କେନ୍ଦୁପତ୍ର ତୋଳିବାକୁ ଯାଇ ସାପ କାମୁଡ଼ାରେ ଯୁବକର ମୃତ ।

କେନ୍ଦୁପତ୍ର ତୋଳିବାକୁ ଯାଇ ସାପ କାମୁଡ଼ାରେ ଯୁବକର ମୃତ । ମାଲକାନଗିରି ତା:-୨୭/୦୪ ମାଲକାନଗିରି ଜିଲା ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ କାରାମଗୁଡା ଗ୍ରାମରେ ଜଣେ ଯୁବକ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଛନ୍ତି। ମୃତକ ଜଣକ ହେଲେ ଭୀମା ମାଡି। ଭୀମା ଶନିବାର ସକାଳୁ ନିକଟସ୍ଥ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ଭୀମା କେନ୍ଦୁପତ୍ର ତୋଲୁଥିବା ବେଳେ ବୁଦାରେ ଲୁଚି ରହିଥ‌ିବା ଏକ ବିଷଧର ସାପ ତାଙ୍କ ବାମ ଗୋଡକୁ ଚୋଟ ମାରିଥିଲା। ଏହାପରେ ଭୀମା ଚିତ୍କାର କରିବାରୁ ନିକଟସ୍ଥ ଲୋକେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେବା ସହ ତାଙ୍କୁ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଛି । ଏ ନେଇ ଭୀମାଙ୍କ ସ୍ତ୍ରୀ ଲାକେ ପଡିଆ ଥାନାରେ ଏକ ଲିଖୀତ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ନେଇ ପଡିଆ ଥାନାରେ ଅପମୃତ୍ୟୁ ମାମଲା ନଂ ୯/୨୦୨୫ ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥ‌ିବା ଆଈ ଓ ନିରୋଦ କୁମାର ବାଘ କହିଛନ୍ତି। ଏହି ଘଟଣାକୁ ନେଇ କେନ୍ଦୁପତ୍ର ତୋଳାଳୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ମାଲକାନଗିରି ଶିବପ୍ରସାଦ ପରିଛା ବିଶେଷ ଖବର

କେନ୍ଦୁପତ୍ର ତୋଳିବାକୁ ଯାଇ ସାପ କାମୁଡ଼ାରେ ଯୁବକର ମୃତ ।