ଆଗାମୀ ପଟ୍ଟାମୁଣ୍ଡାଇ ପୌରପାଳିକା ନିର୍ବାଚନ ପାଇଁ ବିଜେପି ବାଜିମାତ୍ କରିବ କି ପୌରପାଳିକା

ଆଗାମୀ ପଟ୍ଟାମୁଣ୍ଡାଇ ପୌରପାଳିକା ନିର୍ବାଚନ ପାଇଁ ବିଜେପି  ବାଜିମାତ୍ କରିବ କି ପୌରପାଳିକା

ସରକାରଙ୍କ ପକ୍ଷରୁ ଚିଠା ବିଜ୍ଞପ୍ତି ଅକ୍ଟୋବର ୨୨ରେ ପ୍ରକାଶ ପାଇବ ଏବଂ ଆପତି ଓ ପ୍ରସ୍ତାବ ଦାଖଲର ଶେଷ ତାରିଖ ଅକ୍ଟୋବର ୩୧ ରହିଛି ।

ସେହିପରି, ୯୯ଟି ପୌରପାଳିକା ଓ ଏନ୍ ଏ ସି ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନେ ଅକ୍ଟୋବର ୧୨ରେ ଚିଠା ବିଜ୍ଞପ୍ତି ପ୍ରକାଶ କରି ଆପତି ଓ ପ୍ରସ୍ତାବ ଆହ୍ୱାନ କରିବେ । ଏଥିପାଇଁ ଅକ୍ଟୋବର ୨୧ ଶେଷ ତାରିଖ । ଅକ୍ଟୋବର ୨୮ରେ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ ପରେ ଏହା ବିରୋଧରେ ଅକ୍ଟୋବର ୨୮ରୁ ନଭେମ୍ବର ୧୧ ମଧ୍ୟରେ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଅପିଲ୍ କରାଯାଇପାରିବ ।

ଜିଲ୍ଲାପାଳମାନେ ଅପିଲ୍ ଆବେଦନ ଓ ନିଜର ମତାମତ ନଭେମ୍ବର ୧୨ ସୁଦ୍ଧା ନିର୍ଦ୍ଦେଶକ, ପୌର ପ୍ରଶାସନଙ୍କ ନିକଟକୁ ପଠାଇବେ। ଅପିଲ୍ ର ଶୁଣାଣି ଓ ଚୂଡ଼ାନ୍ତ ନିଷ୍ପତି ନଭେମ୍ବର ୧୮ରୁ ୨୫ ମଧ୍ୟରେ କରାଯିବ । ଆବଶ୍ୟକ ସଂଶୋଧନ ପରେ ଚୂଡ଼ାନ୍ତ ବିଜ୍ଞପ୍ତି ନଭେମ୍ବର ୩୦, ୨୦୨୬ରେ ପ୍ରକାଶ ପାଇବ ।

ପୌର ନିର୍ବାଚନ ପ୍ରସ୍ତୁତିକୁ ସମୟବଦ୍ଧ ଭାବେ ସମ୍ପନ୍ନ କରିବା ପାଇଁ ସମ୍ପୃକ୍ତ ମହାନଗର ନିଗମ କମିଶନର, ଜିଲ୍ଲାପାଳ ଓ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ସଂଶୋଧିତ ସମୟସୂଚୀକୁ କଡ଼ାକଡ଼ିରେ ପାଳନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟ ଘୋଷଣା ପରେ ତପ୍ତର ହୋଇ ପଡିଛି ପଟ୍ଟାମୁଣ୍ଡାଇ ପୌରପାଳିକା ପ୍ରଶାସନ, ଯାହା ଜଣା ପଡୁଛି ୱାର୍ଡ ର ପୁର୍ନଗଠନ ହେବା ସହିତ ପଟ୍ଟାମୁଣ୍ଡାଇ ପୌରପାଳିକା ୱାର୍ଡ ର ନକ୍ସା ପ୍ରସ୍ତୁତ ହେବ।ରାଜ୍ୟ ସରକାର ଘୋଷଣା କରିଛନ୍ତି ନିର୍ଦ୍ଧାରିତ ସମୟ ରେ ପୌରପାଳିକା ନିର୍ବାଚନ ଅନୁଷ୍ଟିତ ହେବ।ପଟ୍ଟାମୁଣ୍ଡାଇ ରେ ମଧ୍ୟ ରାଜନୀତି ସରଗରମ ହୋଇଛି।ପୌରପାଳିକା ର ସବୁ ଦଳ ର କର୍ମୀ ଅପେକ୍ଷା କରିଛିନ୍ତି ନିର୍ବାଚନ କମିଶନ କେବେ ଘୋଷଣା ପୌରପାଳିକା ର ନିର୍ବାଚନ ତାରିଖ। ଏଥର ବିଜେପି ପାଖରେ ମୁଖ୍ୟ ମୁଦା ରହିବ ପୌରପାଳିକା ର ଦୁର୍ନୀତି,ନିମ୍ନମାନର କାମ ,ରାସ୍ତା ଘାଟ ବିପର୍ଯାୟ, ଡ୍ରେନ୍ ର ସୁବିଧା ନ ,ଥିବା ଇକୋ ଟଏଲେଟ୍ କାର୍ଯ୍ୟକାରୀ ନ ହେବା କୁ ମୂର୍ଦା କରି ପୌରପାଳିକା ର ସମସ୍ତ ୱାର୍ଡ ର ଜନସାଧାରଣ ଙ୍କ ପାଖକୁ ଯିବ। ଯେ ହେତୁ ବିଜେଡ଼ି ପଟ୍ଟାମୁଣ୍ଡାଇ ପୌରପାଳିକା ଦୀର୍ଘ 20ବର୍ଷ ଅକ୍ତିଆର ରେ ରଖି ଥିବା ବେଳେ ଏବେ ପଟ୍ଟାମୁଣ୍ଡାଇ ପୌରପାଳିକା ବାସୀ ନୂତନ ଦଳ କୁ ଦେବେ ବୋଲି ଯାହା ରାଜନୀତି ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି।କିନ୍ତୁ କଂଗ୍ରେସ ଦଳ ମଧ୍ୟ ଚେଷ୍ଟା ଜାରି ରଖିବ ପୌରପାଳିକା ରେ ହୋଇ ଥିବା ଦୁର୍ନୀତି କୁ ମୂଦା କରି ଜନସାଧାରଣ ଙ୍କ ପାଖ କୁ ଯାଇ ପାରେ।କିନ୍ତୁ ଦେଖିବାକୁ ବାକି ରହିଲା ପଟ୍ଟାମୁଣ୍ଡାଇ ପୌରପାଳିକା ୱାର୍ଡ ବାସୀ କୋଉ ଦଳ ଉପରେ ସୁନା କଳସ ଢାଳିବେ ତାହା ସମୟ କୁ ଅପେକ୍ଷା କରି ଦେଖିବାକୁ ବାକି ରହିଲା।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା