ଦିନ ୧୨ ଟାରେ ପଥର ବ୍ଲାଷ୍ଟ ଓ ବିଦ୍ୟୁତ ଚୋରି ରେ ଠିକାଧାର ଏବଂ ବିଦ୍ୟୁତ ଯନ୍ତ୍ରୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା l .

ଦିନ ୧୨ ଟାରେ ପଥର ବ୍ଲାଷ୍ଟ ଓ ବିଦ୍ୟୁତ ଚୋରି ରେ ଠିକାଧାର ଏବଂ ବିଦ୍ୟୁତ ଯନ୍ତ୍ରୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା l ମାଲକାନଗିରି୧୯/୦୪(ନି:ପ୍ର)କୁର୍ତ୍ତ ବିଭାଗ ର କୋଟି କୋଟି ଟଙ୍କା ରେ ଜନ ହିତକର କଲ୍ୟାଣ ନିମନ୍ତେ,ନିର୍ମାଣ କରାଯାଉଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ନିକଟସ୍ଥ ମେଣ୍ଡୁକୁଲ୍ଲୀ ଘାଟରେ ବ୍ରିଜ୍ଜ l ଏଥିରେ ରବି ପ୍ରଧାନ ଠିକାଧାର ସରକାର ଙ୍କ ନିୟମ କୁ ଅବମାନନା କରି,ଜଣଙ୍କ ଘରୁ ମାସିକ ବିଲ୍ଲ ପୋଇଠ କରିଦେବା ଲୋଭ ଦେଖାଇ l ମିଟର ଫାଡି ଚୋରି ରେ ବିଦ୍ୟୁତ ସଂଯୋଗ କରିଥିବାର ନଜର ଆସିଛି, ଏଥିରେ ମାଥିଲି ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ଙ୍କୁ ଏବଂ ଠିକାଧାର ରବି ପ୍ରଧାନ ଙ୍କୁ ପଚାରି ବାରୁ ଜଣେ ଆଉ ଜଣଙ୍କୁ ଦୁଇଜଣଙ୍କ ମଧ୍ୟରେ ଦଶାରଫ ଦିଆ ଦେଇ ରେ ଚାଲିଛନ୍ତି l ତେଣୁ ନିଜ ଭୁଲ ଗୁଡିକ କୁ କେହି ମୁଣ୍ଡେଇବା ଚାହୁଁନାହାନ୍ତି, ତେଣୁ ଠିକାଧାର ଏବଂ ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ଙ୍କ ମଧ୍ୟରେ ରହିଛି କି ମଧୁ ଚନ୍ଦ୍ରିକା l ଯଦି ଓ ବା ବିଦ୍ୟୁତ ବିଲ୍ଲ ମାସକୁ ମାସ ହିତାଧିକାରୀ ଙ୍କ ଠାରୁ ନେଉଥିଲେ,ହେଲେ ଜାଣି ପାରୁ ନୋ ଥିଲେ କେମିତି ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ଚିତରଞ୍ଜନ ମହାରଣା l ନା କିଛି ମଧୁଚନ୍ଦ୍ରିକା ର ରହସ୍ୟ ମୟ ଯୋଗୁଁ ଏଡ଼େଇ ଦଉଥିଲେ l ଆଜକୁ ବର୍ଷେ ହବ ଚାଲିଛି କାମ,ସରକାରଙ୍କ ଅନୁମତି ନଥିଲେ ମଧ୍ୟ ଦିନ ୧୨ ଟାରେ ପଥର ବ୍ଲାଷ୍ଟିଙ୍ଗ ଚାଲିଛି l ଯାହା ଫଳରେ ଅନେକ ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି l ଯଦି ଓ ବା କାହାରି ଜୀବନ ପ୍ରତି କ୍ଷୟ କ୍ଷତି ହୁଏ ସେଥିପାଇଁ ଦାୟୀ ହେବେ କିଏ l ଏହା ଗ୍ରାମବାସୀ ଙ୍କ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା କର୍ଣ୍ଣପାତ ଦେଉନାହାନ୍ତି ଠିକାଧାର ରବି ପ୍ରଧାନ l ଚରୀରେ ବିଦ୍ୟୁତ ସଂଯୋଗ କରିବା ଏବଂ ବିନା ଅନୁମୋତିରେ ଦିନ ୧୨ଟା ରେ ବ୍ଲାଷ୍ଟିଙ୍ଗ କରିବା ଏହା ଏକ ସରକାର ଙ୍କ ଆଇନ ଅନୁଯାଇ ଦଣ୍ଡିତ ହେବେ ଏହା ଭାରତ ସରକାର ଙ୍କ ନିୟମ ରହିଛି l ତେଣୁ ଜଣେ ନିରୀହ ଆଦିବାସୀ ବା ନିରୀହ ଲୋକ ବିଦ୍ୟୁତ ବିଲ୍ଲ ପ୍ରତି ମାସରେ ଦେଉଥିଲେ ମଧ୍ୟ,ପୁଣି ପୁରୁଣା ବକୀୟା ବିଲ୍ଲ ରହିଛି କହି କମ୍ପାନୀ ନାମରେ ବିଲ୍ଲ ପାଇଁ ପ୍ରତି ଘରକୁ ଘର ବଟି ଆଦାୟ କଲା ଭଳି ପାଞ୍ଚ ହଜାର ତ ଆଉ କୋଉଠି ସାତ ହଜାର କିମ୍ବା ଦଶ ହଜାର ଟଙ୍କା ମାଗି ମାଥିଲି ବିଦ୍ୟୁତ ବିଭାଗୀୟ ଅଧିକାରୀ ଚିତରଞ୍ଜନ ମହାରଣା,ମାର୍ଚ୍ଚ ମାସ କହି ନେଇଯାଉଛନ୍ତି l କିନ୍ତୁ ଏହି ଟଙ୍କା କମ୍ପାନୀ ନାମରେ ଆଣି ବାଟ ବଣା ହେଉଥିବାର ସୂଚନା ମିଳିଛି l ଯାହା ଫଳରେ ଉକ୍ତ ମାସରେ କେତେ ଜମା କରାଗଲା ଏହାରି କୌଣସି ସୂଚନା ଯନ୍ତ୍ରୀ ଙ୍କ ପାଖରୁ ମିଳୁ ନାହିଁ l ଉକ୍ତ ସମସ୍ୟା କୁ ନେଇ ଜନସାଧାରଣ ଙ୍କ ଅଭିଯୋଗ ହେଇଥିବାରୁ, ମାଥିଲି ଉତ୍କଳ ସାମ୍ବାଦିକ ସଂଘ ମାଥିଲି ଶାଖା ତରଫୋରୁ ପହଂଚି ଅଭିଯୋଗ ସତେ ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ଙ୍କୁ ଜଣେଇଥିବାରୁ l କିଛି ସମୟ ମଧ୍ୟରେ ମାଥିଲି ଯନ୍ତ୍ରୀ ଏବଂ ତାଙ୍କ ଟିମ ଆସି ଚୋରା ବିଦ୍ୟୁତ କୁ ଜବତ କରି ବିଦ୍ୟୁତ ସଂଯୋଗ କୁ କାଟି ନେଇଥିଲେ l ଏବଂ ଆବଶ୍ୟକ ସାମଗ୍ରୀ ଜବତ କରିଥିଲେ l ହେଲେ ଏହି କୋଟି ପତି ବାବୁ ଙ୍କ ଏବଂ ମାଥିଲି ବିଦ୍ୟୁତ ବିଭାଗୀୟ ଅଧିକାରୀ ଯନ୍ତ୍ରୀ ଚିତରଞ୍ଜନ ମହାରଣା ଙ୍କ ମଧ୍ୟରେ ଯେଉଁ ମଧୁଚନ୍ଦ୍ରିକା ରହିଛି ତାହା ଆଜକୁ ଏକ ସାପ୍ତାହ ହଇଥିଲେ ମଧ୍ୟ କୌଣସି ମୋକଦମା ରୁଜୁ ହେଇନାହିଁ କାରଣ ଏହି ଦୁଇ ଜଣଙ୍କ ମଧ୍ୟରେ ଆଗରୁ ସୋଲାସୁତୁରା ର ମଧୁଚନ୍ଦ୍ରିକା ରେ ବିଦ୍ୟୁତ ଚାଲି ଥିଲା,ଆଉ ଏବେ ଖାଲି ଲୋକ ଦେଖାଣିଆ ରେ ସାମଗ୍ରୀ ଜବତ କଲେ କିନ୍ତୁ କେଶ୍ ରୁଜୁ ହଇନାହିଁ ଏଥିରେ ମାଥିଲି ବିଦ୍ୟୁତ ଯନ୍ତ୍ରୀ ଚିତରଞ୍ଜନ ମହାରଣା ଙ୍କ ଭିତିରିଆ ସୋଲାସୁତୁରା ର ହାତ ରହିଥିବାର ମଧ୍ୟ ଜନସାଧାରଣ ଙ୍କ ଅଭିଯୋଗ ହେଉଅଛି l ଏହା ଆଗକୁ କେଉଁ ମୁଡ ନେଉଛି ତାହା ଦେଖିବାକୁ ଜନସାଧାରଣ ଙ୍କ ଅପେକ୍ଷା

ଦିନ ୧୨ ଟାରେ ପଥର ବ୍ଲାଷ୍ଟ ଓ ବିଦ୍ୟୁତ ଚୋରି ରେ ଠିକାଧାର ଏବଂ ବିଦ୍ୟୁତ ଯନ୍ତ୍ରୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା l  .