ଇତିହାସ ବିଭାଗର ବାର୍ଷିକ ଆଲୋଚନା ଚକ୍ର
ପଟ୍ଟାମୁଣ୍ଡାଇ 30.03.2026 ପଟ୍ଟାମୁଣ୍ଡାଇ ମହିଳା ସ୍ନାତକ ମହାବିଦ୍ୟାଳୟ ର ଇତିହାସ ବିଭାଗ ତରଫରୁ ଏକ ବାର୍ଷିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ବେହେରା ସଭାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଆଲୋଚନା ଚକ୍ରର ସଂଯୋଜିକା ଶ୍ରୀମତୀ ପୁଷ୍ପାଞ୍ଜଳି ମହାନ୍ତି, ପଟ୍ଟାମୁଣ୍ଡାଇ ମହିଳା ଜୁନିଅର କଲେଜର ଇତିହାସ ବିଭାଗର ମୁଖ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଆଲୋଚନା ଚକ୍ରରେ ବିଷୟ ବିଶେଷଜ୍ଞ ଭାବେ କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ଯ ଶ୍ରୀଯୁକ୍ତ ଶିଶିର କାନ୍ତ ମହାପାତ୍ର ଯୋଗ ଦେଇ ଆଲୋଚନା ର ବିଷୟ ବସ୍ତୁ The role of leaders in nation building" ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ସେମାନଙ୍କର କାର୍ଯ୍ୟକଳାପ ଓ ବଳିଷ୍ଠ ନେତୃତ୍ବ ବିଷୟରେ ଆଲୋଚନା କରିଥିଲେ। ଅନ୍ୟତମ ବିଷୟ ବିଶେଷଜ୍ଞ ଭାବେ ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ପ୍ରଦୀପ୍ତ କୁମାର ମହାନ୍ତି ଯୋଗ ଦେଇ ରାଷ୍ଟ୍ର ନିର୍ମାଣରେ ନାରୀ ମାନଙ୍କ ଭୂମିକା ସଂପର୍କରେ ନିଜର ଅଭିମତ ରଖିଥିଲେ।
ଏହି ଆଲୋଚନା ଚକ୍ରର ପରିଚାଳନା ସମ୍ପାଦକ ତଥା ଇତିହାସ ବିଭାଗର ମୁଖ୍ୟ ଶ୍ରୀ ରମେଶ ଚନ୍ଦ୍ର ଦେଠୀ ଆଲୋଚ୍ୟ ବିଷୟ ବିଷୟରେ ଆଲୋଚନା ସହ କେନ୍ଦ୍ରାପଡ଼ା ଜିଲ୍ଲାର ନେତୃତ୍ବ ମାନଙ୍କର ରାଷ୍ଟ୍ର ଗଠନରେ ଭୂମିକା ବିଷୟରେ ଆଲୋଚନା କରିଥିଲେ।ମହାବିଦ୍ୟାଳୟର ଅଧ୍ୟାପିକା ଗୀତାଞ୍ଜଳି କର,ବନ୍ଦନା ରାଣୀ ପଣ୍ଡା,ପ୍ରତିଭାମୟୀ ଦାସ,ଜ୍ୟୋତିର୍ମୟୀ ଦାଶ, ସୁକାନ୍ତ ନାଥ ତଥା କର୍ମଚାରୀ ରତି ରଞ୍ଜନ ନାୟକ,ମଧୁସ୍ମିତା ବସନ୍ତରାୟ,ସସ୍ମିତା ସାମନ୍ତରାୟ, ସୁଧାଂଶୁ ସାମଲ,ଏଲିନା ପ୍ରିୟଦର୍ଶିନୀ ନାୟକ, ଚାମଲ ରଞ୍ଜନ ନାୟକ, ସୁବ୍ରତ ନାୟକ, ଅମିତ ନାୟକ,ନିର୍ମଳ କ୍ରିଷ୍ଣ ସେଠି,ସୁବ୍ରତ କୁମାର ନାୟକ , ସନ୍ତୋଷ ବାରିକ, ପ୍ରକାଶ ପାତ୍ର ଓ ରତିକାନ୍ତ ଦାଶ ପ୍ରଭୃତି ଉପସ୍ଥିତ ରହି ସହଯୋଗ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଛାତ୍ରୀମାନେ ଉପସ୍ଥିତ ଥିଲେ ସେମାନଙ୍କ ମଧ୍ୟରୁ ଦିପ୍ତିମୟୀ,ସୁମିତ୍ରା,ଇପ୍ସିତା,ପ୍ରିୟମ୍ବଦା,ଚିନ୍ମୟୀ,ପ୍ରିତିମୟୀ ପ୍ରଭୃତି ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ। ପରିଶେଷରେ +୨ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଡକ୍ଟର ରାଜଲକ୍ଷ୍ମୀ ମହାନ୍ତି ଙ୍କ ପୂର୍ଣ୍ଣ ସହଯୋଗରେ ଆଲୋଚନା ଚକ୍ର ସାଫଲ୍ୟ ମଣ୍ଡିତ ହୋଇଥିଲା।ଇଂରାଜୀ ବିଭାଗର ମୁଖ୍ଯ ନିବେଦିତା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।


admin 
