ସମାଜସେବୀ ଙ୍କ ଏକାଦଶ ତିଥିରେ ସ୍ମୃତିଚାରଣ ସଭା ଅନୁଷ୍ଠିତ
ଖଣ୍ଡପଡ଼ା- କଣ୍ଟିଲୋ,୨୪.୪(ରଜତ ଦାସ୍)ରିଖରେ କଣ୍ଟିଲୋ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ଥୋରିଆ ସମାଜର ମଣ୍ଡଳସଭ୍ୟ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ଏକାଦଶ ଦିବସରେ ଶ୍ରଦ୍ଧାଞ୍ଜଳି ତଥା ଅଶ୍ରୁଳ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଥୋରିଆ ସମାଜର ସଭାପତି ଶ୍ରୀ ସ୍ବପ୍ନେଶ୍ୱର ସାହୁ ସଭାପତିତ୍ୱ କରିଥିଲେ ଏବଂ ସଂପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ସଞ୍ଚାଳନ କରିଥିଲେ । ପାଞ୍ଚରାଜ୍ୟ ଥୋରିଆ ସମାଜର ବିଭିନ୍ନ ଅଞ୍ଚଳ ଯଥା ବଡମ୍ବା ବନମାଳୀ ପୁର , ଝାଜିଆ, କାନପୁର , ଶରଧାପୁର ,କାକୁଡ଼ିଆ ବେଗୁନିଆ ,ଗଣିଆ,ଦଶପଲ୍ଲା, କଣ୍ଟିଲୋ, ନିମପାଟଣା, ବନମାଳୀପୁର, ବାଇଗୁଣିଆ , ବାଲିପାହାଡ଼ ଆଦି ପାଞ୍ଚରାଜ୍ୟର ଥାନ ଗୋସାଇଁ ତଥା ଖୁଦବେହେରା ପାଟଣାର ଅନ୍ତେବାସୀ ଗଣ ଯୋଗ ଦେଇ ସ୍ୱର୍ଗତ ପ୍ରମୋଦ ବେହେରାଙ୍କ କର୍ମମୟଜୀବନୀ ଗାଁ , ଜାତି ଓ ଅଞ୍ଚଳ ପ୍ରତି ଥିବା ଅବଦାନ ସମ୍ବନ୍ଧେ ଆଲୋକପାତ କରି ସ୍ୱର୍ଗୀୟ ଆତ୍ମାର ସଦ୍ଗତି ପାଇଁ ପ୍ରଭୁ ନୀଳମାଧବ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସ୍ୱର୍ଗବାସୀ ଶ୍ରୀ ବେହେରା ଯଥାର୍ଥରେ ଜଣେ ସରଳ, ମିଷ୍ଟଭାଷୀ, ମେଳାପୀ, ବନ୍ଧୁଭାବାପନ୍ନ ତଥା ସ୍ପଷ୍ଟବାଦୀ ନିର୍ଭୀକ ବ୍ୟକ୍ତି ଥିଲେ I
ତାଙ୍କର ଅକାଳ ମୃତ୍ୟୁ ଏ ଅଞ୍ଚଳ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କଲା । ବୋଲି ବକ୍ତାଗଣ ମତ ପ୍ରକାଶ କରିଥିଲେ । ଏହା ସହ ସ୍ୱର୍ଗତଃ ପ୍ରମୋଦ ବେହୋରାଙ୍କ ପରିବାର ବର୍ଗଙ୍କୁ ସନ୍ତ୍ଵନା ପ୍ରଦାନ କରାଯାଇଥିଲା ।ଶେଷରେ ସମସ୍ତ ନିମନ୍ତ୍ରିତ ଆମନ୍ତ୍ରିତ ଗୋସାଇଁ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣାନ୍ତେ ସଭାସାଙ୍ଗ କରାଯାଇଥିଲା ।


admin 
