ଅନ୍ତର ଝୋଲି ଦିବ୍ୟ ଦର୍ଶନ ସଙ୍ଘ ପ୍ରତିଷ୍ଠାତା ପରମପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁନଙ୍କ “ଷାଠିଏ ତମ ସିଦ୍ଧି ଦିବସ” ମହାଆଡମ୍ବରରେ ପାଳିତ
ଅଦ୍ୟ ତା ୧୪-୦୪-୨୦୨୬ ରିଖ(ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ )ଆଜି ମଙ୍ଗଳବାର ଦିନ ଅନ୍ତରଝୋଲି ଆଶ୍ରମ ପରିସରରେ ଦିବ୍ୟଦର୍ଶନ ସଂଘର ପ୍ରତିଷ୍ଠାତା ପରମପୂଜ୍ୟ ସଦଗୁରୁଦେବଙ୍କ ଷାଠିଏ ତମ ପରମ ସିଦ୍ଧି ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ପୂଜ୍ୟ ସଦଗୁରୁ ଆବିର୍ଭାବ କରନ୍ତି ୧୯୩୩ ମସିହା ଜୁଲାଇ ମାସ ୧୮ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାର ପଦ୍ମପୁର ବ୍ଳକ ଅନ୍ତର୍ଗତ ଗୁରୁତୀର୍ଥ ଗୁଡିଆବନ୍ଧ ଗ୍ରାମରେ । ବିଶ୍ଵର ମହାନ ଦାର୍ଶନିକ ସକ୍ରେଟିସଙ୍କ “ଅଜ୍ଞାନ ମହାପାପ” ଉକ୍ତି (ବାଣୀ) ତାଙ୍କ ମାନସ ପଟରେ ଏଭଳି ପ୍ରଭାବିତ କରେ ସେ ତାକୁ କୋଟି କୋଟି ବାର ସ୍ୱୀକାର କରନ୍ତି ଓ ନିରନ୍ତର ସତ୍ୟର ଅନ୍ୱେଷଣରେ ସାଧନାରତ ରହି ୧୯୬୭ ମସିହା ଏପ୍ରିଲ୍ ମାସ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତିର ପବିତ୍ର ସୂର୍ଯ୍ୟାସ୍ତ ସମୟରେ ପରମ ସତ୍ୟଙ୍କୁ ବା ପରମ ସିଦ୍ଧି ଲାଭ କରନ୍ତି ଜନ୍ମ କ୍ଷେତ୍ର ବା ଲୀଳା କ୍ଷେତ୍ର ଠାରୁ ବହୁ ଦୂରରେ କର୍ମ କ୍ଷେତ୍ର/ସାଧନା କ୍ଷେତ୍ର ସୁନାବେଢା ଠାରେ । ଆଜି ଏହି ପଣା ସଂକ୍ରାନ୍ତିର ପବିତ୍ର ଦିନ ସମସ୍ତ ଆଧ୍ୟାତ୍ମିକପ୍ରେମୀ, ଭଗବତପ୍ରେମୀଙ୍କ ନିମନ୍ତେ ଆନନ୍ଦର ଦିନ । ସଦଗୁରୁଙ୍କ ପ୍ରତିଷ୍ଠିତ ଦିବ୍ୟଦର୍ଶନ ସମଗ୍ର ମାନବ ସମାଜର କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ । ଦିବ୍ୟ ଦର୍ଶନ କୌଣସି ଗୋଷ୍ଠୀ, ସଂପ୍ରଦାୟ ବା ମତବାଦ ନୁହଁ । ଏହା ହେଉଛି ଇଶ୍ୱରଙ୍କ ଇଛା, ନିୟମ ଓ ପ୍ରକାଶ । ଦିବ୍ୟ ଦର୍ଶନ ସମସ୍ତ ସଂକୀର୍ଣ୍ଣତା ଠାରୁ ଉର୍ଦ୍ଧ୍ବରେ ।ଏହା କାହାର ନୁହଁ ପୁଣି ସମସ୍ତଙ୍କର । ଅନ୍ୟମାନଙ୍କ ନିମନ୍ତେ ଏହା ଦର୍ଶନ ହେଲେ ହେଁ ଆଧ୍ୟାତ୍ମିକ ସାଧକଙ୍କ ନିମନ୍ତେ ଏହା ପ୍ରାଣ ଓ ଜୀବନ। ଏହା ଜଣକର ନୁହଁ ଗଣଙ୍କର । ଯିଏ ବୁଝିଲା ସିଏ ପାଇଲା । ଦିବ୍ୟ ଦର୍ଶନର ଲକ୍ଷ୍ୟ ମାନବ ସମାଜରେ ସତ୍ୟଜ୍ଞାନ ଓ ଦୈବୀଗୁଣର ବିକାଶ ଘଟାଇ ବିଶ୍ୱରେ ଶାନ୍ତି ସ୍ଥାପନ କରିବା ଓ ଆତ୍ମଜ୍ଞାନ ବିଷୟ ଶିକ୍ଷା ଦେଇ ମାନବକୁ ନିଜ ଜୀବନର ଚରମ ଲକ୍ଷ୍ୟ ସ୍ୱରୂପ ପ୍ରାପ୍ତି ଦିଗରେ ଅଗ୍ରସର କରାଇବା ।
ଏଣୁ ଦିବ୍ୟ ଦର୍ଶନର ଶିଷ୍ୟ-ଶିଷ୍ୟା , ଆଧ୍ଯତ୍ମିକପ୍ରେମି ସୁଧୀବୃନ୍ଦଙ୍କ ମିଳିତ ସହଯୋଗରେ ଆଜି ଦିବ୍ୟ ସତସଂଗ ମାଧ୍ୟମରେ ମହା ଆଡ଼ମ୍ବରରେ ପାଳନ କରାଗଲା । କାର୍ଯ୍ୟକ୍ରମରେ ସଂଘର ସେଣ୍ଟ୍ରାଲ ସଭାପତି ପୂଜ୍ୟ ରବୀନ୍ଦ୍ରନାଥ ଭାଇ, ସଂପାଦକ ପୂଜ୍ୟ କେଶବ ଭାଇ ଯୋଗଦାନ କରି ଗୁରୁଦେବଙ୍କ ସିଦ୍ଧି ଓ ଦିବ୍ୟ ଦର୍ଶନର ସୃଷ୍ଟି ସମ୍ପର୍କରେ ଭାଇମାନେ ପ୍ରବଚନ ମାଧ୍ୟମରେ ଆଲୋଚନା କରିଥିଲେ । ସଂଘର ସେଣ୍ଟ୍ରାଲ ସଦସ୍ୟ ତଥା ଆଶ୍ରମ ମୁଖ୍ୟ ପରିଚାଳକ ପୂଜ୍ୟ ଭୂଜଙ୍ଗ ସତସଙ୍ଗ ପରିଚାଳନା କରିଥିଲେ । ପ୍ରଦୀପ ପ୍ରଜୋଳନ ପୂର୍ବକ ॐକାର ଧ୍ୱନି ଓ ଗୁରୁ ବନ୍ଦନା କରି ଆରମ୍ଭ କରାଗଲା । କିଛି ଭାଇ ଭଉଣୀ ମାନଙ୍କ ଦ୍ବାରା ଭକ୍ତି ସଂଗୀତ ପରିବେଷଣ କରାଯାଇଥିଲା । ସତସଙ୍ଗରେ ପ୍ରାୟ ପନ୍ଦର ଶହ ଭାଇ ଭଉଣୀ ଓ ଆଧ୍ଯତ୍ମିକପ୍ରେମି ଯୋଗଦାନ କରିଥିଲେ । ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମ କୁ ଆଶ୍ରମ ପରିଚାଳନା କମିଟି ସଦସ୍ୟ ମାନଙ୍କ ତଥା ଅଞ୍ଚଳର ସକ୍ରିୟ ଭାଇ ମାନଙ୍କ ସହଯୋଗରେ ସୁରୁଖୁରୁରେ ସମ୍ପାଦନ ହୋଇପାରିଥିଲା । ଗୁଡିଆବନ୍ଧ ଶାଖା ସଭାପତି ଗାନ୍ଧୀ ଭାଇ, ଅନ୍ତରଝୋଲି ଆଶ୍ରମ କମିଟି ସଂପାଦକ ଜଗନ୍ନାଥ ଭାଇ, ବି. ଜଗା ଭାଇ, ଆଞ୍ଚଳିକ ପ୍ରତିନିଧି ଲାଡି. ନାଗେଶ୍ୱର ଭାଇ, ପ୍ରସାଦ ,କାମେଶା , ନୋକାରାଜୁ ଆଦି ଅନ୍ୟାନ୍ୟ ଭାଇ ଭଉଣୀ ମାନଙ୍କ ସହଯୋଗରେ ସଫଳ ହୋଇ ପାରିଥିଲା
ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର


admin 
