ଓଲଟିଲା ବରଯାତ୍ରୀ ଗାଡି...
*ମୟୂରଭଞ୍ଜ ନହଣ୍ଡାଶୋଳ ନିକଟରେ ଓଲଟିଲା ବରଯାତ୍ରୀ ଗାଡ଼ି। କଣ୍ଟେନର ଗାଡ଼ି ସହ ବୋଲେରୋ ଧକ୍କ ହେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୩ ଜଣ ବରଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।*
*ବୋଲେରୋରେ ଦୁଇ ମହିଳାଙ୍କ ସମେତ ୧୩ ଜଣ ଯାତ୍ରୀ ଥିଲେ। ସମସ୍ତେ ତାରାକୋଟି, ଖଡିଶୋଳ ଆଦି ଅଞ୍ଚଳର । ବୋଲେରୋଟି ଚିତ୍ରଡାକୁ ବରଯାତ୍ରୀ ନେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବୋଲେରୋ ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଛି। ବେତନଟୀ ପୋଲିସ ପହଞ୍ଚି ବୋଲେରୋ ଏବଂ କଣ୍ଟେନରକୁ ଜବତ କରିଛି।*


admin 
