କାମ ନସାରଣୁ ରାସ୍ତାରେ ଶତାଧିକ ଖାଲ ଓ ପିଚୁ ଉଠିଲାଣି ସ୍ପଷ୍ଟ ଦେଖାଯାଉଛି,

କାମ ନସାରଣୁ ରାସ୍ତାରେ  ଶତାଧିକ ଖାଲ ଓ ପିଚୁ ଉଠିଲାଣି ସ୍ପଷ୍ଟ ଦେଖାଯାଉଛି,

ବାଲେଶ୍ୱର ଜିଲ୍ଲା ର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ବାଲେଶ୍ୱର ଜିଲ୍ଲା ଅଧୀନ ନୀଳଗିରି ସବଡିଭିଜନ ଔପଦା ବ୍ଲକ ଅନ୍ତର୍ଗତ ଫତେପୁର ପଞ୍ଚାୟତ ର କ୍ଷୁଦ୍ର ଜଳସେଚନ ବିଭାଗ ର ବାରିକ ସାହିରୁ ଆରଡ଼ି ରୋଡ଼ ରୋଡ଼ ଠାରୁ ବାରବାହି ପର୍ଯ୍ୟନ୍ତ ହୋଇଛି ପିଚୁ ରୋଡ଼ କାର୍ଯ୍ୟ, ଏହାର ଅଟକଳ ମୂଲ୍ୟ 97,00000=00( ସତାନବେ ଲକ୍ଷ୍ୟ ) MIP ନୀଳଗିରି ଡିଭିଜନ ର ଏସଡିଓ ନିମାଇଁ ନାଇକି ତଦାରଖ ଓ ବିଲ କରିଥିବା ଅଧିକାରୀ, କାମ ନସାରଣୁ ରାସ୍ତାରେ ଶତାଧିକ ଖାଲ ଓ ପିଚୁ ଉଠିଲାଣି ସ୍ପଷ୍ଟ ଦେଖାଯାଉଛି, ଓ ପିଚୁ ରାସ୍ତା ବହୁତ ଅସମାନ ହୋଇଛି, କାର୍ଯ୍ୟ ନିମ୍ନ ମାନର ହୋଇଛି, ଏଥିରେ ଵିଭାଗୀୟ ଅଧିକାରୀ ଯନ୍ତ୍ରୀ ଓ ଏସଡିଓ ଠିକାଦାର ସହିତ ମଧୁ ଚନ୍ଦ୍ରିକା ରହିଛି, ଉକ୍ତକ୍ଷୁଦ୍ର ଜଳସେଚନ ବନ୍ଧରେ ମାଟିକାମ ହୋଇଛି. ଓ ବଡ଼ ବଡ଼ ଧାର ହୋଇଛି, ସରକାରୀ ଅର୍ଥ ହରିଲୁଟ ହୋଇଛି, ଅଧା ଅର୍ଥ ରେ କାମ ହୋଇଛି,ସାଧରଣ ରେ ଦାବିହେଉଛି ଭିଜିଲାନ୍ସ ତଦନ୍ତ ହେଉ,