ବୌଦ୍ଧ ଜିଲ୍ଲା ମାରୱାଡି ମହିଳା ସମିତି ପକ୍ଷରୁ ଥଣ୍ଡା ପାନୀୟ ଜଳ ଓ ଦହି ପଣା ବଣ୍ଟନ ।
ବୌଦ୍ଧ:୨୦/୪ ଆଜି ବୌଦ୍ଧ ଜିଲ୍ଲା ମାରୱାଡି ମହିଳା ସମିତି ପକ୍ଷରୁ ସ୍ଥାନୀୟ ଆଦର୍ଶ କୃଷି ବଜ଼ାର ଠାରେ ମାରୱାଡି ମହିଳା ସମିତି ର ସଭାପତି ପ୍ରେମଲତା ଅଗ୍ରୱାଲ ଙ୍କ ନେତୃତ୍ୱରେ ଥଣ୍ଡା ପାନୀୟ ଜଳ ଓ ଦହି ପଣା ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ । ବୌଦ୍ଧ ରେ ବର୍ତ୍ତମାନ ଦିନକୁ ଦିନ ବଢୁଥିବା ଅସହ୍ୟ ତାତି ରୁ କିଛି ମାତ୍ରାରେ ଆସ୍ବସ୍ତି ପାଇଁ ଦୈନିକ ବଜ଼ାର କୁ ଆସୁଥିବା ଲୋକଙ୍କ ନିମନ୍ତେ ଥଣ୍ଡା ପାନୀୟ ଜଳ ଓ ଦହି ପଣା ଲୋକଙ୍କୁ ବଣ୍ଟନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ମାରୱାଡି ମହିଳା ସମିତି ର ସମ୍ପାଦିକା ଚଞ୍ଚଲ ଅଗ୍ରୱାଲ, କୋଷାଧ୍ୟକ୍ଷ ମମତା ଅଗ୍ରୱାଲ,ମଞ୍ଜୁ ଅଗ୍ରୱାଲ, ପୁନମ ଅଗ୍ରୱାଲ, ବବିତା ଅଗ୍ରୱାଲ, ଜ୍ୟୋତି ଅଗ୍ରୱାଲ, ମେନକା ଅଗ୍ରୱାଲ, ନେହା ସିଂଘାଲ, ସୀମା ଅଗ୍ରୱାଲ, ରାକ୍ଷୀ ଅଗ୍ରୱାଲ, ଶକୁନ୍ତଳା ଗର୍ଗ, ଉମା ଅଗ୍ରୱାଲ, ଶକୁନ୍ତଳା ଅଗ୍ରୱାଲ, ସରୋଜ ଅଗ୍ରୱାଲ ଙ୍କ ସମେତ ମହିଳା ସମିତିର ସମସ୍ତ ସଦସ୍ୟ। ମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।


admin 
