କୁକୁର କାମୁଡ଼ାରେ ବାରଜଣ ଗୁରୁତର (ଆହତ )
Anch :- ବିପଦ ଉପରେ ବିପଦ ଘଟିଛି ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ ଏକ ଛୋଟ ପାଗଳ କୁକୁର ପ୍ରାୟ ବାର ଜଣଙ୍କୁ କାମୁଡିଛି l ଗତ କାଲି ଛ ଜଣଙ୍କୁ କାମୁଡ଼ିଥିବା ବେଳେ ଆଜି ସକାଳ ସାତଟା ଚାଳିଶ ମିନିଟରେ ଜଣେ 78ବର୍ଷୀୟା ଏକାକୀ ରହୁଥିବା ବୃଦ୍ଧ ଶ୍ରୀ ନୃସିଂହ କଲେତଙ୍କୁ ଗୁରୁତର ଭାବେ ଖଣ୍ଡିଆ କରି ଦେଇଛି l ଏହି ଘଟଣା ଗାଇସିଲେଟ ହନୁମାନ ଛକରେ ଘାଟିଥିବା ବେଳେ ସୁହୃଦ ବ୍ୟକ୍ତିଙ୍କ ଖବର ପାଇ ଯଥା ସ୍ଥାନକୁ ଦମକଳ ବିଭାଗ ମୁଖ୍ୟ ବେଦବ୍ୟାସ ପିଙ୍ଗ ଙ୍କ ନିର୍ଦେଶ କ୍ରମେ LFF ଗୋବିନ୍ଦ ବିଶ୍ୱାଳ ଯଥାସ୍ଥାନକୁ ସହକର୍ମୀଙ୍କ ସହ ପହଁଞ୍ଚି ପୀଡ଼ିତାଙ୍କୁ ଟ୍ରେଚାର ଯୋଗେ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇ ଯଥାବିଧ ଯତ୍ନ କରିବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ
ଡା. ଶ୍ରୀ ଝସକେତନ ବାରିକ ଯତ୍ନ ସହକାରେ ସଫାକରି ଔଷଧ ସାବନ କରାଇ ଶେଷରେ ଉପଖଣ୍ଡ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ l ନିରାଶ୍ରୟ ନୃସିଂହଙ୍କ ଘରୋଇ ସମ୍ପର୍କ କେହି ନ ଥିବାର ଜଣା ପଡିଛି l ଏହି ଘଟଣା ସ୍ଥଳରେ ଶରୀର ଦୁର୍ବଳ ମୋହନ ମହାନନ୍ଦ ବାଡ଼ିଯୋଗେ ଚାଲୁଥିବା ହେତୁ ପାଖରେ ଥାଇ କୁକୁରକୁ ବାଡ଼ିରେ ପିଟିଥିଲେ ଓ ବାଡ଼ି ଦେଖି ବାଡ଼ି ଭୟରେ କୁକୁର ପଳାଇ ଯାଇଥଲା l ଯାହା ଫଳରେ ଲୋକଙ୍କ କୋଳାହଳ ହେତୁ ଜୀବନ ବଞ୍ଚିଯିବାର ଆଶା ଦେଖାଗଲା l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ l


admin 
