ହେନ୍ତାଳ ପରିସଂସ୍ଥାନର ପରିବେଶୀୟ ଗୁରୁତ୍ୱ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା

ହେନ୍ତାଳ ପରିସଂସ୍ଥାନର ପରିବେଶୀୟ ଗୁରୁତ୍ୱ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା

ଭଦ୍ରକ ତା - ୨୩. ୦୪. ୨୬ରିଖ ଆନ୍ତର୍ଜାତୀୟ ଜୈବବିବିଧତା ଦିବସ ଉପଲକ୍ଷେ ଭୁବନେଶ୍ୱର ର ଓଡିଶା ଜୈବବିବିଧତା ବୋର୍ଡ ର କତୃପକ୍ଷ ଙ୍କ ଆନୁକୂଲ୍ୟ ରେ ଚାନ୍ଦବାଲି ବ୍ଲକ ପି. ଏମ. ଶ୍ରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ହେନ୍ତାଳ ପରିସଂସ୍ଥାନର ପରିବେଶୀୟ ଗୁରୁତ୍ୱ ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଶା ର ଅଗ୍ରଣୀ ପରିବେଶଧର୍ମୀ ଅନୁଷ୍ଠାନ 'ଆପୁଆ' ସହାୟତାରେ ଉକ୍ତ ବିଦ୍ୟାଳୟ ସମେତ ସ୍ଥାନୀୟ ୭ ଟି ବିଦ୍ୟାଳୟର ସର୍ବମୋଟ ୨୪ ଜଣ ପିଲା ଉକ୍ତ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସେମାନଙ୍କ ମଧ୍ୟରୁ ୧୪ଜଣ ଙ୍କ ଚିତ୍ରାଙ୍କନ କୁ ପରବର୍ତ୍ତୀ କାଳିନ ଶ୍ରେଷ୍ଠ ଚୟନ ପାଇଁ ନିଆଗଲା। ବିଚାରକ ଭାବେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନାକ୍ଷୀ ସାହୁ ପି. ଏମ. ଶ୍ରୀ ଉଚ୍ଚ ବାଳିକା ବିଦ୍ୟାଳୟ, ଚାନ୍ଦବାଲି,ସହ ଶିକ୍ଷୟତ୍ରୀ ମାନସୀ ମଞ୍ଜରି ଦାସ,ଜୈବବିବିଧତା ବୋର୍ଡ ର କତୃପକ୍ଷ ଓ ବନବିଭାଗ ର ବନପାଳ ଙ୍କ ସହ ଉକ୍ତ ଚିତ୍ରାଙ୍କନ ଗୁଡିକୁ ମୂଲ୍ୟାୟନ କରିଥିଲେ। ଓଡିଶା ଜୈବବିବିଧତା ବୋର୍ଡର ବୈଜ୍ଞାନିକ ସୁଦୀପ୍ତା ସୋନାଲି ମହାପାତ୍ର, ବୈଜ୍ଞାନିକ ଗଣେଶ ମହାଳିକ, ବୈଜ୍ଞାନିକ ମୌସୁମୀ ପ୍ରଧାନ ଓ ଆପୁଆ ର ନିରଞ୍ଜନ ସାହୁ ପ୍ରମୁଖ ଉପକୂଳର ପ୍ରହରୀ ହେନ୍ତାଳ ବନ ଓ ଦୁର୍ଲଭ ଜୈବବିବିଧତାର ସୁରକ୍ଷା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।