ଶରତ ଚନ୍ଧ୍ର ବୁରୁଦାଙ୍କ ଅଭିଜଗ ଶମବାୟ ସମିତିର ନିୟମ ଖଲାଉଲଙ୍ଘନ I
ଶରତ ଚନ୍ଧ୍ର ବୁରୁଦାଙ୍କ ଅଭିଜଗ ଶମବାୟ ସମିତିର ନିୟମ ଖଲାଉଲଙ୍ଘନ I
ମାଥିଲି ୩୧/୦୮/ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମାରେ ଥିବା ବହୁମୁଖି ସମବାୟ ସମିତି ରେ ମହା ଦୁର୍ନୀତି ହୋଇଥିବା ସମାଜସେବୀ ଶରତ ଚନ୍ଦ୍ର ବୁରୁଦା ଆଜି ଏକ ସାମ୍ବାଦିକ ସମିଳନୀ ରେ ଅଭିଯୋଗ କରିଛନ୍ତି ।ସମବାୟ ନିୟମ ଅନୁସାରେ ଲ୍ୟାମ୍ପସ ନିର୍ଦେଶକ ଙ୍କର କୌଣସି ସମ୍ପର୍କୀୟ ଲ୍ୟାମ୍ପସ ରେ ଚାକିରୀ କରିପାରିବେ ନାହିଁ । ଏହା ଆଇନର ଧାରା ୨୮,୨୮-A,୩୧,୧୦୯ ଏବଂ ନିୟମର ନିୟମ ୨୩ ଏବଂ ୨୫ କୁ ଉଲ୍ଲଂଘନ କରେ। ଏହା ବ୍ୟତୀତ, ସମବାୟ ନିର୍ବାଚନ ନୀତି ଅନୁଯାୟୀ ଯଦି ସଭାପତି ପୁରୁଷ, ତେବେ ଉପ-ସଭାପତି ମହିଳା ହେବା ଉଚିତ, ଏବଂ ଏହାର ବିପରୀତ ମଧ୍ୟ, କିନ୍ତୁ ମାଥିଲି ଲ୍ୟାମ୍ପସ୍ ରେ, ଉଭୟ ପଦବୀକୁ ପୁରୁଷ ନିର୍ଦ୍ଦେଶକଙ୍କ ପତ୍ନୀ ମାନଙ୍କ ଦ୍ୱାରା ଧାରଣ କରିବା ପାଇଁ ପରିଚାଳନା କରାଯାଇଛି, ଯାହା ଗଣତାନ୍ତ୍ରିକ ସନ୍ତୁଳନ କୁ ନଷ୍ଟ କରୁଛି।ଆର୍ଥିକ ଦୁରୁପଯୋଗ ହୋଇଥିବା ମଧ୍ୟ ଅଭିଯୋଗ ହୋଇଅଛି । ଓଡ଼ିଶା ସମବାୟ ସମିତି ଆଇନର ଧାରା ୬୫ ଏବଂ ୬୭ ଅନୁଯାୟୀ ଏକ ସ୍ୱତନ୍ତ୍ର ଅଡିଟ୍ ଏବଂ ବୈଧାନିକ ତଦନ୍ତ ନିର୍ଦ୍ଦେଶ ଓ ନିର୍ଦ୍ଦେଶକ ମାନଙ୍କ ବିରୁଦ୍ଧରେ ଧାରା ୧୦୯ ଏବଂ ୧୧୦ ଅନୁଯାୟୀ ଅଯୋଗ୍ୟତା ପ୍ରକ୍ରିୟା ଆରମ୍ଭ କରିବାକୁ ଏବଂ ସେମାନଙ୍କଠାରୁ ସିଧାସଳଖ ଆତ୍ମସାତ ହୋଇଥିବା ପାଣ୍ଠିର ପୁନରୁଦ୍ଧାର ପାଇଁ ଧାରା ୧୧୫ ଅନୁଯାୟୀ ସର ଚାର୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ରେଜିଷ୍ଟ୍ରାର ସମବାୟ ସମିତି, ଓଡିଶା ଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ଦୋଷୀ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣରେ ଚର୍ଚ୍ଚା।
ମାଲକାନଗିରି ଜିଲ୍ଲା ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର



