କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବିପତ୍ର .

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବିପତ୍ର  .

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବିପତ୍ର ମାଲକାନଗିରି, ଚିତ୍ରକୋଣ୍ଡା ବ୍ଳକ ସ୍ବାଭିମାନ ଅଞ୍ଚଳ ଅନ୍ତର୍ଗତ ୧୫୧ ଗାଁର ଲୋକ ଏକଜୁଟ ହୋଇଛନ୍ତି। ବୁଡ଼ି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ଗଠନ କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ବିଡିଓ, ତହସିଲଦାର ଓ ମାଟିବନ୍ଧ ବିଭାଗ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ବାଲିମେଳା ଜଳଭଣ୍ଡାର ନିର୍ମାଣ ସମୟରେ ସେମାନଙ୍କ ଜମି ଏବଂ ଘର ପାଣିରେ ଲୀନ ହୋଇଗଲା। ହଜାର ହଜାର ଲୋକ ବିସ୍ଥାପିତ ହୋଇଥିଲା ବେଳେ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ୬୦ବର୍ଷ ହେଲା ବିସ୍ଥାପିତ କ୍ଷତିପୂରଣ ପାଇଲେ ନାହିଁ ଏପରିକି ସରକାରୀ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଅନ୍ୟପଟେ ସରକାର ବିଦ୍ୟୁତ୍ ଉତ୍ପାଦନ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ନିଜ ଜମି ଏବଂ ଘର ଦେଇଥିବା ବିସ୍ଥାପିତଙ୍କ ଠାରୁ ବର୍ତ୍ତମାନ ଜୋରଜବରଦସ୍ତି ବିଦ୍ୟୁତ୍ ବିଲ୍ ଆଦାୟ କରାଯାଇଛି। ଅନ୍ୟପଟେ ଆନ୍ଧ୍ର ସରକାର ବିସ୍ଥାପିତ ପରିବାରଙ୍କୁ ମାଗଣାରେ ବିଦ୍ୟୁତ୍ ଯୋଗାଇ ଦେଉଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ବୈମାତୃକ ମନୋଭାବକୁ ଆଉ ଅଧିକ ଦିନ ସହ୍ୟ କରିପାରିବେନି ବୋଲି ବୁଡ଼ି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ସଭାପତି ଭୀମସେନ ଖିଲ, ଉପସଭାପତି ମହାଦେବ ଶିଶା, ସମ୍ପାଦକ ଅନନ୍ତ ଶିଶା, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ଖରା, ସମସ୍ତ ୧୩ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ପ୍ରକାଶ କରିଛନ୍ତି। ତୁରନ୍ତ ସରକାର ଦାବି ଗୁଡ଼ିକୁ ପୂରଣ କରନ୍ତୁ । ବୁଡ଼ି ଅଞ୍ଚଳର ୧୫୧ ଗାଁର ବାସିନ୍ଦାଙ୍କୁ ମାଗଣାରେ ବିଜୁଳି ଯୋଗାଇଦେବା, ବୁଡ଼ି ଅଞ୍ଚଳର ବେକାର ଯୁବକଯୁବତୀଙ୍କୁ ଜିଲ୍ଲାଭିତ୍ତିକ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ଦେବା, ପ୍ରତ୍ୟେକ ପରିବାରକୁ ଆର୍ଥିକ ସାହାଯ୍ୟ, ବାଲିମେଳା ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅଞ୍ଚଳରେ ଇଞ୍ଜିନିୟରିଂ କଲେଜ ସ୍ଥାପନ, ଜଳଭଣ୍ଡାରକୁ ଲାଗିଥିବା ଜମିରେ ଜଳଭଣ୍ଡାର ଜଳର ସୀମା ନିର୍ଦ୍ଧାରଣ କରିବାକୁ ଦାବି କରାଯାଇଛି ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର