ଆଜି କଟକ ର ମାରୁତି ମଣ୍ଡପ ନିକଟସ୍ଥ କଟକ ମହାନଗର ନିଗମ ପାର୍କ ପରିସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ .

ଆଜି କଟକ ର ମାରୁତି ମଣ୍ଡପ ନିକଟସ୍ଥ କଟକ ମହାନଗର ନିଗମ ପାର୍କ ପରିସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, କାଠଯୋଡି ଉପନଗର ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସୁନାମଧନ୍ୟ ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଚିକିତ୍ସକ ଡଃ ସୂର୍ଯ୍ୟନାରାୟଣ ଦାସ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୂଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ପ୍ରଭାରୀ ଶ୍ରୀ ଚିତ୍ତରଞ୍ଜନ ମହାନ୍ତି ଓ କାର୍ଯ୍ୟନିର୍ବାହୀ ଆଇନଜୀବୀ ଶ୍ରୀ ଅଜୟ କୁମାର ରାୟ ଯୋଗଦେଇ ଏହି ପବିତ୍ର ଦିନ ବିଷୟରେ ଆଲୋକପାତ କରିବା ସହ ଏହାକୁ ସମସ୍ତେ ପାଳନ କରିବା ର ଆବଶ୍ୟକତା ରହିଛି ବୋଲି ମତପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, କାଠଯୋଡି ଉପନଗର ଶାଖା ର ବରିଷ୍ଠ କର୍ମକର୍ତ୍ତା ଶ୍ରୀ ତୁଷାରକାନ୍ତି ସିଂ, ଶ୍ରୀ ସର୍ବେଶ୍ଵର ବେହେରା, ଶ୍ରୀ ଲଲାଟେନ୍ଦୁ ବଡୁ, ଶ୍ରୀ ନିତାଇ ନନ୍ଦ, ଆଇନଜୀବୀ ଶ୍ରୀ ଅବିନାଶ କେଡିଆ, ଶ୍ରୀ ଲଳିତ ପାଟୋଡିଆ, ଶ୍ରୀମତୀ କଳ୍ପନା ପରିଡା, ରଶ୍ମୀରଂଜନ ମହାପାତ୍ର , ବିଶିଷ୍ଟ ଯୋଗ ପ୍ରଶିକ୍ଷିକା ଶ୍ରୀମତୀ ସାଗରିକା ଜେନା, ଶ୍ରୀମତୀ ରୀତାଞ୍ଜଳୀ ପତି, ଶ୍ରୀ ସୁମନ ବେହେରା ଓ ଶ୍ରୀମତୀ ମମତା ବେହେରା ଙ୍କ ସହ ସଂଘ ର ବହୁ କର୍ମକର୍ତ୍ତା ଓ ସଦସ୍ୟ ତଥା ଭାରତ ସ୍ବାଭିମାନ ଲିଗାଲ ସେଲ୍ ର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।