ଅଯୋଧ୍ୟାର ପବିତ୍ର ମାଟି କଳସ ନୟାଗଡ଼ରେ
ନୟାଗଡ଼, ୯ ।୮ ଅଯୋଧ୍ୟା ଧାମର ପବିତ୍ର ମାଟି କଳସ ନୟାଗଡ଼ରେ ପହଞ୍ଚିବା ପରେ ରବିବାର ନୟାଗଡ଼ ସହରରେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ନୟାଗଡ଼ ସଦର ପୋଲିସ ଷ୍ଟେସନ ରୋଡ୍ରେ ନିର୍ମାଣ ହେବାକୁ ଥିବା ଭାରତୀୟ ଜନତା ପାର୍ଟିର ଭବ୍ୟ ନୂତନ ପାର୍ଟି କାର୍ଯ୍ୟାଳୟର ଶୁଭାରମ୍ଭ ପାଇଁ ଏହି ପବିତ୍ର ମାଟି କଳସ ଅଣାଯାଇଛି।
ନୟାଗଡ଼ ଜଗନ୍ନାଥ ମନ୍ଦିରଠାରେ ପବିତ୍ର ମାଟି କଳସକୁ ପାରମ୍ପରିକ ରୀତିନୀତି ଓ ଶ୍ରଦ୍ଧାର ସହିତ ସ୍ୱାଗତ କରାଯାଇଥିଲା। ପରେ ମନ୍ଦିରଠାରୁ ପୁରୁଣା ରାଜବାଟୀସ୍ଥିତ ଭାଜପା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ।ନୟାଗଡ଼ର ରଣୀମା ତଥା ଭାଜପା ର ରାଷ୍ଟ୍ରୀୟ ଓ ରାଜ୍ୟ ପରିଷଦ ସଦସ୍ୟା ଏବଂ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ତାଙ୍କ ଉପସ୍ଥିତିରେ ଭାଜପାର କାର୍ଯ୍ୟକର୍ତ୍ତାମାନେ ଶ୍ରଦ୍ଧା, ଉତ୍ସାହ ଓ ଆନ୍ତରିକତାର ସହିତ ଅଯୋଧ୍ୟାର ମାଟି କଳସକୁ ସ୍ୱାଗତ କରିଥିଲେ।
ଶୋଭାଯାତ୍ରାରେ ଦଳୀୟ ପଦାଧିକାରୀ, ନେତୃବୃନ୍ଦ, ମଣ୍ଡଳ ସ୍ତରର କାର୍ଯ୍ୟକର୍ତ୍ତା ଓ ବହୁ ସଂଖ୍ୟକ ଭାଜପା ସମର୍ଥକ ସାମିଲ ହୋଇଥିଲେ। ଜୟ ଶ୍ରୀରାମ ଓ ଜୟ ଜଗନ୍ନାଥ ଧ୍ୱନିରେ ପରିବେଶ ମୁଖରିତ ହୋଇଥିଲା।
ଭାଜପା ନେତୃତ୍ଵ ର ମତରେ, ପ୍ରସ୍ତାବିତ
ପାର୍ଟି କାର୍ଯ୍ୟାଳୟ ନୟାଗଡ଼ ରେ ଦଳର ସାଙ୍ଗଠନିକ କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ସହିତ କାର୍ଯ୍ୟକର୍ତ୍ତାଙ୍କ ସମନ୍ୱୟ, ବୈଠକ ଓ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମର ଏକ ପ୍ରମୁଖ କେନ୍ଦ୍ର ହେବ।
ଅଯୋଧ୍ୟାରୁ ଆସିଥିବା ପବିତ୍ର ମାଟି କଳସକୁ ନୟାଗଡ଼ରେ ସ୍ୱାଗତ କରାଯିବାକୁ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଏକ ଐତିହାସିକ ଓ ଭାବପୂର୍ଣ୍ଣ ଅବସର ଭାବେ ବର୍ଣ୍ଣନା କରିଛନ୍ତି।
ଅଯୋଧ୍ୟାର ପବିତ୍ର ମ।ଟିରୁ ନୟଗଡ
ମାଟିରୁ ନୟାଗଡ଼ରେ ନୂଆ ସଂକଳ୍ପ
ସଂଗଠନର ଶକ୍ତି, ଜନସେବାର ଭାବନା ଓ ବିକଶିତ ନୟାଗଡ଼ର ସ୍ୱପ୍ନ।
ଆଶୋକ କୁମାର ସ।ଥୁଆ ,ଜିଲ୍ଲା ପ୍ରତିନିଧି ନୟାଗଡ଼


admin 
