ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି; ପିଲା ଭଲ ନ ପଢ଼ିଲେ କଲେଜରେ ପଡ଼ିବ ତାଲା .

ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି; ପିଲା ଭଲ ନ ପଢ଼ିଲେ କଲେଜରେ ପଡ଼ିବ ତାଲା .
ନୂଆ ଶିକ୍ଷାବର୍ଷ ଆରମ୍ଭରୁ ସରକାରଙ୍କ ବଡ଼ ନିଷ୍ପତ୍ତି । ଖରାପ ପ୍ରଦର୍ଶନ କରୁଥିବା କିମ୍ବା ପିଲା ହେଉ ନ ଥିବା ଡିଗ୍ରି କଲେଜଗୁଡ଼ିକ ବନ୍ଦ କରାଯିବ । ସରକାରୀ ଅନୁଦାନପ୍ରାପ୍ତ ଘରୋଇ, ବୃତ୍ତିଗତ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା କୌଣସି ବି କଲେଜରେ ଯଦି ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ରହୁଛି କିମ୍ବା ଲଗାତାର ଖରାପ ପ୍ରଦର୍ଶନ ହେଉଛି, ସେହି ଅନୁଷ୍ଠାନରେ ତାଲା ପକାଇବ ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗର ଉଚ୍ଚ କ୍ଷମତାସମ୍ପନ୍ନ କମିଟିରେ ଏଭଳି ନିଷ୍ପତ୍ତି ହୋଇଛି ।