ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଯଅଁରା ବାରିମୂଳ.

ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଯଅଁରା ବାରିମୂଳ.

ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଯଅଁରା ବାରିମୂଳ ଗ୍ରାମପଞ୍ଚାୟତରେ ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମରେ ଗ୍ରାମ_ପଞ୍ଚାୟତ ସ୍ତରୀୟ ସୁଭଦ୍ରାଶକ୍ତି ସମାବେଶ ଓ ସୁଭଦ୍ରାଶକ୍ତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କ୍ରାଯ୍ୟକ୍ରମରେ ଯଅଁରା ବାରିମୂଳ ଗ୍ରାମପଞ୍ଚାୟତର ସରପଞ୍ଚ ସଂକର୍ଷଣ ପରିଡା, ପଞ୍ଚାୟତର ପି.ଓ ପ୍ରକାଶ ଦାସ, ପଞ୍ଚାୟତର A.D .E . O ସଞ୍ଚୟ ନାୟକ ,ପଞ୍ଚାୟତର R. I ଇପସ୍ସିତା ପରିଜ। ଏବଂ ଡେରାବିଶ ବ୍ଲକ ଓ ଏଲ୍ ଏମ ର ଆକାଉଣ୍ଟ |ଅମିୟ ସାର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ପଞ୍ଚାୟତର ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏବଂ ମିଶନ ଶକ୍ତିର ମହିଳାମାନେ ଯୋଗଦେଇଥିଲେ, ପ୍ରଥମେ ସରପଞ୍ଚ ତାଙ୍କର ଅଭିଭାଷଣ ରଖିଥିଲେ . ପଞ୍ଚାୟତରେ ଦୁଇ ବର୍ଷ ଭିତରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ପରେ ମିଶନ ଶକ୍ତିର ମହିଳାମାନଙ୍କୁ କିପରି ସୁବିଧାରେ ଋଣ ଯୋଗାଇ ଦିଆଯାଉଛି ବିନା ସୁଧରେ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି, ପଞ୍ଚାୟତ ସ୍ତରୀୟ , ଆଞ୍ଚଳିକ ମଞ୍ଚ ସ୍ତରୀୟ ଋଣଗୁଡ଼ିକର ସୁଧ ହାର କମାଇ ଦିଆଯାଇଛି। ରିଭଲିଙ୍ଗ ଫଣ୍ଡ ପନ୍ଦର ହଜାରରୁ ତିରିଶ ହଜାର କରାଯାଇଛି. ଏବଂ ମହିଳାମାନେ ଉନ୍ନତି କରିବା ପାଇଁ ଗାଈ, ଛେଳି ,କୁକୁଡା, ମାଛ ଚାଷ ପାଇଁ 50% ସୁଧ ରିହାତି ପାଉଛନ୍ତି । ଏହି ସବୁ ବିଷୟରେ ଅମିୟସାର ଆଲୋଚନା କରିଥିଲେ, PHC ତରଫରୁ ଏନ ଏମ ଦିଦି ମଧ୍ୟ ଉଚ୍ଚ ରକ୍ତଚାପ, ସୁଗାର ଇତ୍ୟାଦିର ପରିକ୍ଷା କରିଥିଲେ । ସଂଶୋଧିତ ଜମିପଟ୍ଟା ମଧ୍ୟ R.I. ମ୍ୟାଡାମ ବଣ୍ଟନ କରିଥିଲେ । ଡେରାବିଶ ରୁ ସ୍ବୟଂପ୍ରଭା ମିଶ୍ରଙ୍କ ରିପୋଟ ବିଶେଷ ଖବର