ଆସନ୍ତା ଦୁର୍ଗାପୂଜା ଉପଲକ୍ଷେ ପଟ୍ଟାମୁଣ୍ଡାଇ ତହସିଲ ପ୍ରାଙ୍ଗଣ ରେ ଶାନ୍ତି କମିଟି ର ଗୁରୁତ୍ଵପୂର୍ଣ୍ଣ ବୈଠକ ।

ଆସନ୍ତା ଦୁର୍ଗାପୂଜା ଉପଲକ୍ଷେ ପଟ୍ଟାମୁଣ୍ଡାଇ ତହସିଲ  ପ୍ରାଙ୍ଗଣ ରେ ଶାନ୍ତି କମିଟି ର ଗୁରୁତ୍ଵପୂର୍ଣ୍ଣ ବୈଠକ ।

ଆସନ୍ତା ଦୁର୍ଗା ପୂଜା ଉପଲକ୍ଷେ ଶାନ୍ତି କମିଟି ର ଏକ ଗୁରୁତତ୍ୱପୂର୍ଣ୍ଣ ବୈଠକ ପଟ୍ଟାମୁଣ୍ଡାଇ ତହସିଲ ଅଫିସ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ଶାନ୍ତି କମିଟି ର ସଭାପତି ତହସିଲଦାର ପଞ୍ଚାନନ ନାୟକ ଙ୍କ ପୌରହିତ୍ୟ ରେ ଏକ ସଭା ର ଆୟୋଜନ କରାଯାଇଥିଲା।ଏହି ବୈଠକ ରେ , ପୌରପାଳିକା ର ଅଧିକାରୀ ରଞ୍ଜନ କୁମାର ଦାସ,ପଟ୍ଟାମୁଣ୍ଡାଇ ଆଇଆଇସି ମାନସ ରଞ୍ଜନ ମଲ୍ଲିକ ଆର ଡି ବିଭାଗ,ପୂର୍ତ୍ତ ବିଭାଗ ର ଏସ ଡି ଓ,ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ , ଅଗ୍ନି ବିଭାଗ ର ଅଧିକାରୀ ଓ ସମସ୍ତ ମେଢ଼ ର ସଭାପତି ଓ ସମ୍ପାଦକ ,ପଟ୍ଟାମୁଣ୍ଡାଇ ଶାନ୍ତି କମିଟି ର ସଦସ୍ୟ ,ବହୁ ବୁଦ୍ଧିଜୀବୀ,ସାମ୍ବାଦିକ ମାନେ ଉପସ୍ଥିତ ରହି କି ପରି ଶାନ୍ତି ଶୃଙ୍ଖଳା ରେ ଦୁର୍ଗା ପୂଜା ଆରମ୍ଭ ହୋଇ ଶେଷ ହେବ ସେଇ ବିଷୟରେ ସମସ୍ତ ମେଢ଼ ମେମ୍ବର ଓ ପଟ୍ଟାମୁଣ୍ଡାଇ ବ୍ଲକ୍ ଓ ପୌରପାଳିକା ରେ ଥିବା ସମସ୍ତ ବିଭାଗ ର କର୍ମଚାରୀ ସେମାନଙ୍କ ର ମତ ରଖିଥିଲେ।

 ପଟ୍ଟାମୁଣ୍ଡାଇ ଦୁର୍ଗା ପୂଜା କମିଟି ର ସଭାପତି ତହସିଲଦାର ପଞ୍ଚାନନ କାନୁନଗୋ ସବୁ ବିଭାଗ ର ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ।ସମସ୍ତ ବିଭାଗ କୁ ତହସିଲଦାର କିଛି କିଛି ଦାୟିତ୍ୱ ଦେଇ ଥିଲେ ଓ ସେଇ କାର୍ଯ୍ୟ କୁ ପାଞ୍ଚ ଦିନ ଭିତରେ ସାରି ବାକୁ ନିର୍ଦ୍ଦେଶ ଦେଇଛନ୍ତି।ପଟ୍ଟାମୁଣ୍ଡାଇ ଆଇଆଇସି ମାନସ ରଞ୍ଜନ ମଲ୍ଲିକ ନିଜେ ତାଙ୍କ ବକ୍ତବ୍ୟ ରେ କହିଲେ ପଟ୍ଟାମୁଣ୍ଡାଇ ରେ ଦୁର୍ଗା ପୂଜା କି ପରି ଶାନ୍ତି ଶୃଙ୍ଖଳା ରେ ଆରମ୍ଭ ହୋଇ ଶେଷ ହେବ ସେଥି ପ୍ରତି ପୋଲିସ ବିଭାଗ ସଚେତନ ରହିବା ସହିତ ବହୁ ପୋଲିସ ବାହିନୀ ଙ୍କୁ ସମସ୍ତ ମେଢ଼ ଓ ଛକ ଛକ ରେ ପୋଲିସ ବାହିନୀ ନିୟୋଜିତ କରାଯିବ।ପଟ୍ଟାମୁଣ୍ଡାଇ ପୌରପାଳିକା ଅଧିକାରୀ ରଞ୍ଜନ କୁମାର ଦାସ ମଧ୍ୟ ତାଙ୍କ ବକ୍ତବ୍ୟ ରେ କହିଲେ ସମସ୍ତ ଜନସାଧାରଣ ଙ୍କ ପାଇଁ ପାନୀୟ ବ୍ୟବସ୍ଥା କରିବା ,ରାସ୍ତା ଘାଟ କୁ ଆଲୋକୀକରଣ କରିବା,ଚାରି ଆଡେ ଶୌଚାଳୟ ଖୋଲିବା ରେ ବ୍ୟବସ୍ଥା କରିବ ବୋଲି ପ୍ରତିଶ୍ରୁତି ଦେଲେ।

ବିଦ୍ୟୁତ୍ ବିଭାଗ ଓ ପୂର୍ତ୍ତ ବିଭାଗ ମଧ୍ୟ ଆଲୋଚନା ରେ ଭାଗ ନେଇ ରାସ୍ତା ଘାଟ ଓ ବିଦ୍ୟୁତ୍ କାଟ କମ୍ ହେବ ସେଥି ପ୍ରତି ସଜାଗ ରହିବ ବୋଲି ପଟ୍ଟାମୁଣ୍ଡାଇ ତହସିଲଦାର ଙ୍କୁ ପ୍ରତିଶ୍ରୁତି ଦେଲେ।ସମସ୍ତ ମେଢ଼ ର ସଭାପତି ଙ୍କ ସହିତ ମଧ୍ୟ ସଭାପତି ଆଲୋଚନା କରିଥିଲେ।ଶାନ୍ତି କମିଟି ସଦସ୍ୟ ,ବୁଦ୍ଧିଜୀବୀ ,ସାମ୍ବାଦିକ ଭାଇ ମାନେ ସେମାନଙ୍କ ମତ ରଖିଥିଲେ।ସବା ଶେଷ ରେ ସମସ୍ତ ବିଭାଗ ଓ ସମସ୍ତ ମେଢ଼ ର ସଦସ୍ୟ ଦୁର୍ଗା ପୂଜା ର ସଭାପତିଙ୍କୁ କଥା ଦେଲେ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ପଟ୍ଟାମୁଣ୍ଡାଇ ସହର ରେ ଶାନ୍ତି ଶୃଙ୍ଖଳା ରେ ଦୁର୍ଗା ପୂଜା ଶେଷ ସହିତ ବାହାରୁ ଆସୁଥିବା ଭକ୍ତ ମାନେ କି ପରି ଶାନ୍ତି ଶୃଙ୍ଖଳା ରେ ପଟ୍ଟାମୁଣ୍ଡାଇ ସହର ର ମେଢ଼ ଦେଖି ଘରକୁ ଫେରିବେ ସେଥି ପ୍ରତି ପୋଲିସ ବିଭାଗ ଓ ସମସ୍ତ ବିଭାଗ ସଚେତନ ରହି ବାକୁ ପଟ୍ଟାମୁଣ୍ଡାଇ ତହସିଲଦାର ନିର୍ଦ୍ଦେଶ ଦେଲେ।ଶେଷ ରେ ସଭା ଭଙ୍ଗ କରାଗଲା।

ସଞ୍ଜୟ କୁମାର ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଓ ଗଦାଧର ଦାଶ ବ୍ଲକ୍ ପ୍ରତିନିଧି ଵିଶେଷ ଖବର।