ଯୁକ୍ତ-୨ କଳାରେ ଜିଲ୍ଲା ଟପର କୁ ବିଦ୍ୟାଳୟ ତରଫରୁ ସମ୍ମାନିତ।

ଯୁକ୍ତ-୨ କଳାରେ ଜିଲ୍ଲା ଟପର କୁ ବିଦ୍ୟାଳୟ ତରଫରୁ ସମ୍ମାନିତ।

ଯୁକ୍ତ-୨ କଳାରେ ଜିଲ୍ଲା ଟପର କୁ ବିଦ୍ୟାଳୟ ତରଫରୁ ସମ୍ମାନିତ।

ମାଲକାନଗିରି ମାଥିଲି,୩୧,୦୫  ଚଳିତ ବର୍ଷ ଯୁକ୍ତ-୨ କଳାରେ ଜିଲ୍ଲା ଟପର ଛାତ୍ରକୁ ବିଦ୍ୟାଳୟ ପକ୍ଷରୁ ସମ୍ମାନିତ କରିବା ସହିତ ତାଙ୍କର ଉଜ୍ଵଳ ଭବିଷ୍ୟତ କାମନା କରିଥିଲେ ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା। ଉପାନ୍ତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ଠାରେ ଥିବା ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ରାଜଦେଵ ହାଲବା ଚଳିତ ବର୍ଷ ଯୁକ୍ତ-୨ କଳାରେ ୬୦୦ରୁ ୫୨୦ (୮୬.୬୬%) ନମ୍ବର ରଖି ବିଦ୍ୟାଳୟ ତଥା ମାଲକାନଗିରି ଜିଲ୍ଲା ଟପର ହୋଇଛି। ରାଜଦେଵ ମାଲକାନଗିରି ଜିଲ୍ଲା ସଦର ବ୍ଲକ ସେରପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଗୁଦନାଡ଼ ଗ୍ରାମର ଶୁକଦେବ ହାଲବା ଓ ଦଇମତି ହାଲବାଙ୍କ ପୁଅ ରାଜଦେଵ ହାଲବା। କିନ୍ତୁ  ବାଲିମେଳା ବିଜ୍ଞାନ ଓ ବୈଷୟିକ କଲେଜର ଛାତ୍ରୀ ଅନୁଶ୍ରୀ ସର୍ଦ୍ଦାର ୪୮୬ ନମ୍ବର୍ ରଖିଥିବା ବେଳେ ତାଙ୍କୁ ବିଭିନ୍ନ ଗଣମାଧ୍ୟମ ଖବରକାଗଜରେ ଜିଲ୍ଲା ଟପର ବୋଲି ପ୍ରକାଶ ପାଇବା ପରେ ରାଜଦେବ ଚିନ୍ତାରେ ପଡ଼ିଯାଇଥିଲେ।
ପରେ ଜାଣିବାକୁ ପାଇଥିଲେ ଯେ ରାଜଦେଵ ହାଲବା ୫୨୦ (୮୬.୬୬%) ନମ୍ବର୍ ରଖି ଜିଲ୍ଲା ଟପର ହୋଇ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ। ରାଜଦେବ ବିଦ୍ୟାଳୟ ତଥା ଜିଲ୍ଲା ଟପର ହୋଇ ଥିବାରୁ ବିଦ୍ୟାଳୟ ଅଧ୍ୟକ୍ଷ ସୁଜିତ ବୋଷଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ରାଜଦେଵ ଙ୍କୁ ସମ୍ମାନିତ ସହିତ ତାଙ୍କର ଉଜ୍ଵଳ ଭବିଷ୍ୟତ କାମନା କରିଥିଲେ।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର .