ଏ ଏକ ନିଆରା ରକ୍ଷାବନ୍ଧନ ।

ରକ୍ତ ସମ୍ପର୍କ ନୁହେଁ ହେଲେ ଅନ୍ୟଙ୍କୁ ସହାୟତା ଯୋଗାଇ ମାନବିକତାର ପରିଚୟ ଦେଇଛନ୍ତି ବାପ ମା ଛେଉଣ୍ଡ ଗରିବ ଯୁବତୀ ଡିମ୍ପଲ।

ଏ ଏକ ନିଆରା ରକ୍ଷାବନ୍ଧନ ।

ମାଲକାନଗିରି ଜିଲ୍ଲା ରକ୍ଷା ବନ୍ଧନ ପାଇଁ ଉତ୍ସବ ମୁଖର ହୋଇଉଠିଛି ସମଗ୍ର ମାଲକାନଗିରି ଜିଲ୍ଲା, ଭଉଣୀ ମାନେ ହାତରେ ଦୀପ ଧୂପ ଫୁଲ ଚନ୍ଦନ, ମିଠା ଧରି ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ହାଜର ହୋଇ ଯାଇଥାନ୍ତି,ରାକ୍ଷୀ ବାନ୍ଧି ଆଶୀର୍ବାଦ ଗ୍ରହଣ କରି କିଏ ଭାଇ ନିକଟରୁ ଉପହାର ତ ଆଉକିଏ ଟଙ୍କା ଆଦାୟ କରିଥାନ୍ତି।ଆଉ ଏହା କୁ ରିଲ କରି ଲାଇକ, କମେଣ୍ଟ କୁ ଚାହିଁ ବସିଥାନ୍ତି। ହେଲେ ଏମିତି ଜଣେ ଭଉଣୀ ସେ ରାକ୍ଷୀ ପୁର୍ଣିମା କୁ ନିଆରା ଢଙ୍ଗରେ ପାଳିଛନ୍ତି। ରାକ୍ଷୀ ବଦଳ ରେ ତାଙ୍କ ହାତରେ ଅଛି ଦାନ ବାକ୍ସ, ଏହା ତାଙ୍କର ନିଜ ପାଇଁ ନୁହଁ, ଜଣେ ଗୁରୁତର କିଡ଼ନୀ ରୋଗ ପୀଡିତ ବ୍ୟକ୍ତି ଙ୍କ ପାଇଁ ତାଙ୍କର କିଛି ଆର୍ଥିକ ସହାୟତା ର ପ୍ରୟାସ। ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧେ, ଆଉ ଭାଇ ଦିଏ ସୁରକ୍ଷାର ପ୍ରତିଶ୍ରୁତି।

କିନ୍ତୁ ମାଲକାନଗିରିରେ ରାକ୍ଷୀର ଏହି ପରିଭାଷାକୁ ଟିକିଏ ଭିନ୍ନ ଢଙ୍ଗରେ ଦେଖାଇଛନ୍ତି ମାଲକାନଗିରି ଜିଲ୍ଲା ବାଲିମେଳା ନିକଟବର୍ତ୍ତୀ ଏମଭି ୧୦୯ଗ୍ରାମର ଝିଅ ଅନୁପମା ଡିମ୍ପଲ ମଣ୍ଡଲ। ସେ ଜଣେ ବାପ ମା ଛେଉଣ୍ଡ ଗରିବ ଝିଅ ହେଲେ ବି ଘର ଘର ଦୋକାନ ବଜାର ବୁଲି ବୁଲି ଅନ୍ୟଲୋକର ଚିକିତ୍ସା ପାଇଁ ହାତ ପତାଉଛନ୍ତି।

ଯେଉଁମାନଙ୍କ ସହ ତାଙ୍କର ରକ୍ତର ସମ୍ପର୍କ ନାହିଁ, ସେମାନଙ୍କୁ ନିଜ ଭାଇ ଓ ନିଜ ସମ୍ପର୍କୀୟ କରି ନେଉଛନ୍ତି ଅନୁପମା।

କେହି ଅସୁବିଧାରେ ପଡ଼ିଲେ, କେହି ଚିକିତ୍ସା ପାଇଁ ଅର୍ଥାଭାବରେ ଛଟପଟ କଲେ, ତାଙ୍କ ପାଇଁ ଆଗକୁ ଆସୁଛନ୍ତି ଏହି ଯୁବତୀ।

କେବଳ ସୋସିଆଲ ମିଡିଆରେ ଏକ ରିଲ୍ସ କରି ଦାୟିତ୍ୱ ସାରି ଦେଉନାହାନ୍ତି।

କ୍ୟାମେରା ଆଗରେ ଅପିଲ୍‌ କରିବା ପରେ କ୍ୟାମେରା ପଛରେ ବାହାରି ପଡ଼ୁଛନ୍ତି ଅନୁପମା।

ହାତରେ ସହାୟତା ବାକ୍ସ...

ଦୋକାନରୁ ଦୋକାନ...

ଗାଁରୁ ଗାଁ...

ଘରକୁ ଘର...

ନିଜକୁ ଭଉଣୀର ପରିଚୟ ଦେଇ ଲୋକଙ୍କୁ କହୁଛନ୍ତି—

“ମୋ ଭାଇ ଅସୁବିଧାରେ ଅଛନ୍ତି, ତାଙ୍କ ପାଇଁ ଟିକିଏ ସାହାଯ୍ୟ କରନ୍ତୁ।”

ଏହି ଯାତ୍ରା ତାଙ୍କର ଆରମ୍ଭ ହୋଇଥିଲା ସୋସିଆଲ ମିଡିଆର ଏକ ରିଲ୍ସରୁ।

ଜଣେ ଅସହାୟଙ୍କ ଚିକିତ୍ସା ପାଇଁ ସହାୟତା ନିବେଦନ କରି ଭିଡିଓ କରିଥିଲେ ଅନୁପମା। ରିଲ୍ସଟି ଲୋକଙ୍କ ପାଖରେ ପହଞ୍ଚିଲା। ଲୋକେ ଦେଖିଲେ, ଶୁଣିଲେ,ଆଉ ସହଯୋଗର ହାତ ବଢ଼ାଇଲେ।

ରିଲ୍ସରୁ ଆରମ୍ଭ ହୋଇଥିବା ଏହି ମାନବିକ ଯାତ୍ରା ଏବେ ମାଲକାନଗିରିର ହୃଦୟକୁ ଛୁଇଁଛି। କାଲିମେଳା ବ୍ଲକ 

ଚିତ୍ରାଙ୍ଗପଲ୍ଲୀ ପଞ୍ଚାୟତ ପୋଟେରୁ ଏମଭି-୫୪ର ଗୁରୁତର କିଡ୍‌ନୀ ରୋଗୀ ମନୋରଞ୍ଜନ ଦାସଙ୍କ ଚିକିତ୍ସା ପାଇଁ ମଧ୍ୟ ଅନୁପମା ଏଭଳି ଆଗକୁ ଆସିଥିଲେ।ବିଶାଖାପାଟଣାର ମେଡିକୋଭର ହସ୍ପିଟାଲରେ ଚାଲିଥିଲା ଚିକିତ୍ସା। ଆବଶ୍ୟକ ଥିଲା କିଡ୍‌ନୀ ପ୍ରତିରୋପଣ ପାଇଁ ବଡ଼ ଅର୍ଥରାଶି।ମନୋରଞ୍ଜନଙ୍କ ସହ ଅନୁପମାଙ୍କର ନାହିଁ କୌଣସି ରକ୍ତ ସମ୍ପର୍କ।ତଥାପି ତାଙ୍କ ପାଇଁ ଠିଆ ହୋଇଥିଲେ ଜଣେ ଭଉଣୀ ହୋଇ।ସୋସିଆଲ ମିଡିଆରେ ଅପିଲ୍‌ କଲେ। ଲୋକଙ୍କ ପାଖକୁ ଗଲେ। ଦୋକାନ ଦୋକାନ ବୁଲିଲେ। ଘରଘରୁ ସହଯୋଗ ମାଗିଲେ।

ଆଉ ଲୋକଙ୍କ ସହଯୋଗରେ ପ୍ରାୟ ୬ ଲକ୍ଷ ଟଙ୍କା ଯୋଗାଡ଼ କରିବାରେ ସଫଳ ହେଲେ।

ପିଲାଦିନରେ ବାପା-ମାଆଙ୍କୁ ହରାଇଥିଲେ ଅନୁପମା। ଅଭାବ ଓ ସଂଘର୍ଷ ମଧ୍ୟରେ ବଡ଼ ହୋଇଛନ୍ତି।

ଆଜି ସେହି ଅନୁଭବ ତାଙ୍କୁ ଲୋକଙ୍କ ପାଖକୁ ନେଉଛି।

 ଅନୁପମାଙ୍କ ପାଇଁ ବୁଠାରୁ ବଡ଼ ହେଉଛି ଜଣେ ଅସହାୟଙ୍କ ମୁହଁରେ ହସ ଫେରାଇବା।

ତାଙ୍କ ପାଇଁ ରିଲ୍ସ ହେଉଛି ଲୋକପ୍ରିୟତାର ମାଧ୍ୟମ ନୁହେଁ, ମାନବିକତାର ଏକ ଅସ୍ତ୍ର।

ଆଜି ରାକ୍ଷୀର ଦିନ।

ଆଜି ଯେତେବେଳେ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଉଛନ୍ତି, ସେତେବେଳେ ଅନୁପମା ନିଃସହାୟ ଗରିବ କୀଡୀନ ରୋଗୀ ଙ୍କ ଚିକିତ୍ସା ପାଇଁ ଭଉଣୀ ସାଜିଯାଇଛନ୍ତି।

 ସେ ଅନ୍ୟର ଚିକିତ୍ସା ପାଇଁ ଦ୍ୱାରଦ୍ୱାର ବୁଲି ସହାୟତା ମାଗିବା ଚାଲିଛନ୍ତି।ଜୀବନ ବଞ୍ଚାଇବା ପାଇଁ ନିଜ ସମ୍ମାନ, ସମୟ ଓ ସୁବିଧାକୁ ପଛରେ ପକାଇଦେବା ହିଁ ହୁଏତ ରାକ୍ଷୀର ପ୍ରକୃତ ଅର୍ଥ।

ରାକ୍ଷୀର ସୂତା ହାତରେ ବନ୍ଧାଯାଏ...

କିନ୍ତୁ ଭାଇ-ଭଉଣୀର ସମ୍ପର୍କ ହୃଦୟରେ ଗଢ଼ିଉଠେ।

ଅନୁପମା ଡିମ୍ପଲ ମଣ୍ଡଲଙ୍କ କାହାଣୀ ଠିକ୍‌ ସେହି ହୃଦୟର ସମ୍ପର୍କର କାହାଣୀ।ରକ୍ତରେ ନୁହେଁ,ସମ୍ପର୍କରେ ନୁହେଁ,ମାନବିକତାରେ ଭାଇ। ଏହି ମାନବିକତା ହିଁ ଆଜିର ରାକ୍ଷୀର ସବୁଠାରୁ ବଡ଼ ବାର୍ତ୍ତା ସାଜିଛି ଆଜିର ଯୁବଗୋଷ୍ଠୀ ଙ୍କ ପାଇଁ। 

(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)