ଅକ୍ଷୟ ତୃତୀୟାରେ ଶ୍ରୀଜିଉମାନଙ୍କ ଚନ୍ଦନ ଯାତ୍ରା ଆରମ୍ଭ ( କଣ୍ଟିଲୋ ଶ୍ରୀନୀଳମାଧଵ)
କଣ୍ଟିଲୋ, ୨୦|୪:ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀନୀଳମାଧବଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ମହାପ୍ରଭୁ ଶ୍ରୀ ନୀଳମାଧବଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସହିତ ଲଷ୍ମୀ( ଭୁଦେବୀ), ସରସ୍ବତୀ( ଶ୍ରୀଦେବୀ)ଙ୍କୁ ସାଙ୍ଗରେ ଦୁଇ ମଣି ବିମାନରେ ଶିବ, ପାର୍ବତୀଙ୍କ ସହିତ ଚନ୍ଦନ ପୋଖରୀରେ ଚାପ ଖେଳୁଛନ୍ତି। ଆଜି ସନ୍ଧ୍ୟା ୫ଟା ୫0 ମିନିଟ ସମୟରେ ମଦନମୋହନଙ୍କୁ ପାରମ୍ପରିକ ରୀତିନୀତି ଅନୁଯାୟୀ ବିମାନରେ ବିଜେ କରାଯାଇ ପୂର୍ବ ଦ୍ୱାରା ଦେଇ ଚାପ ପୋଖରୀକୁ ବିଯେକରିଥିଲେ।
ପ୍ରଭୁ ଯିବାବେଳେ ଶଙ୍ଖ, ଘଣ୍ଟଘଣ୍ଟା, କାହାଳୀ, ମୃଦଙ୍ଗ, ଶବ୍ଦରେ ଏକ ଭକ୍ତିପୂତ, ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଜି ପ୍ରଥମ ଦିନରେ ଗୋଟିଏ ଘେରା ଚାପ ଖେଳିଥିଲେ ମହାପ୍ରଭୁ।ଆଜି ଅପରାହ୍ନ ୫ଟାରେ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଖଣ୍ଡପଡା ତହସିଲଦାର ବିଶ୍ୱ ବିସ୍ତୃତ ତ୍ରିପାଠୀ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ପୂଜକ ସମାଜ ସଭାପତି ନିହାର ରଞ୍ଜନ ମିଶ୍ର, ସେବାୟତଙ୍କ ଉପସ୍ଥିତିରେ ଠାକୁର ମଣି ବିମାନରେ ବସି ଚାପ ପୋଖରୀକୁ ଆସିଥିଲେ।ଶ୍ରୀତ୍ରିପାଠୀ ଚନ୍ଦନ ମଣ୍ଡପରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ। ଚାପ ଖେଳ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ହେବା ସହିତ ହରିବୋଲ, ହୁଳହୁଳିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।
ନୀଳମାଧବ ପରିବାର ଓ ଦେବୋତ୍ତର ବିଭାଗର ସହଯୋଗରେ ।
ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର


admin 
