ମା'ତାରିଣୀଙ୍କ ବାର୍ଷିକ ଉତ୍ସବ

ମା'ତାରିଣୀଙ୍କ ବାର୍ଷିକ ଉତ୍ସବ

କଣ୍ଟିଲୋ, ୨୦|୪(ରଜତ ଦାସ୍):ରବିବାର କଣ୍ଟିଲୋ ପଂଚାୟତ ଅଧୀନ ପଲଟନ ପଡିଆ ନିକଟସ୍ଥ ନୀଳମାଧଵ ନୋଡାଲ ବିଦ୍ୟାଳୟ ପାଖରେ ବିଜେ ମା'ତାରିଣୀ ଙ୍କ ୧୩ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ ହୋଇଛି। ସକାଳେ ମହିଳା ଓ ସଂକ୍ରିତନମଣ୍ଡଳୀଙ୍କ ଦ୍ୱାରା ମହାନଦୀରୁ କଳସ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା ପରେ ମା'ଙ୍କ ପାଖରେ ସ୍ଥାପନ କରାଯାଇଥିଲା।ହୋମ ଯଜ୍ଞ ଆରମ୍ଭ ହୋଇଥିଲା।

ଏହି କାର୍ଯ୍ୟରେ ରମାକାନ୍ତ ସାହୁ ଓ ସହଧର୍ମଣୀ ଜ୍ୟୋସ୍ନାରାଣୀ ସାହୁ କର୍ତ୍ତା ଦାଇତ୍ୱ ତୁଲାଇଥିଲେ।ପୁରୋହିତ ଲୁନା ମିଶ୍ର ହୋମଯଜ୍ଞ, ପୂଜାପାଠ କରିଥିଲେ।ପିଣ୍ଟୁ, ମଣ୍ଟୁ,ଡଲି, ସୁଜାତା ଓ ଅନ୍ୟମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପର୍ନ ହୋଇଥିଲା। ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ସନ୍ଧ୍ୟାରେ ମହିଳା ମାତୃମଣ୍ଡଳୀ ଦ୍ୱାରା ସଂକ୍ରିତନ ଅନୁଷ୍ଠିତ ହୋଇଥିଲା।