ଗୋରୁ ବୋଝେଇ ଅଟୋ ସହ ଦୁଇ ଗିରଫ।
କଣ୍ଟିଲୋ,୩୦|୩ଗତ ରବିବାର ରାତିରେ କଣ୍ଟିଲୋ ପୋଲିସ କୁ ଆଉଏକ ସଫଳତା ମିଳିଥିବାର ଖବର ହସ୍ତଗତ ହୋଇଛି। ସୂଚନାଯୋଗ୍ୟ ଗତ ରବିବାର ରାତିରେ ଖଣ୍ଡପଡ଼ା ବ୍ଲକ ଅଧିନ ବଡ ବାଣପୁର ଗ୍ରାମର ସୁବ୍ରତ କୁମାର ପ୍ରଧାନ (୩୪ )ବର୍ଷ ପିତା ପରବାସିଆ ପ୍ରଧାନ ଏବଂ ବାଣପୁର ପଞ୍ଚାୟତ ଅନ୍ତର୍ଗତ
ଚୈତନପୁର ଗ୍ରାମର ବ୍ରଜବନ୍ଧୁ ପ୍ରଧାନ (୨୦ )ବର୍ଷ ଓଡି୨୫ ଏସ ୩୩୩୯ ନମ୍ବର ଡାଲା ଅଟୋ ଗାଡ଼ିରେ ନିଜ ଗ୍ରାମରୁ ଚାରୋଟି ଗୋରୁ କଟକ ଜିଲ୍ଲା ନରସିଂହପୁର ନିକଟ ପଦାମାଳ ଗ୍ରାମକୁ ଚାଲାଣ କରୁଥିବା ସମୟରେ କଣ୍ଟିଲୋ ଫାଣ୍ଡି ଅଧିକାରୀ ସ୍ବାଗତ କୁମାର ଦାସ କୈଣସି ସୂତ୍ରରୁ ଖବର ପାଇ ସଦଳବଳେ ସିଧା ମୂଳା ଗ୍ରାମ ନିକଟସ୍ଥ ମହାନଦୀ ବ୍ରିଜ ଉପରେ ରାତି ୧୦ଟା ସମୟରେ ଚଢ଼ାଉ କରି ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିବାର ଜଣାପଡିଛି। କଣ୍ଟିଲୋ ଫାଣ୍ଡି ଅଧିକାରୀ କେସ ନଂ ୮୬/୨୬ ରେ ଦୁଇଜଣଙ୍କ ନାମରେ ମାମଲା ରୁଜୁ କରି ଜଣକୁ କୋର୍ଟ ଚାଲାଣ କରିଥିବା ଖବର ହସ୍ତଗତ ହୋଇଛି
ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର


admin 
