ଶ୍ରୀରାମପୁର ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ଓ ବହୁ ପଞ୍ଚାୟତ ର ସରପଞ୍ଚ ଓ ରାଜ ନେତା ଚିର ନିଦ୍ରା ରେ।

ଶ୍ରୀରାମପୁର ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ଓ ବହୁ ପଞ୍ଚାୟତ ର  ସରପଞ୍ଚ  ଓ ରାଜ ନେତା  ଚିର ନିଦ୍ରା ରେ।

ଶ୍ରୀରାମପୁର ଉପର ମୁଣ୍ଡରେ ଲଗାଣ ବର୍ଷା ହେବା ଫଳରେ, ରେଙ୍ଗାଲି ଡ୍ୟାମ ୩ ଗୋଟି ଗେଟ ଖୋଲିବାରୁ, ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ଥର ବନ୍ୟା ଆସି ପୁଣି, ଶ୍ରୀରାମପୁର ସମେତ ଡାମରପୁର, ବଳଭଦ୍ରପୁର , ଶାସନ (ଆଂଶିକ) ପଞ୍ଚାୟତ ବିପନ୍ନ ହୋଇ ପଡିଛି l

ଚଳିତ ମାସରେ ଦୁଇ ଦୁଇ ଥର ବନ୍ୟା ଆସିବା ଯୋଗୁଁ,ଲୋକ ମାନେ ଜଳବନ୍ଦୀ ହୋଇଛନ୍ତି l

ଶ୍ରୀରାମପୁର ପଞ୍ଚାୟତର ଉଦୟପୁର, ବେଣିପୁର,ତିନି ଘରିଆ, କଦମଦାଣ୍ଡି, ବିଲସାହି, ମଠସାହି, ପାଳପାଟଣା ଆଦି ଗ୍ରାମ ଗୁଡିକ, ବାହାର ଦୁନିଆରୁ ବିଚ୍ଛିନ୍ନ ହୋଇ ପଡିଛି l

ଗାଁ, ରାସ୍ତା ଉପରେ ପ୍ରଖର ସ୍ରୋତ ସହିତ, କୁମ୍ଭୀର ଚଳ ପ୍ରଚଳ କରୁଥିବାରୁ ଲୋକେ 

ଡ଼ଙ୍ଗା, ଡିଙ୍ଗି ଉପରେ ନିର୍ଭର କରି ଯାତାୟତ କରୁଛନ୍ତି l

ବନ୍ୟା ଆସିବାର ୫ ଦିନ ବିତି ଯାଇଥିଲେ ହେଁ, ପାଣି କମିବାର ନାଁ ଧରୁନି, ହଠାତ ଗୋଟିଏ ଦିନ ଭିତରେ ରାସ୍ତା ଘାଟ ବୁଡି ଜିବାରୁ, ଲୋକେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ କରି ନପାରି ଦୁର୍ଦ୍ଦଶା ଭୋଗ କରୁଛନ୍ତି l

ପ୍ରଶାସନ ତରଫରୁ ଯୋଗାଇ ଦିଆ ଯାଇଥିବା, ରିଲିଫ ସାମଗ୍ରୀ ବାବଦକୁ ମୁଣ୍ଡ ପିଛା ୧୦୦ ଗ୍ରାମ ଚୁଡା, ୨୫ ଗ୍ରାମ ଗୁଡ, ଦୁଇ ପିଇସୀ ବିସ୍କୁଟ ସେ ପୁଣି ଲୋକ ଙ୍କ ଆବଶ୍ୟକତା ଠାରୁ କମ ହେଉଥିବାରୁ, ରିଲିଫ ବଣ୍ଟନରେ ଅସନ୍ତୁଷ୍ଟ ଦେଖା ଦେଇଛି l

ଏତତ ବ୍ୟତୀତ ପଞ୍ଚାୟତ ରେ ଥିବା ନଳକୂଅ ଗୁଡିକ ବୁଡି ଜିବାରୁ, ପିଇବା ପାଣି ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି l

ଲୋକେ ଡଙ୍ଗାରେ ଯାଇ ଡାମରପୁର ଠାରୁ ପିଇବା ପାଣି ସଂଗ୍ରହ କରୁଛନ୍ତି l

ଅପରପକ୍ଷେ ଦେଖିବାକୁ ଗଲେ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ପଞ୍ଚାୟତ ର ମୁଖ୍ୟ ଜୀବନ ରେଖା କୁହା ଯାଉଥିବା, ପଟ୍ଟାମୁଣ୍ଡାଇ କୁ ସଂଯୋଗ କରୁଥିବା, ମାଳିପୁର ଘୋସରା ଉପରେ ୫ ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେବା ସହିତ, ପ୍ରଖର ସ୍ରୋତ ଯୋଗୁଁ ଗାଡି ମଟର ଚଳାଚଳ ବନ୍ଦ ହୋଇଛି, ଏଭଳି ସ୍ଥିତିରେ ଆକସ୍ମିକ ଅସୁସ୍ଥତା କିମ୍ବା ଦୁର୍ଘଟଣା ଘଟିଲେ, ଆମ୍ବୁଲାନ୍ସ, ଦମକଳ ସେବା ପହଞ୍ଚିବା ନେଇ, ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି l

ବନ୍ୟା ଯୋଗୁଁ ସ୍କୁଲ, ଅଙ୍ଗନୱାଡି, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପଞ୍ଚାୟତ କାର୍ଯ୍ୟାଳୟ ଭଳି ଅନେକ ସେବା ପ୍ରଭାବିତ ହୋଇଛି l

ପାଳପାଟଣା ସ୍ଥିତ ରାମଚଣ୍ଡୀ ହାଇସ୍କୁଲ, ପାବନ କ୍ଷେତ୍ରରେ ବନ୍ୟା ପାଣି ୩ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି l

ପାଳପାଟଣା ଗ୍ରାମର ଦାମୋଦର ପ୍ରଧାନ, ରଘୁନାଥ ପ୍ରଧାନ, କୈଳାସ ମଳିକ, ଶ୍ରୀରାମପୁର ଗ୍ରାମର ସୁରେଶ ମଳିକ, କ୍ଷୀରୋଦ ମଳିକ, ବାନାମ୍ବର ମଳିକ, ଖଗେଶ୍ୱର ମଳିକ, ଙ୍କ ଘରେ ପାଣି ପସି ଜିବାରୁ ଲୋକଙ୍କ ଘରେ ଚୁଲି ଜଳୁନି l

ଗୁହାଳରେ ପାଣି ପସି ଜିବାରୁ, ଗାଇ ଗୋରୁ ସ୍କୁଲ ଭଳି ସୁରକ୍ଷିତ ସ୍ଥାନରେ ଆଶ୍ରା ନେଇଛନ୍ତି l

ଏଭଳି ସ୍ଥିତିରେ ପ୍ରଶାସନିକ ଅଧିକାରୀ ଙ୍କ ଦେଖା ନମିଳିବାରୁ, ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି l

ବହୁ ପଞ୍ଚାୟତ ର ସରପଞ୍ଚ ଓ ରାଜନେତା ବନ୍ୟାଞ୍ଚଳ ଜନସାଧାରଣ ଙ୍କ ନିକଟରେ ନ ପହଞ୍ଚି ଚିର ନିଦ୍ରା ରେ ଘରେ ରହି ଚୁପ୍ ବସିଛନ୍ତି।

ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି କେନ୍ଦ୍ରାପଡ଼ା