ଶିକ୍ଷା ସଚେତନତା ରଥକୁ ସିନ୍ଧିରିମାଲ ପଞ୍ଚୟତରେ ସ୍ଵାଗତ।

ଶିକ୍ଷା ସଚେତନତା ରଥକୁ ସିନ୍ଧିରିମାଲ ପଞ୍ଚୟତରେ ସ୍ଵାଗତ।

ମାଥିଲି (ଶିବପ୍ରସାଦ ପରିଛା ବିଶେଷ ଖବର)

ମାଲକାନଗିରି ବ୍ଲକ :

ସିନ୍ଧିରିମାଲ ପଞ୍ଚୟତ ଅଧୀନରେ ଥିବା ସରକାରୀ ପ୍ରଥମିକ ବିଦ୍ୟାଳୟ ଚମ୍ପାଖାରି, ସରକାରୀ ପ୍ରାଥମିକ ବିଦ୍ୟାଳୟ ସୀମାଗୁଡ଼ି,ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୋରାଗୁଡା, ଇଉ ଜି ହେଚ ଏସ ସିନ୍ଧିରିମାଲ ବିଦ୍ୟାଳୟ ଗୁଡିକରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ଶ୍ରୀମତୀ ଚିନ୍ମୟୀ ପଣ୍ଡା ଙ୍କ ତତ୍ୱାବଧାନ ରେ ଶିକ୍ଷା ସଚେତନତା ରଥ ପରିଭ୍ରମଣ କରାଯାଇ ଅଭିଭାବକ ମାନଂକୁ ସରକାର ଙ୍କ ନୂତନ ଶିକ୍ଷା ଯୋଜନା ବିଷୟରେ ସଚେତନତା କରେଇବା ସହ ଶିଶୁ ମାନଂକୁ ଭୟ ମୁକ୍ତ କରେଇ ବିଦ୍ୟାଳୟ ଆଡକୁ ଆକୃଷ୍ଟ କରେଇବା ନିମନ୍ତେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ୧୫ ଟି ବିଦ୍ୟାଳୟ ପାଳନ କରାଯାଇଥିଲା ଶିଶୁ ମାନଂକୁ ବିଦ୍ୟାଳୟ ଆଭିମୁଖ୍ୟ କରାଇବା ପାଇଁ ବିଭିନ୍ନ ଖେଳ, ଗପ, ଗୀତ, ଓ ରଙ୍ଗ ଖେଳରେ ନିୟୋଜିତ କରାଇ ଆନନ୍ଦ ଓ ଆଗ୍ରହ ସୃଷ୍ଟି କରାଯାଇଥିଲା ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀ ଓ ସହକାରୀ ଶିକ୍ଷକ /ଶିକ୍ଷୟିତ୍ରୀ ସମ୍ପୂର୍ଣ ସହଯୋଗ ପ୍ରଦାନ କରିଥିଲେ.