*ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କ୍ୟାରିୟର ପରାମର୍ଶ କାର୍ଯ୍ୟକ୍ରମ**

*ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କ୍ୟାରିୟର ପରାମର୍ଶ କାର୍ଯ୍ୟକ୍ରମ**

ବୌଦ୍ଧ:୨୧/୫(ରବିନ୍ଦ୍ର ପଟ୍ଟନାୟକ) ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ସତ୍ ଭାବନା ସଭା ଗୃହ ଠାରେ ଚଳିତ ବାର୍ଷିକ ପରିକ୍ଷାରେ ଉତ୍ତୀର୍ଣ୍ଣ ଅଣ_ଆନୁଷ୍ଠାନିକ ଏବଂ ଆନୁଷ୍ଠାନିକ ଯତ୍ନ ଅଧିନସ୍ଥ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ଦିବସୀୟ କ୍ୟାରିୟର ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ପାଠ ପଢ଼ିବା ସହ ସ୍ବରୋଜଗାର କ୍ଷମ ହେବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ YCDA ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ମେହେର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ବାହାରକୁ ଯାଇ ପାଠ ପଢ଼ିବା ସହ ବିଭିନ୍ନ ଅନୁଷ୍ଠାନ ରେ ତାଲିମ୍ ନେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବୈଷୟିକ ତାଲିମ ଅନୁଷ୍ଠାନ ର ଅଧ୍ୟକ୍ଷ ------------ ITI ବୌଦ୍ଧ ର ଅଧ୍ୟକ୍ଷ ଏବଂ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ଅଜୟ ଦାସ, ସରକାରୀ କଲେଜ ଅଧ୍ୟକ୍ଷା ଏବଂ ଜନସଂସ୍ଥାନ ଅନୁଷ୍ଠାନ ର ନିର୍ଦ୍ଦେଶକ ଯୋଗ ଦେଇ ଶିଶୁ ମାନଙ୍କ ସହିତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାହୁଲ ପ୍ରଧାନ ସ୍ୱାଗତ ଭାଷଣ ଦେବାସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସହଦେବ ନାୟକ, ବସନ୍ତ କୁମାର ଦିସିରି, ଶ୍ରବଣ ସାହୁ, ରଞ୍ଜିତ ସାହୁ, ସତ୍ୟ ନାରାୟଣ ନାଏକ, ଚିତ୍ରସେନ ସାହୁ ରିତେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ।