କଣ୍ଟିଲୋ ନୀଳମାଧବ ପୀଠରେ ବିଜେପି ପକ୍ଷରୁ ପୂଜାର୍ଚ୍ଚନା: ମୋଦି ସରକାରଙ୍କ ସଫଳତା ପାଇଁ ଆଶୀର୍ବାଦ ଭିକ୍ଷାବିଶେଷ ଖବର ନୟାଗଡ ଜିଲ୍ଲା ସ୍ୱତ୍ର ନ୍ତ୍ର ପ୍ରତିନିଧି ସୁପ୍ରିୟା ଦାଶ.

କଣ୍ଟିଲୋ ନୀଳମାଧବ ପୀଠରେ ବିଜେପି ପକ୍ଷରୁ ପୂଜାର୍ଚ୍ଚନା: ମୋଦି ସରକାରଙ୍କ ସଫଳତା ପାଇଁ ଆଶୀର୍ବାଦ ଭିକ୍ଷାବିଶେଷ ଖବର ନୟାଗଡ ଜିଲ୍ଲା ସ୍ୱତ୍ର ନ୍ତ୍ର ପ୍ରତିନିଧି ସୁପ୍ରିୟା ଦାଶ.

କଣ୍ଟିଲୋ ନୀଳମାଧବ ପୀଠରେ ବିଜେପି ପକ୍ଷରୁ ପୂଜାର୍ଚ୍ଚନା: ମୋଦି ସରକାରଙ୍କ ସଫଳତା ପାଇଁ ଆଶୀର୍ବାଦ ଭିକ୍ଷା କଣ୍ଟିଲୋ,୧୦|୬(): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଏନଡିଏ ସରକାର ଗଠନ ହୋଇଥିବାରୁ ଦେଶବ୍ୟାପୀ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ, ମୋଦି ସରକାରଙ୍କ ସଫଳତା ଓ ଜନକଲ୍ୟାଣକାରୀ ଯାତ୍ରାର ନିରନ୍ତରତା ପାଇଁ ପ୍ରସିଦ୍ଧ ଶ୍ରୀ ନୀଳମାଧବ ପୀଠରେ ଏକ ବିଶେଷ ପୂଜାର୍ଚ୍ଚନା ଓ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ କଣ୍ଟିଲୋ ନୀଳମାଧବ ମନ୍ଦିର ପରିସରରେ ଏହି ଭବ୍ୟ ପୂଜାର୍ଚ୍ଚନାର ଆୟୋଜନ କରାଯାଇଥିଲା। ବିଧାୟକ ଶ୍ରୀ ସ୍ୱାଇଁ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଦେଶର ପ୍ରଗତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ଅଞ୍ଚଳର ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ମୋଦି ସରକାରଙ୍କ ଦୀର୍ଘ ବର୍ଷର ଜନହିତକର କାର୍ଯ୍ୟ ଏବଂ ଐତିହାସିକ ସଫଳତାକୁ ନେଇ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ମନ୍ଦିର ପରିସରରେ ହରିବୋଲ ଓ ଜୟ ଶ୍ରୀରାମ ଧ୍ୱନିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ସ୍ଥାନୀୟ ଶ୍ରଦ୍ଧାଳୁ ଓ ଜନସାଧାରଣ ମଧ୍ୟ ସାମିଲ ହୋଇଥିଲେ ।