ଏଥର ସଂପୂର୍ଣ୍ଣ ରାସ୍ତା ଦେଖିବୁ, ଗଣଧାରଣା ରୁ ଉଠିବୁ - ଦେଓଗାଁ ଗ୍ରାମବାସୀ

ଏଥର ସଂପୂର୍ଣ୍ଣ ରାସ୍ତା ଦେଖିବୁ, ଗଣଧାରଣା ରୁ ଉଠିବୁ - ଦେଓଗାଁ ଗ୍ରାମବାସୀ

 ନୟାଗଡ ୦୬। ୧୦ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରଙ୍ଗଣୀ ପାଟଣା ଠାରୁ ସୁ ନ।ମୁହିଁ ପୂର୍ତ୍ତ ବିଭାଗ ରାସ୍ତା ସରକାରୀ ନିୟମ।ନୁଯାୟୀ ଦେଓଗାଁ-ଭାଲିଆଡିହି କୁ ରାସ୍ତା ସଂଯୋଗ ଦାବିରେ ପୂର୍ତ୍ତ ବିଭାଗ ଅଫିସ ସାମ୍ନାରେ ଦେଓ ଗାଁ ଗ୍ରାମବାସୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅହୋରାତ୍ର ଗଣଧାରଣା ଆଜି ୨ୟ ଦିନରେ ପହଞ୍ଚିଛି । ସୂଚନା ଥାଉକି ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ଦାବିରେ ଦେଓଗାଁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାରମ୍ବାର ଗଣଧାରଣା ଦେଇଥିଲେ ଏଥିପାଇଁ ରାସ୍ତା ପାଇଁ ସରକାରୀ ଅର୍ଥ ବ୍ୟୟବରାଦ ହେବା ସହ ଠିକାଦାରକୁ କାର୍ଯ୍ଯ ଦାୟିତ୍ୱ ହସ୍ତାନ୍ତର ମଧ୍ଯ କରାଯାଇଥିଲା। 

କିନ୍ତୁ ଗତ ସେପ୍ଟେମ୍ବର ୨୯ ତାରିଖ ରେ ପୂର୍ତ୍ତ ବିଭାଗ ଦେଓଗାଁ-ଭାଲିଆଡିହି କୁ ସଂଯୋଗ ପାଇଁ ରାସ୍ତା କାର୍ଯ୍ଯ ଆରମ୍ଭ କରିଥିବା ବେଳେ ଭାଲିଆଡିହି ଗ୍ରାମର ସଭାପତି ଓ ସଂପାଦକଙ୍କ ସହିତ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ କାମ ପୂର୍ବପରି ପୁଣି ଅଟକି ଯାଇଛି। କିନ୍ତୁ ଆଶ୍ଚର୍ୟ୍ଯ ର କଥା ଓଡ଼ଗାଁ ପୂର୍ତ୍ତ ବିଭାଗ ଯନ୍ତ୍ରୀ ସୁଧାଂଶୁ ବେହେରା ଏନିମନ୍ତେ କୌଣସି ଏତଲା ନଦେବା ସହିତ ଉପର ଅଧିକାରୀଙ୍କୁ ମଧ୍ଯ ଜଣାଇ ନଥିବା ନେଇ ଗ୍ରାମବାସୀ ସନ୍ଦେହ ପ୍ରକଟ କରିଥିବା ଅଭିଯୋଗ କରିବା ସହିତ ରାସ୍ତା କାର୍ଯ୍ଯ ନ ସରିବା ଯାଏ ଯନ୍ତ୍ରୀ ସୁଧାଂଶୁ ବେହେରା ଙ୍କ ରିଲିଫ ଅର୍ଡର କୁ ବାତିଲ ପାଇଁ ଦାବି କରିଛନ୍ତି। 

ଏନେଇ ଦେଓଗାଁ ଗ୍ରାମବାସୀ ୨୯ ତାରିଖ ଦିନ ପ୍ରଶାସନକୁ ୨୪ ଘଣ୍ଟା ମଧ୍ଯରେ ରାସ୍ତା କାର୍ଯ୍ୟ ପୋଲିସ ଫୋର୍ସ କ୍ୟାମ୍ପ୍ ମୁତୟନ କରି କାର୍ଯ୍ୟ ନକରାଇଲେ ଗ୍ରାମବାସୀ ଗଣଧାରଣା ଦେବେ ବୋଲି ପ୍ରଶାସନକୁ ଅବଗତ କରିଥିଲେ। କିନ୍ତୁ ଏବେ ୪୮ ଘଣ୍ଟାବିତି ଏବେ ୬ ଦିନ ରୁ ଅଧିକ ଦିନ ବିତିଥିଲେ ସୁଦ୍ଧା ରାସ୍ତା କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ଗ୍ରାମବାସୀ ଗତକାଲି ଠାରୁ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ନୟାଗଡ଼ ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେଇଛନ୍ତି। ସେମାନେ ଆହୁରି ମଧ୍ଯ କହିଛନ୍ତି ଯେ, ବହୁତ ଥର ଠକିଲ , ବହୁତ ପ୍ରତିଶ୍ରୁତି ଦେଲ, କିନ୍ତୁ ଆଉ ନୁହେଁ,। ଏଥର ସଂପୂର୍ଣ୍ଣ ରାସ୍ତା ଦେଖିବୁ ତା'ପରେ ଧାରଣାରୁ ଉଠିବୁ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି। 

ଏଠାରେ ସୂଚନା ଥାଉକି, ଗତ ସେପ୍ଟେମ୍ବର୨୫.ରିଖ ଦିନ ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ରେ ଉଭୟ ଗ୍ରାମର ୨୦ ଜଣ ବ୍ୟକ୍ତିଙ୍କ ସହିତ ଓଡ଼ଗାଁ ତହସିଲଦାର, ବିଡିଓ, ଆଇଆଇସି, ଯନ୍ତ୍ରୀଙ୍କ ଉପସ୍ଥିତିରେ ରାସ୍ତା କାର୍ଯ୍ଯ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ଓ ପୂର୍ବତନ ଅତିରିକ୍ତ ତହସିଲଦାର ଓଡ଼ଗାଁ ଙ୍କ ଚିଠି ନଂ ୨୮୬ ଅନୁସାରେ ହେବାପାଇଁ ସ୍ଥିର କରାଯାଇଥିଲା। କିନ୍ତୁ ଗତ ୨୮ରିଖରେ ସେ ନିର୍ଦ୍ଦେଶନାମା ଅନୁସାରେ କାର୍ଯ୍ଯ ଆରମ୍ଭ କରିବା ସମୟରେ ଭାଲିଆଡିହି ଗ୍ରାମବାସୀ ସଦଳବଳ ହୋଇ ଠିକାଦାର ଓ ପନ୍ତିଖାରୀଶାନ ରାଜସ୍ବ ନିରୀକ୍ଷକ ଓ ସୁପରଭାଇଜର ଆଦିଙ୍କୁ ଧମକଚମକ କରି ରାସ୍ତା କାର୍ଯ୍ଯ ବନ୍ଦ କରିଦେଇଥିଲେ। ତେବେ ସରକାରୀ ରାସ୍ତା କାର୍ଯ୍ଯ ରେ ବାଧା ସୃଷ୍ଟି କରୁଥିବା ଲୋକମାନଙ୍କୁ ଜଗିବା ପାଇଁ ପ୍ରଶାସନ କଣ ନିଷ୍ପତ୍ତି ନେଉଛି ଦେଖିବାକୁ ବାକି ରହିଲା। ଏପଟେ ଗଣଧାରଣା ରେ ବସିଥିବା ଲୋକମାନଙ୍କ ଦାବିକୁ ପୂର୍ତ୍ତ ବିଭାଗ କେତେ ଗୁରୁତର ସହିତ ନେଉଛି ତାହା ଦେଖିବାକୁ ବାକି ରହିଲା।

ଆଶୋକ କୁମାର ସା।ଥୁଆ , ଜିଲ୍ଲା ପ୍ରତିନିଧି ନୟାଗଡ଼