ଚ ଅଭିଯାନ ଜୋରଦାର କରାଯାଇଛି । ପାର୍ବଣ ପାଇଁ ରାସ୍ତାଘାଟ ସଜେଇ ହେଉଥିବା ବେଳେ ବିଭିନ୍ନ ପୂଜାମଣ୍ଡପରେ ନିର୍ମାଣ ମଧ୍ଯ ଶେଷ ପର୍ଯ୍ୟାୟରେ ମୂର୍ତ୍ତି ନିର୍ମାଣ ଠାକୁରଙ୍କ ମୂର୍ତ୍ତି ପହଞ୍ଚିଛି । ରାଜନଗର ଥାନା ଅଧିକାରୀ ରତିରଞ୍ଜନ ନାୟକଙ୍କ ନିର୍ଦ୍ଦେଶକ୍ରମେ ସବ୍-ଇନ୍ସପେକ୍ଟର ଅବିନାଶ ନାଥଙ୍କ ସମେତ ପୁଲିସ କର୍ମଚାରୀମାନେ ହଂସୁଆ ସେତୁ ଉପରେ ଯାନବାହନ ଯାଞ୍ଚ କରିଥିଲେ । ମଦ୍ୟପାନ ବାଇକ୍ ଚଳାଉଥିବା ଚାଳକମାନଙ୍କୁ ମେସିନ୍ ବ୍ରେଥ୍ ଆନାଲାଇଜର ସାହାଯ୍ୟରେ ଯାଞ୍ଚ କରାଯାଇଥିଲା ।

ଏଥିସହ ସେମାନଙ୍କୁ ଜୋରିମାନା କରାଯାଇଥିଲା। ପୁଲିସ ଯାଞ୍ଚ ଅଭିଯାନ ଜାରି ରଖିଛି। ଏଣିକି ସାବଡ଼ ହେବେ ମଦ୍ୟପ।ରାଜନଗର ବଜାର ରେ ହେଉଥିବା ଦୁର୍ଗାପୂଜା ରେ ବହୁ ପଞ୍ଚାୟତ ର ଜନସାଧାରଣ ଙ୍କ ସମାଗମ ହୁଏ।ଏଥି ପାଇଁ ରାଜନଗର ଥାନା ର ଆଇଆଇସି ରତି ରଞ୍ଜନ ନାୟକ କିଛି ଦିନ ତଳେ ବହୁ ଜୁଆ ଆଡ୍ଡା ,ଚୋରମଦ ଉପରେ ଚଢ଼ାଉ ଜାରି ରଖି ଥିଲେ। ଦୁର୍ଗାପୂଜା କୁ ଲକ୍ଷ୍ୟ କରି ରାଜନଗର ଓ ଆଖ ପାଖ ଅଞ୍ଚଳରେ ଅସାମାଜିକ ଯୁବକ ଙ୍କ ଉପରେ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ଆଇଆଇସି କହିଛନ୍ତି।ଆଗାମୀ ଦିନ ରେ କି ପରି ରାଜନଗର ବଜାର ରେ ଶାନ୍ତି ଶୃଙ୍ଖଳା ର ସହିତ ଦୂର୍ଗା ପୂଜା ଆରମ୍ଭ ହୋଇ ଶେଷ ହେବ ସେଥି ପ୍ରତି ରାଜନଗର ପୋଲିସ ବାହିନୀ ନିୟୋଜିତ ହୋଇ ସଜାକ ରହି କାର୍ଯ୍ୟ କରିବେ ବୋଲି ରାଜନଗର ଆଇଆଇସି ରତି ରଞ୍ଜନ ନାୟକ ରାଜନଗର ବାସୀ ଙ୍କୁ ପ୍ରତିଶ୍ରୁତି ଦେବା ସହିତ ରାଜନଗର ବାସୀ ଙ୍କ ସହଯୋଗ ଲୋଡ଼ିଛନ୍ତି।

ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି ଓ ବିଶ୍ୱଜିତ୍ ପଣ୍ଡା ରାଜନଗର ବ୍ଲକ ପ୍ରତିନିଧି।