ସମର୍ଥନ ପାଇଁ Mallikarjun Kharge ଙ୍କ ବଡ ଚାଲ..
ତାମିଲନାଡୁ ରାଜନୀତି ଏବେ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। 'ଟିଭିକେ' ମୁଖ୍ୟ ବିଜୟ ଶୁକ୍ରବାର ଅପରାହ୍ନ ୪ଟା ୩୦ରେ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଛନ୍ତି। ଏହି ସାକ୍ଷାତକାର ତାମିଲନାଡୁରେ ନୂଆ ସରକାର ଗଠନ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ବୋଲି କୁହାଯାଉଛି।
ତାମିଲନାଡୁ ବିଧାନସଭାରେ ମ୍ୟାଜିକ୍ ନମ୍ବର ୧୧୮ ପାଖରେ ପହଞ୍ଚିବା ପାଇଁ ଏବେ ଜୋରଦାର ଅଙ୍କକଷା ଚାଲିଛି। ଟିଭିକେ ପାଖରେ ଏବେ ୧୦୮ ସିଟ୍ ଥିବା ବେଳେ, କଂଗ୍ରେସର ୫ ବିଧାୟକଙ୍କ ସମର୍ଥନରେ ଏହି ସଂଖ୍ୟା ୧୧୩ରେ ପହଞ୍ଚିଛି। ତଥାପି ବହୁମତ ପାଇଁ ଆଉ ୫ଟି ସିଟ୍ର ଆବଶ୍ୟକତା ରହିଛି।
ବିଜୟଙ୍କ ସରକାରକୁ ବହୁମତ ଦେବା ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବେ ମଇଦାନକୁ ଓହ୍ଲାଇଛନ୍ତି। ସେ 'ଭିସିକେ' ମୁଖ୍ୟ ଥୋଲ୍ ଥିରୁମାଭାଲାଭାନଙ୍କୁ ଫୋନ୍ କରି ଟିଭିକେ-କଂଗ୍ରେସ ମେଣ୍ଟକୁ ସମର୍ଥନ ଦେବା ପାଇଁ ଅନୁରୋଧ କରିଥିବା ସୂଚନା ମିଳିଛି।
ତେବେ ଶୁକ୍ରବାର ବିଜୟଙ୍କ ବାସଭବନକୁ ଜଣେ ରହସ୍ୟମୟ ବ୍ୟକ୍ତି ଇନୋଭା କାର୍ରେ ମୁହଁ ଲୁଚାଇ ଆସିଥିଲେ। ଏହି ଗୁପ୍ତ ବୈଠକ ପରେ ହିଁ ବିଜୟ ତୁରନ୍ତ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିବା ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି।
ବିଜୟ ଓ ରାଜ୍ୟପାଳଙ୍କ ସାକ୍ଷାତକାରର ଠିକ୍ ଏକ ଘଣ୍ଟା ପୂର୍ବରୁ ରାଜଭବନକୁ ଯାଇଥିବା ରାସ୍ତାରେ ଟିଭିକେ ସମର୍ଥକମାନେ ପ୍ରବଳ ଭିଡ଼ ଜମାଇବା ସହ ରାସ୍ତା ଅବରୋଧ କରିଛନ୍ତି।
ଯଦି 'ଭିସିକେ' ସମର୍ଥନ ଦିଏ, ତେବେ ବିଜୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ହେବା ବାଟ ପରିସ୍କାର ହୋଇଯିବ। କିନ୍ତୁ ରାଜ୍ୟପାଳ ଏହି ଦାବିକୁ ଗ୍ରହଣ କରୁଛନ୍ତି କି ନାହିଁ, ସେଥିପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ।


admin 
