*ଖଇରା ଓ ସୋର ଅବକାରୀ ଥାନାର ମିଳିତ ଚଢ଼ାଉ l ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ, ୦୪ ଗିରଫ ।*

*ଖଇରା ଓ ସୋର ଅବକାରୀ ଥାନାର ମିଳିତ ଚଢ଼ାଉ l ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ, ୦୪ ଗିରଫ ।*

ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଓ ସୋର ଆଦର୍ଶ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ବାରାଯୋଡ଼ି ଓ ତୁଡିଗଡ଼ିଆ ବଜାର ଏବଂ ସୋର ଥାନା ଅନ୍ତର୍ଗତ ଅଇଁରୀ ଓ ବେଲପୁର ଗ୍ରାମରେ ଚଢ଼ାଉ କରାଯାଇ ୨୫.୯୨୦ ଲିଟର ବିଦେଶୀ ମଦ, ୭.୮୦୦ ଲିଟର ବିୟର ଓ ୧୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହିତ ଖଇରା ଥାନା ଅନ୍ତର୍ଗତ ବାରାଯୋଡ଼ି ଗ୍ରାମର ଚିତ୍ରଲେଖା ଦେହୁରୀ, ତେନ୍ତୁଳିପଡା ଗ୍ରାମର ଭାସ୍କର ମାଝୀ ଏବଂ ସୋର ଥାନା ଅନ୍ତର୍ଗତ ଅଇଁରୀ ଗ୍ରାମର ଉମାକାନ୍ତ ବାରିକ ଓ ବେଲପୁର ଗ୍ରାମର ଶ୍ରୀକାନ୍ତ ରଣା ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ ସୋର ଆଦର୍ଶ ଅବକାରୀ ଥାନା ସହ ଉପ-ନିରୀକ୍ଷକ ବସନ୍ତ କୁମାର ବାରିକ, କ୍ଷୀରୋଦ କୁମାର ସାହୁ ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ଓ ସୋର ଆଦର୍ଶ ଅବକାରୀ ଥାନା ପକ୍ଷରୁ ପୃଥକ ପୃଥକ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

ବାଲେଶ୍ୱର ରୁ ରଘୁନାଥ ନାୟକ ଙ୍କ ରିପୋର୍ଟ ବିଶେଷ ଖବର